www.samajalive.in
Sunday, December 14, 2025
19.1 C
Bhubaneswar

ବିଧାୟକଙ୍କ ଦ୍ୱାରା ଅତିରିକ୍ତ ଗୋଦାମଗୃହ ଉଦଘାଟିତ; ବନ୍ୟାପ୍ଳାବିତ ଗାଁଲୋକଙ୍କୁ ସୁବିଧାରେ ମିଳିବ ରାସନ ସାମଗ୍ରୀ ଓ ଭତ୍ତା

ହରଭଙ୍ଗା: ହରଭଙ୍ଗା ବ୍ଲକ ଶଙ୍କୁଲେଇ ପଂଚାୟତ ଅର୍ନ୍ତଗତ ବୁଲୁରାଠାରେ ଶୁକ୍ରବାର ଏକ ଅତିରିକ୍ତ ଗୋଦାମଘର ଉଦ୍‍ଘାଟିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ୍‍ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ଏହାର ଶୁଭ ଉଦ୍‍ଘାଟନ କରିଥିଲେ। ଅନ୍ୟତମ ଅତିଥିଭାବେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ବୌଦ୍ଧ ଯୋଗାଣ ଅଧିକାରୀ ବିଭୁପ୍ରସନ୍ନ ଆଚାର୍ଯ୍ୟ, ସହକାରୀ ଯୋଗାଣ ଅଧିକାରୀ ବିଷ୍ଣୁ ପ୍ରଧାନ, ଶଙ୍କୁଲେଇ ସରପଂଚ ସୁଶ୍ରୀତା ଛନ୍ଦ, ସମିତିସଭ୍ୟା ରଶ୍ମିତା ମହାକୁଡ ପ୍ରମୁଖ ଯୋଗଦାନ କରିଥିଲେ। ପଂଚାୟତ ସଦରମହକୁମାଠାରୁ ଦୀର୍ଘ ୧୮ କିଲୋମିଟର ଦୂରରେ ପାଣିଘରା, ବୁଲୁରା, ରାଉତପଡ଼ା, ବୃହସ୍ପତିପୁର ଏବଂ ମଲ୍ଲିକପଡ଼ା ଭଳି ୫ଟି ଗାଁ ଅବସ୍ଥିତ। ପଂଚାୟତ ମୁଖ୍ୟାଳୟରୁ ଗାଁଗୁଡିକର ଦୂରତା ୧୫କିଲୋମିଟରୁ ଅଧିକ ଥିବାରୁ ହିତାଧିକାରୀମାନେ ଖରା, ବର୍ଷା, ଶୀତ ସବୁ ସମୟରେ ରାସନସାମଗ୍ରୀ ଏବଂ ଭତା ସଂଗ୍ରହ ପାଇଁ ବହୁତ ହଇରାଣ ହରକତ ହେଉଥିଲେ।

ବିଶେଷକରି ବର୍ଷାଦିନେ ବନ୍ୟାଯୋଗୁଁ ଉକ୍ତ ଗାଁଗୁଡିକ ପାଣିଘେରରେ ରହି ରାସନସାମଗ୍ରୀ ଏବଂ ଭତା ସଠିକ ସମୟରେ ପାଇବାରୁ ବଂଚିତ ହେଉଥିଲେ। ଏହି ସମସ୍ୟା ସମାଧାନ ପାଇଁ ସ୍ଥାନୀୟ ଲୋକେ ବୌଦ୍ଧ ବିଧାୟକ, ବୌଦ୍ଧ ଜିଲ୍ଲାପ୍ରଶାସନକୁ ବହୁବାର ଦାବୀକରିଆସୁଥିଲେ। ବହୁଦିନର ପ୍ରତୀକ୍ଷା ପରେ ବୌଦ୍ଧ ବିଧାୟକଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାପାଳ ଏବଂ ସିଏସଓଙ୍କ ସହଯୋଗରେ ଏଠାରେ ଏକ ଅତରିକ୍ତ ଗୋଦାମଘର ଖୋଲିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା। ବନ୍ଦ ହୋଇପଡ଼ିଥିବା ବୁଲୁରା ପ୍ରାଥମିକ ସ୍କୁଲର ଏକ ଶ୍ରେଣୀଗୃହରେ ଉକ୍ତ ଗୋଦାମ ଘରଟି ଖୋଲାଯାଇଛି। ଏଠାରେ ଆଜିଠାରୁ ଉକ୍ତ ଗାଁ ଲୋକଙ୍କୁ ସୁବିଧାରେ ରାସନ ସାମଗ୍ରୀ ଭତା ଇତ୍ୟାଦି ଯୋଗାଇଦିଆଯିବ ବୋଲି ବିଧାୟକ କହିଛନ୍ତି। ଲୋକଙ୍କ ଦୀର୍ଘଦିନର ଦାବୀ ପୂରଣ ହୋଇପାରିଥିବାରୁ ପଂଚାୟତ ତରଫରୁ ସ୍ଥାନୀୟ ସରପଞ୍ଚ ବିଧାୟକ, ଜିଲ୍ଲାପାଳ ଏବଂ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଆନ୍ତରିକ ଧନ୍ୟବାଦ ପ୍ରଦାନ କରିଥିଲେ। ଆଜି ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ପିଇଓ ଅନନ୍ତ ବେହେରା, ଜିଆରଏସ ସରୋଜ ମହାକୁଡ, ତ୍ରୀବିକ୍ରମ ମହାକୁଡ, ସତ୍ୟବାଦୀ ଚାଉଳିଆ ପ୍ରମୁଖ ସହଯୋଗ କରିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories