www.samajalive.in
Sunday, December 7, 2025
23.1 C
Bhubaneswar

ତିରଡ ମେଗା ଜଳସେଚନ ପ୍ରକଳ୍ପରୁ ଚାଷୀଙ୍କୁ ମିଳୁନି ପାଣି

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁଶଙ୍ଗ ପଂଚାୟତର ତିରଡଠାରେ ଚାଷଜମିରେ ଜଳସେଚନ ସୁବିଧା ଲକ୍ଷ୍ୟରେ କୋଟି କୋଟି ଟଙ୍କା ବ୍ୟୟରେ ଏକ ମେଗା ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଛି। ଚାଷଜମିରେ ଜଳସେଚନ ସୁବିଧା ପାଇଁ ପ୍ରତ୍ୟେକ ଗାଁରେ ପାଇପ୍‌‌ ବିଛା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି। ମାତ୍ର ପ୍ରକଳ୍ପ ସମ୍ପୂର୍ଣ୍ଣ ପରେ ମଧ୍ୟ ଚାଷୀଙ୍କୁ ପାଣି ମିଳୁନଥିବା ଘଟଣାକୁ ଲକ୍ଷ୍ୟକଲେ ପ୍ରକଳ୍ପ କାର୍ଯ୍ୟ କେବଳ ଠିକାଦାର ସନ୍ତୁଷ୍ଟି ପାଇଁ ନିର୍ମାଣ ସରିଥିବା ବୁଝାପଡୁଛି।

ପ୍ରକାଶ ଯେ, ହରଭଙ୍ଗା ବ୍ଲକର ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଗତ ୨୫ଫେବୃୟାରୀ ୨୦୧୯ ମସିହାରେ ମୁଖ୍ୟମନ୍ତ୍ରୀ ଆଭାସୀ ଜରିଆରେ କୁଶଙ୍ଗ ପଂଚାୟତର(ତିରଡ), ସାମ୍ପୋଚ୍‌‌, ରାମଗଡ଼, ଧଳପୁର ଭଳି ୪ଗୋଟି ମେଗା ଜଳସେଚନ ପ୍ରକଳ୍ପକୁ ଅନୁମୋଦନ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ କେବଳ ତିରଡ ମେଗା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା। କୁଶଙ୍ଗ ପଂଚାୟତର ୧୪୫୦ହେକ୍ଟର ଚାଷଜମିରେ ଜଳସେଚନ ସୁବିଧା ଲକ୍ଷ୍ୟରେ ନିର୍ମାଣ ହୋଇଥିବା ଏହି ବୃହତ ପ୍ରକଳ୍ପରୁ ଏପର୍ଯ୍ୟନ୍ତ ଲୋକଙ୍କୁ ପାଣି ମିଳୁନାହିଁ। ଅନ୍ୟପଟେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସାରି ଠିକାସଂସ୍ଥା ମାଲାମାଲ ହୋଇଥିବା କେବଳ ସାର ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ପ୍ରକଳ୍ପ କାର୍ଯ୍ୟ କେଉଁ ଠିକାସଂସ୍ଥା କରିଛି ଏବଂ ଏଥିପାଇଁ କେତେଟଙ୍କା ବ୍ୟୟବରାଦ ହୋଇଛି ତାହାର ସୂଚନାଫଳକ ଲଗାଯାଇନାହିଁ। ଯାହାଫଳରେ ସାଧାରଣ ଲୋକଙ୍କୁ ଅନ୍ଧାରରେ ରଖି ପ୍ରକଳ୍ପ କାର୍ଯ୍ୟ କେବଳ ନିର୍ମାଣ କରାଯାଇଥିବା କୁହାଯାଉଛି।ଚାଷୀଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ଜଳସେଚନ ସୁବିଧା କରାଯିବା ପାଇଁ ସମାଜସେବୀ ଭିକାରୀ ଚରଣ ବାଈ ଦାବୀ କରିଛନ୍ତି। ଏ ଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଚାଷୀମହଲରୁ ଦାବୀ ହେଉଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories