www.samajalive.in
Sunday, December 14, 2025
19.1 C
Bhubaneswar

ସମାଜ ପ୍ରଭାବ: ବାଲି ଚୋରାଚାଲାଣ ଉପରେ ତହସିଲ ପ୍ରଶାସନ ଓ ପୁଲିସର ମିଳିତ ଚଢାଉ

ହରଭଙ୍ଗା: ହରଭଙ୍ଗା ତହସିଲ ଅର୍ନ୍ତଗତ ମହାନଦୀର ସାକୁଶିଙ୍ଗା ଘାଟରୁ ବ୍ୟାପକ ବାଲି ଚୋରାଚାଲାଣ ହେଉଥିବା ଏକ ଶୀର୍ଷକ ଖବର ଶୁକ୍ରବାର ସମାଜରେ ପ୍ରକାଶ ପାଇଥିଲା। ଖବରର ସତ୍ୟତାକୁ ହୃଦୟଙ୍ଗମ କରି ହରଭଙ୍ଗା ତହସିଲ ପ୍ରଶାସନ ଏବଂ ପୁରୁଣାକଟକ ପୁଲିସ ପକ୍ଷରୁ ବାଲି ଚୋରାଚାଲାଣ ଉପରେ ମିଳିତ ଚଢଉ କରାଯାଇଥିଲା। ହରଭଙ୍ଗା ଏବଂ ସାକୁଶିଙ୍ଗା ମହାନଦୀ ଘାଟରୁ ବାଲି ଚୋରା ଚାଲାଣ କରୁଥିବା ୬ଟି ହାଇୱା ଯାଞ୍ଚ ବେଳେ ରୟାଲଟି ଫର୍ମ ଦେଖାଇ ପାରିନଥିବାରୁ ସେଗୁଡିକୁ ଜବତ କରିଥିଲେ। ଜବତ ଗାଡ଼ିଗୁଡିକରୁ ୭୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ହରଭଙ୍ଗା ତହସିଲଦାର ଶମ୍ଭୁଭୂଷଣ ମିଶ୍ର ସୂଚନା ଦେଇଛନ୍ତି। ଚଢାଉ ବେଳେ ହରଭଙ୍ଗା ଅତିରିକ୍ତ ତହସିଲଦାର ହରିଓମ ଭୋଇ, ପୁରୁଣାକଟକ ଆଇଆଇସି ଜ୍ୟୋସ୍ନା କାଉଁରୀ, ଏସଆଇ ତୁଳାରାମ ନାଏକ ପ୍ରମୁଖ ସାମିଲ ଥିଲେ। ତହସିଲ ପ୍ରଶାସନର ଏଭଳି କାର୍ଯ୍ୟାନୁଷ୍ଠାନ ବାଲି ଚୋରା ଚାଲାଣକାରୀଙ୍କ ମଧ୍ୟରେ ଏକ ଆତଙ୍କ ସୃଷ୍ଟି କରିଛି।

 

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories