www.samajalive.in
Sunday, December 7, 2025
23.1 C
Bhubaneswar

ସରକାରୀ ଯୋଜନା ସାତସପନ, ଅସହାୟ ଅବସ୍ଥାରେ ୩ ପରିବାର

ହରଭଙ୍ଗା:ସରକାର ଗରିବଙ୍କ କଲ୍ୟାଣ ପାଇଁ ବହୁ ଜନହିତକର ଯୋଜନା କାର୍ଯ୍ୟକାରୀ କରିଛନ୍ତି। ମାତ୍ର ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ପଞ୍ଚାୟତ ଅର୍ନ୍ତଗତ ଦନ୍ତାପାଲ୍ଲୀ ଗ୍ରାମର ଏକ ନିଛାଟିଆ ଜଙ୍ଗଲ ମଧ୍ୟରେ ୩ଟି ଅସହାୟ ପରିବାର ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି। ବହୁ ବର୍ଷ ଧରି ଏମାନେ ସରକାରୀ ଯୋଜନାରେ ଅନ୍ତର୍ଗୁକ୍ତ ହୋଇନାହାନ୍ତି।
ପ୍ରକାଶ ଯେ ଦୀର୍ଘ ୧୦/୧୨ବର୍ଷ ତଳେ ଘାସିରାମ ସେଠୀ ଏବଂ ତାଙ୍କ ପତ୍ନୀ ନୂଆଦେଇ ସେଠୀ ବାହାର ଜିଲାରୁ ଆସି ମଥୁରା ପଞ୍ଚାୟତ ଦନ୍ତାପାଲ୍ଲୀ ଗାଁରେ ବସବାସ କରୁଛନ୍ତି। ସେମାନଙ୍କ ନିଜସ୍ବ ଘର ନଥିବାରୁ ବହୁ କଷ୍ଟରେ ଏକ ନିଛାଟିଆ ଜଙ୍ଗଲ ଉଭୟ ଦୁହେଁ ପିଲାଛୁଆଙ୍କୁ ଧରି ରହି ଆସୁଛନ୍ତି। ସେମାନେ ଜମିହୀନ ଓ ଭୁମିହୀନ ଗରିବ ଖଟିଖିଆ ପରିବାର ହୋଇଥିବାବେଳେ ଦିନ ମଜୁରୀ କରି ଗୁଜୁରାଣ ମେଣ୍ଟାଉଥିବା ଜଣାପଡିଛି। ନିଜ ଭିଟାମାଟିକୁ ଫେରିବା ପରିବର୍ତ୍ତେ ଏମାନେ କ୍ରମଶଃ ତିନୋଟି ପରିବାର ବୃଦ୍ଧି ଘଟି କାମଧନ୍ଦା କରି ଏଠାରେ ଦିନକାଟୁଛନ୍ତି। ମୁଣ୍ଡ ଗୁଞିବାକୁ ନୁଆଣିଆ ଚାଳଖଣ୍ଡିଏ ରହିଛି। ପାଖରେ ଭୋଟର କାର୍ଡ, ଆଧାରକାର୍ଡ ଭଳି କୌଣସି ସରକାରୀ ପରିଚୟ ପତ୍ର ଖଣ୍ଡିଏ ନଥିବାରୁ ଏମାନଙ୍କ ପାଇଁ ସରକାରଙ୍କ ଯୋଜନା ସାତ ସପନ ପାଲଟିଛି। ଫଳରେ ଭାଗ୍ୟକୁ ଆଦରି ଏହି ତିନିଜଣ ଅସହାୟ ପରିବାର ପିଲାଛୁଆ ଧରି ଏଠାରେ ଦିନକାଟୁଥିବା ଜଣାପଡିଛି। ଏହି ଗରିବ ପରିବାରଙ୍କୁ ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ନାଏବ ସରପଞ୍ଚ ନିର୍ଗୁଣ ମହାକୁଡ ଦାବି କରିଛନ୍ତି। ନୂଆଦେଇ ମଧ୍ୟ ସରକାରୀ ସାହାଯ୍ୟକୁ ତପସ୍ୟା ଭଳି ଅନେଇଥିବା କହିଛନ୍ତି। ବୌଦ୍ଧ ଜିଲାପାଳ ସେମାନଙ୍କ ପରିବାର ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories