ହାଟ ଗାଁ, ମଙ୍ଗଳପୁର ଲୋକଙ୍କୁ ଘାରିଛି କୁମ୍ଭୀର ଭୟ; ୧୫ଦିନ ହେଲା ବାହାରେ ବୁଲୁଛି ଘଡ଼ିଆଳ

ଘଡ଼ିଆଳ ପାଇଁ ବିପଦ ମାଛଧରା ଜାଲ, ସୁରକ୍ଷା ପାଇଁ ମତ୍ସ୍ୟଜୀବୀଙ୍କ ସହ ବନବିଭାଗର ଆଲୋଚନା

ହରଭଙ୍ଗା: ସାତକୋଶିଆ ମହାନଦୀ ଗଣ୍ଡ ଅଭୟାରଣ୍ୟ ସୁନାଖଣିଆ କୋର ଏରିଆରୁ ଗୋଟିଏ ଘଡିଆଳ କୁମ୍ଭୀର ମହାନଦୀ ଉପରକୁ ଉଠିଆସି ୧୫ଦିନ ହେଲା ବାହାରେ ବୁଲୁଛି। ବର୍ତମାନ କୁମ୍ଭୀରଟି କୋର ଏରିଆଠାରୁ ୩୦ କିଲୋମିଟର ଦୂର ମହାନଦୀ ଉପରଭାଗରେ ବୀରନରସିଂହପୁର ଫରେଷ୍ଟ ରେଞ୍ଜର ମଙ୍ଗଳପୁର ମହାନଦୀ ଘାଟରେ ରହିଥିବା ଜଣାପଡ଼ିଛି। କୁମ୍ଭୀରର ସୁରକ୍ଷାକୁ ନେଇ ଉଭୟ ବନ୍ୟପ୍ରାଣୀ ବିଭାଗ ଏବଂ ବନବିଭାଗ ମିଳିତଭାବେ ଏହାର ଟ୍ରାକିଂ ଚଳାଇଥିବା ସୂଚନା ମିଳିଛି।

prayash

ବର୍ତମାନ ମଙ୍ଗଳପୁର ମହାନଦୀ ଘାଟରେ ବନବିଭାଗର ୪ଟି ସ୍କ୍ୱାଡ୍‌ ଟିମ୍ କୁମ୍ଭୀରର ଗତିବିଧି ଉପରେ କଡା ନଜର ରଖି ଜଗିରହିଛନ୍ତି। ଘଡ଼ିଆଳ ପାଇଁ ମାଛଧରା ଜାଲ କାଳ ହୋଇଥିବାରୁ ଏହି ଅଞ୍ଚଳରେ ଜାଲ ସାହାଯ୍ୟରେ ମାଛଧରାକୁ ବନବିଭାଗ ବାରଣ କରିଛି। ଏ ସଂର୍ପକରେ ମାଛଧରାଳିଙ୍କ ସହିତ ବନବିଭାଗ ଆଲୋଚନା ମାଧ୍ୟମରେ ସଚେତନ ପାଇଁ ଘଟଣାସ୍ଥଳରେ ବ୍ରହ୍ମପୁର ଆର.ସିସିଏଫ ଆର.ଆର.ପଟ୍ଟନାୟକ, ଏସିଏଫ, ମିନାକ୍ଷୀ କୁମୁରା, ବନପାଳ ସ୍ୱାଧିନ ସାମଲ, ବନରକ୍ଷୀ ପ୍ରକାଶ ପ୍ରଧାନ, ସନ୍ତୋଷ ବାରିକ ପ୍ରମୁଖ ପହଞ୍ଚିଥିଲେ। ଗୋଟିଏ ପଟେ ମାଛଧରା ବାରଣ ଯୋଗୁଁ ମତ୍ସଜୀବୀଙ୍କ ଜୀବିକା ଉପରେ ପ୍ରଭାବ ପଡୁଥିବା ବେଳେ ଅନ୍ୟପଟେ ଜାଲରୁ କୁମ୍ଭୀରକୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ଆପ୍ରାଣ ଚେଷ୍ଟା ଚଳାଇଛି। ଏଭଳି ଏକ ଘଡିସନ୍ଧି ପରିସ୍ଥିତିରେ ବନ ବିଭାଗ ଅଡ଼ୁଆରେ ପଡ଼ିଥିବାବେଳେ ଘଡିଆଳର ସୁରକ୍ଷା ଦୃଷ୍ଟିରୁ ପୁନର୍ବାର କୁମ୍ଭୀରଟିକୁ ଏଠାରୁ କାବୁ କରାଯାଇ କୋର ଏରିଆକୁ ଫେରାଇନେବାକୁ ବୁଦ୍ଧିଜୀବୀ, ବନ୍ୟପ୍ରାଣୀ ପ୍ରେମୀଙ୍କ ମଧ୍ୟରେ ଦାବୀ ଉଠୁଛି। ଏ ସମ୍ପର୍କରେ ବୌଦ୍ଧ ଡିଏଫଓ ଦେବପ୍ରିୟ କମ୍ପଙ୍କୁ ପଚାରିବାରୁ ୧୫ଦିନହେଲା କୁମ୍ଭିରର ଗତିବିଧି ଉପରେ ଆମେ ନଜର ରଖିଛୁ। ପାଣି କମୁଥିବାରୁ କୁମ୍ବୀରଟି ବର୍ତମାନ ଧିରେ ଧିରେ ତଳକୁ ଖସୁଛି। ଦିନେ ଦୁଇଦିନ ମଧ୍ୟରେ ସେ ତାର ପୂର୍ବସ୍ଥାନକୁ ଫେରିଯିବ ବୋଲି ଆମେ ଆଶା ରଖିଛୁ। ତଥାପି ଘଡିଆଳ ସୁରକ୍ଷା ଦିଗରେ ଆମର ମନିଟରିଂ ଜାରି ରହିଛି। ଘଡ଼ିଆଳ ଯେହେତୁ ଗୋଟିଏ ସୁକ୍ଷ୍ମ ପ୍ରଜାତିର କୁମ୍ଭୀର ଏହା ମଣିଷର କୌଣସି କ୍ଷତି କରେନାହିଁ।

 

Comments are closed.