www.samajalive.in
Saturday, December 6, 2025
26.1 C
Bhubaneswar

ସତୀଶ କୌଶିକ ମୃତ୍ୟୁ ଘଟଣାରେ ନୂଆମୋଡ, ସ୍ୱାମୀଙ୍କ ସମ୍ପୃକ୍ତି ନେଇ ମହିଳାଙ୍କ ଅଭିଯୋଗ

ଡେସ୍କ: ବର୍ଷିଆନ ବଲିଉଡ ତାରକା ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ ସତୀଶ କୌଶିକଙ୍କ ମୃତ୍ୟୁ ଘଟଣାରେ ଫାର୍ମହାଉସ ମାଲିକ ବିକାଶ ମଲୁଙ୍କ ଦ୍ଵିତୀୟ ପତ୍ନୀ ତାଙ୍କ ସ୍ୱାମୀଙ୍କ ସମ୍ପୃକ୍ତି ନେଇ ଗୁରୁତର ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ପରେ ଦିଲ୍ଲୀ ପୁଲିସ ତଦନ୍ତ ଆରମ୍ଭ କରିଛି। ବିକାଶ ମଲୁଙ୍କ ଦ୍ଵିତୀୟ ପତ୍ନୀକୁ ଖୁବ ଶୀଘ୍ର ଜେରା କରାଯିବ ବୋଲି ପୁଲିସ କହିଛି।

ବିକାଶ ମଲୁର ଦ୍ଵିତୀୟ ପତ୍ନୀ କହିଛନ୍ତି, ସତୀଶଙ୍କ ମୃତ୍ୟୁ ପରେ ସେ ଥାନାରେ ଏତଲା ଦାୟର କରିଛନ୍ତି। ସତୀଶ ତାଙ୍କ ସ୍ୱାମୀଙ୍କ ଫାର୍ମହାଉସରେ ପାର୍ଟିରେ ଯୋଗ ଦେଇଥିଲେ ଓ ସେଠାରେ ତାଙ୍କ ସ୍ୱାସ୍ଥ୍ୟରେ ଅବନତି ଦେଖାଦେଇଥିଲା। ସେହି ଫାର୍ମହାଉସରୁ ମଧ୍ୟ କିଛି ଆପତ୍ତିଜନକ ଔଷଧ ମିଳିଥିବା ସେ କହିଛନ୍ତି। ସେ କହିଛନ୍ତି ଯେ ସତୀଶ ଏବଂ ତାଙ୍କ ସ୍ୱାମୀ ବିକାଶଙ୍କ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ଥିଲା। କିନ୍ତୁ ୨୦୨୨ ଅଗଷ୍ଟରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ସେ କହିଛନ୍ତି, ତାଙ୍କ ସ୍ୱାମୀ ସତୀଶଙ୍କ ଠାରୁ ଆଣିଥିବା ୧୫ କୋଟି ଟଙ୍କା ଫେରସ୍ତ ନ କରିବା ନେଇ ଝଗଡା ହୋଇଥିଲା।

- Advertisement -

ସେ ପୂର୍ବରୁ ବିକାଶଙ୍କ ବିରୋଧରେ ଦାୟର କରିଥିବା ଏତଲା ସମ୍ପର୍କରେ କହିଛନ୍ତି ଯେ ବିକାଶ ପ୍ରଥମେ ତାଙ୍କୁ ବଳାତ୍କାର କରିବା ପରେ ବଳପୂର୍ବକ ବିବାହ କରିଥିଲା କିନ୍ତୁ ବିବାହ ପରେ ବିକାଶର ପ୍ରଥମ ପତ୍ନୀର ପୁଅ ମଧ୍ୟ ତାଙ୍କୁ ବଳାତ୍କାର କରିଥିଲା।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories