www.samajalive.in
Sunday, December 7, 2025
23.1 C
Bhubaneswar

ସତୀଶ କୌଶିକ ମୃତ୍ୟୁ ଘଟଣାରେ ନୂଆମୋଡ, ସ୍ୱାମୀଙ୍କ ସମ୍ପୃକ୍ତି ନେଇ ମହିଳାଙ୍କ ଅଭିଯୋଗ

ଡେସ୍କ: ବର୍ଷିଆନ ବଲିଉଡ ତାରକା ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ ସତୀଶ କୌଶିକଙ୍କ ମୃତ୍ୟୁ ଘଟଣାରେ ଫାର୍ମହାଉସ ମାଲିକ ବିକାଶ ମଲୁଙ୍କ ଦ୍ଵିତୀୟ ପତ୍ନୀ ତାଙ୍କ ସ୍ୱାମୀଙ୍କ ସମ୍ପୃକ୍ତି ନେଇ ଗୁରୁତର ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ପରେ ଦିଲ୍ଲୀ ପୁଲିସ ତଦନ୍ତ ଆରମ୍ଭ କରିଛି। ବିକାଶ ମଲୁଙ୍କ ଦ୍ଵିତୀୟ ପତ୍ନୀକୁ ଖୁବ ଶୀଘ୍ର ଜେରା କରାଯିବ ବୋଲି ପୁଲିସ କହିଛି।

ବିକାଶ ମଲୁର ଦ୍ଵିତୀୟ ପତ୍ନୀ କହିଛନ୍ତି, ସତୀଶଙ୍କ ମୃତ୍ୟୁ ପରେ ସେ ଥାନାରେ ଏତଲା ଦାୟର କରିଛନ୍ତି। ସତୀଶ ତାଙ୍କ ସ୍ୱାମୀଙ୍କ ଫାର୍ମହାଉସରେ ପାର୍ଟିରେ ଯୋଗ ଦେଇଥିଲେ ଓ ସେଠାରେ ତାଙ୍କ ସ୍ୱାସ୍ଥ୍ୟରେ ଅବନତି ଦେଖାଦେଇଥିଲା। ସେହି ଫାର୍ମହାଉସରୁ ମଧ୍ୟ କିଛି ଆପତ୍ତିଜନକ ଔଷଧ ମିଳିଥିବା ସେ କହିଛନ୍ତି। ସେ କହିଛନ୍ତି ଯେ ସତୀଶ ଏବଂ ତାଙ୍କ ସ୍ୱାମୀ ବିକାଶଙ୍କ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ଥିଲା। କିନ୍ତୁ ୨୦୨୨ ଅଗଷ୍ଟରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ସେ କହିଛନ୍ତି, ତାଙ୍କ ସ୍ୱାମୀ ସତୀଶଙ୍କ ଠାରୁ ଆଣିଥିବା ୧୫ କୋଟି ଟଙ୍କା ଫେରସ୍ତ ନ କରିବା ନେଇ ଝଗଡା ହୋଇଥିଲା।

- Advertisement -

ସେ ପୂର୍ବରୁ ବିକାଶଙ୍କ ବିରୋଧରେ ଦାୟର କରିଥିବା ଏତଲା ସମ୍ପର୍କରେ କହିଛନ୍ତି ଯେ ବିକାଶ ପ୍ରଥମେ ତାଙ୍କୁ ବଳାତ୍କାର କରିବା ପରେ ବଳପୂର୍ବକ ବିବାହ କରିଥିଲା କିନ୍ତୁ ବିବାହ ପରେ ବିକାଶର ପ୍ରଥମ ପତ୍ନୀର ପୁଅ ମଧ୍ୟ ତାଙ୍କୁ ବଳାତ୍କାର କରିଥିଲା।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories