ପରିବେଶ ସୁରକ୍ଷା ପାଇଁ ଅଣ୍ଟାଭିଡ଼ିଲେ ଜିଲ୍ଲାପରିଷଦ ସଭ୍ୟ

ନାଏକପଡା ଗୁମ୍ଫାରେ ୪ଶହ ଚାରା ରୋପଣ  

ହରଭଙ୍ଗା: ଏକ ସୁସ୍ଥ ପରିବେଶ ସୃଷ୍ଟିକରି ସମୃଦ୍ଧ ସମାଜ ଗଠନ ଲକ୍ଷ୍ୟରେ ଜିଲ୍ଲାର ହରଭଙ୍ଗା ବ୍ଲକ ଅନ୍ତର୍ଗତ ୭ନଂ ଜିଲ୍ଲା ପରିଷଦ ଜୋନର ମହିଳା ସ୍ୱୟଂ ସେବିକାମାନେ ଆଜି ସାମୁହିକ ବୃକ୍ଷ ରୋପଣ କରିଛନ୍ତି । ୭ନଂ ଜୋନ ସଭ୍ୟ ବିଶ୍ୱଜିତ ମିଶ୍ରଙ୍କ ତତ୍ୱାବଧାନରେ ଜିଲ୍ଲା ଜଙ୍ଗଲ ବିଭାଗର ସହଯୋଗରେ ବାମୁଣ୍ଡା ପଂଚାୟତ ଅନ୍ତର୍ଗତ ନାଏକପଡା ଓ ଗୋପାଳପୁର ଅଂଚଳରେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ପ୍ରାୟ ୪୦୦ ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଭାଶିନୀ ଦାସ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଜିଲ୍ଲା ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ, ସ୍ଥାନିୟ ସରପଂଚଞ୍ଚ  ଇନ୍ଦୁମତି ଝାଙ୍କର, ସମିତିସଭ୍ୟ କୁମୁଦିନି ସେଠୀ, ପୂର୍ବତନ ସରପଞ୍ଚ ହରି ମିଶ୍ର, ମହିଳା ନେତ୍ରୀ ରୀତାଞ୍ଜଳି ମିଶ୍ର ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବନ୍ଧାପଥର ପଂଚାୟତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଭାପତି କମଳା ମେହେର, ସରସରା ସଭାପତି ଲକ୍ଷ୍ମୀପ୍ରିୟା ବେହେରା, ରାଧାନଗର ସଭାପତି ପ୍ରଭାତି ବାରିକ, ମଥୁରା ସଭାପତି ଖୁଲଣା ପ୍ରଧାନ, ଓ ସାମ୍ପୋଚ ସଭାପତି ସୁଦେସ୍ନା ପଣ୍ଡା ପ୍ରମୁଖ ନିଜ ନିଜର ଗୋଷ୍ଠୀ ମହିଳା ସଦସ୍ୟଙ୍କ ସହ ଯୋଗଦେଇ ବୃକ୍ଷରୋପଣ  କରିଥିଲେ । ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରସ୍ତାବିତ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ହରଭଙ୍ଗା ବ୍ଲକର ୭ନଂ ଜୋନରେ ହେବାକୁଥିବା ନନ୍ଦନବନ ନିମନ୍ତେ ଅଧିକ ଜଙ୍ଗଲ ସୃଷ୍ଟି କରାଯିବା ମଧ୍ୟ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ଜଙ୍ଗଲ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ।

 

 

 

 

 

 

 

 

Comments are closed.