www.samajalive.in
Sunday, December 14, 2025
17.1 C
Bhubaneswar

କୂଅରୁ ଉଦ୍ଧାର ହେଲା ଗାଈ

ହରଭଙ୍ଗା: ହରଭଙ୍ଗା ଥାନା ଅନ୍ତର୍ଗତ ଧୁଙ୍ଗିଆମୁଣ୍ଡା ଗ୍ରାମର ଏକ କୂଅରୁ ଗୋଟିଏ ଗାଈକୁ ଅଗ୍ନିଶମ ବାହିନୀ ରବିବାର ଉଦ୍ଧାର କରିଛନ୍ତି।

ସୂଚନା ମତେ, ଧୁଙ୍ଗିଆମୁଣ୍ଡା ଗ୍ରାମର ଉମାକାନ୍ତ ମଲ୍ଲିକଙ୍କ ଗାଈ ଦୁର୍ଭାଗ୍ୟବଶତଃ ତାଙ୍କ ବାଡ଼ି ପଟ କୂଅ ଭିତରେ ପଡ଼ି ଯାଇଥିଲା। କୂଅ ଭିତରୁ ଏକ ଉଚ୍ଚ ଶବ୍ଦ ହେବାରୁ ଉମାକାନ୍ତଙ୍କ ପରିବାର ଲୋକେ ଯାଇ ଗାଈଟିକୁ ପଡିଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ। ଏହାପରେ ପ୍ରଥମେ ସେମାନେ ନିଜେ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ବିଫଳ ହେଇଥିଲେ। ଠିକ ଏହି ସମୟରେ ଯୁବ ସମାଜସେବୀ ସୁଧିର ଦୀପ ଏହି ଖବର ପାଇ ସେଠାରେ ପହଞ୍ଚି ତୁରନ୍ତ ଦମକଳ କେନ୍ଦ୍ରକୁ ଫୋନ କରିଥିଲେ। ସ୍ଥାନୀୟ ଦମକଳ କେନ୍ଦ୍ର ଚାରିଛକ ଗାଡି ସେହି ସମୟରେ ଉପଲବ୍ଧ ନଥିବାରୁ ଆଠମଲ୍ଲିକ ଦମକଳ କେନ୍ଦ୍ରକୁ ଯୋଗାଯୋଗ କରିଥିଲେ। ଶେଷରେ ଆଠମଲ୍ଲିକରୁ ଦମକଳ ବାହିନୀ ଆସି ଅଗ୍ନିଶମ ଓ ବିପର୍ଯ୍ୟୟ ପରିଚାଳନା ଅଧିକାରୀ ତପନ ସାମଲ ଓ ତାଙ୍କ ଟିମ୍ ମିଶି ଗାଈକୁ ଉଦ୍ଧାର କରିଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories