ହରଭଙ୍ଗା :ହରଭଙ୍ଗା ବ୍ଲକ ଅନ୍ତର୍ଗତ ତିଲେଶ୍ୱରସ୍ଥିତ ଲାଲବାହାଦୁର ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣରେ ବ୍ଲକସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଗୋଷ୍ଠୀ ଶିକ୍ଷାଅଧିକାରୀ ଅଜୟ କୁମାର ଲୁହାଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ଜିଲା ଶିକ୍ଷାଧିକାରୀ ଗେଂଦ୍ରା କୁଜୁରୁ ମୁଖ୍ୟଅତିଥି, ଅନ୍ୟତମ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ଝୁନୁ ବେହେରା,ଏବିଇଓ ଅଖିଳ ପ୍ରଧାନ, ସ୍ଥାନୀୟ ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ।
ଆଜିର ପ୍ରଦର୍ଶନୀ ମେଳାରେ ବ୍ଲକର ବିଭିନ୍ନ ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟରୁ ୧୪୨ଟି ପ୍ରକଳ୍ପ ପହଂଚିଥିଲା। ସେଥିରୁ ୧୫ଟି ପ୍ରକଳ୍ପ ଜିଲ୍ଲାସ୍ତର ପାଇଁ ମନୋନୀତ ହୋଇଥିଲା!ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲଵକିଶୋର ପ୍ରଧାନ, ଅନ୍ୟତମ ଅତିଥି ଭାବେ ଏଡିଇଓ ଘନଶ୍ୟାମ ମେହେର ପ୍ରମୁଖ ଯୋଗଦେଇଲେ।
ବ୍ଲକସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା
Popular Categories



