www.samajalive.in
Monday, December 8, 2025
14.1 C
Bhubaneswar

କାଳବୈଶାଖୀରେ ବ୍ୟାପକ କ୍ଷୟକ୍ଷତି, ବଜ୍ରପାତରେ ଜଣେ ଗୁରୁତର

ହରଭଙ୍ଗା : ହରଭଙ୍ଗା ବ୍ଲକ ଅନ୍ତର୍ଗତ କୁସଙ୍ଗରେ କାଳ ବୈଶାଖୀ ପ୍ରଭାବରେ ଘର ଦ୍ୱାର ଭାଙ୍ଗିବା ସହିତ ଗଛ ପଡ଼ି ବ୍ୟାପକ କ୍ଷୟକ୍ଷତି ଘଟିଛି। ସୂଚନା ଅନୁସାରେ, ଗୁରୁବାର କାଳ ବୈଶାଖୀ ପ୍ରଭାବରେ ଭଗମୁଣ୍ଡା ଗ୍ରାମର ତପନ ମୁଣ୍ଡି, ରଞ୍ଜନ ମୁଣ୍ଡିଙ୍କ ଚାଳଛପର ଘର ଭାଙ୍ଗିଥିବା ଜଣାପଡିଛି। ସେହିପରି କୁସଙ୍ଗ ହାଇସ୍କୁଲର ସୋଲାର ପ୍ୟାନେଲଗୁଡିକ ଭାଙ୍ଗି ତଳେ ପଡ଼ିଥିବା, ସ୍କୁଲ ପରିସରରେ ଥିବା ଗଛ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି। ଏହା ସହିତ ହରଭଙ୍ଗା ପଂଚାୟତର ହରଭଙ୍ଗା, ଡିଆଁଘାଟ, ସୁରୁଣ୍ଡି, ଭେଜିଗୁଡା ଅଞ୍ଚଳରେ ଲୋକଙ୍କ ଘରଦ୍ୱାର ଭାଙ୍ଗି ବ୍ୟାପକ କ୍ଷୟକ୍ଷତି ଘଟିଛି। ତୁରନ୍ତ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଯୋଗାଇଦେବାକୁ ଦାବୀ ହେଉଛି।

ସେହିପରି କୁସଙ୍ଗ ଗ୍ରାମରେ ଗୁରୁବାର ବଜ୍ରପାତରେ ଆଲୋକ ସାହୁ(୨୦) ନାମକ ଜଣେ ଯୁବକ ଗୁରୁତର ଆହାତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପୁରୁଣା କଟକ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories