ପୁରୁଣାକଟକ ମା’ ଭୈରବୀଙ୍କ ପୀଠରେ ଷୋଳ ପୂଜା ଆରମ୍ଭ
ଷୋଳ ଦିନ ଧରି ଚାଲିବ ଗୁପ୍ତ ପୁଜା ,ସାଧାରଣ ଭକ୍ତଙ୍କୁ ଦର୍ଶନ ମନା
ହରଭଙ୍ଗା: ଆଜି ଠାରୁ ରାଜ୍ୟର ବିଭିନ୍ନ ଶକ୍ତି ପୀଠ ଗୁଡିକରେ ଷୋଳପୁଜା ଆରମ୍ଭ ହୋଇଛି। ବୌଦ୍ଧ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ପୁରୁଣାକଟକ ପୀଠରେ ମଧ୍ୟ ଶନିବାର ଠାରୁ ଷୋଳପୂଜା ଆରମ୍ଭ ହୋଇଛି। ସକାଳୁ ଦେବୀଙ୍କ ନିକଟରେ ରିତିନିତି ଅନୁଯାୟୀ ପୁଜାର୍ଚନା କରାଯାଇଥିଲା। ଅପରାହ୍ନ ୪ ଟାରେ ମନ୍ଦିରର ମୁଖ୍ୟ ପୂଜକଙ୍କ ଘରୁ ଏକ ବିରାଟ ଶୋଭାଯାତ୍ରା ରେ ଛତ୍ର ଛତ୍ରୀ ଘଣ୍ଟା ଘଣ୍ଟା ଢୋଲ ନିଶାଣ ଧରି ଭକ୍ତଙ୍କ ଗହଣରେ ଏକ ଶୋଭାଯାତ୍ରାରେ ବାହାରି ମାଙ୍କ ପାଟଖଣ୍ଡା ଓ ବିଜୟ ପ୍ରତିମାଙ୍କୁ ନେଇ ପୁରୁଣାକଟକ ବଜାର ପରିକ୍ରମା ପରେ ମନ୍ଦିର ପରିସରରେ ପହଁଚିଥିଲେ।ଆଜି ମଧ୍ୟରାତୀରୁ ମହାଷ୍ଟମୀ ପର୍ଯ୍ୟନ୍ତ ଦିର୍ଘ ଷୋଳଦିନ ଧରି ଷୋଳପୁଜା ଚାଲିବ।
ମନ୍ଦିରରେ ମାଙ୍କ ପୁଜା ସମ୍ପୁର୍ଣ୍ଣ ଗୁପ୍ତ ଭାବେ ଚାଲିବ ପ୍ରତ୍ୟେକ ମଧ୍ୟରାତ୍ର ରେ ସ୍ୱତନ୍ତ୍ର ପୁଜା ଅନୁଷ୍ଠିତ ହେବ। ପ୍ରଥା ଅନୁଯାୟୀ ଆଜି ଠାରୁ ମାଙ୍କ ଦର୍ଶନ ସାଧାରଣ ଭକ୍ତଙ୍କ ପାଇଁ ସଂମ୍ପୁର୍ଣ୍ଣ ନିଷେଧ। ଏପରିକି ମନ୍ଦିର ପରିସରରେ କଥୋପକଥନ ମଧ୍ୟ ନିଷିଦ୍ଧ ଅଟେ। ଏହି ଷୋଳ ଦିନ ମନ୍ଦିର ବହାରେ ଥିବା ସାହାଡା ବୃକ୍ଷପୁଜା କରାଯାଇଥାଏ। ଏହିଠାରେ ଭକ୍ତ କେବଳ ଦୀପଜାଳିଥାନ୍ତି। ଷୋଳଖଣ୍ଡ ମୌଜାର ଜନସାଧାରଣ ଏହି ପର୍ବରେ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇଥାନ୍ତି। ମନ୍ଦିର ପରିଚାଳନା କମିଟିର ସଭାପତି ସୁରେନ କୁମାର ପ୍ରଧାନଙ୍କ ସୂଚନା ଅନୁଯାୟୀ ଷୋଳଦିନ ଧରି ଗୁପ୍ତପୁଜା ଚାଲିବ। ନବମୀ ଦିନ ମା’ଙ୍କ ପୀଠରେ ନବାନ୍ନ ଲାଗିହୁଏ। ଦଶମୀ ଦିନ ଠାରୁ ମା’ ସବସାଧାରଣଙ୍କୁ ଦର୍ଶନ ଦେଇଥାନ୍ତି।
Comments are closed.