www.samajalive.in
Sunday, December 14, 2025
26.1 C
Bhubaneswar

ଅଟୋ ଓଲଟି ୨ ଗୁରୁତର, ୩ ଆହତ

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ କେନ୍ଦୁଜିଆଣି-ଭୀମକୁଣ୍ଡ ପ୍ରଧାନମନ୍ତ୍ରୀ ରାସ୍ତାର ଯୋଡ଼ିବିଲ ଗ୍ରାମ ନିକଟରେ ଶୁକ୍ରବାର ଦ୍ବିପ୍ରହର ସମୟରେ ଏକ ଯାତ୍ରୀବାହୀ ଅଟୋ ଓଲଟି ପଡିବାରୁ ଜଣେ ମହିଳା ଓ ଅଟୋ ଡ୍ରାଇଭର ଗୁରୁତର ଥିବା ବେଳେ ଅନ୍ୟ ୩ ଜଣ ମହିଳା ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ସମସ୍ତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଛି। ଗୁରୁତର ଥିବା ରଶ୍ମିରେଖା ଦାସଙ୍କୁ କଟକ ବଡ଼ଡାକ୍ତରଖାନା ଓ ଡ୍ରାଇଭର ମୁକେଶ ଦାସଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ପ୍ରକାଶ ଯେ, ଖଣ୍ଡବନ୍ଧ ଗ୍ରାମପଞ୍ଚାୟତ ଅଧିନ ବାଲିପୋଷୀ ଗ୍ରାମର ୧୧ ଜଣ ମା’ ସରସ୍ଵତୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା କେନ୍ଦୁଜିଆଣିଠାରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କକୁ ଆସି କାମ ସାରି ଦିନ ପ୍ରାୟ ୨ଟା ସମୟରେ ଫେରୁଥିବା ବେଳେ ଯୋଡ଼ିବିଲ ଗ୍ରାମ ନିକଟରେ ଯାଉଥିବା ଓଟୋ ସମୁଖକୁ ଏକ ଛେଳି ଆସି ଯିବାରୁ ଅଟୋ ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରୁ ସମସ୍ତଙ୍କୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଦୁର୍ଘଟଣାରେ ଆହତ ମହିଳାମାନେ ହେଲେ ସୁମିତ୍ରା ଦଣ୍ଡପାଟ, ରୀନା ଦାଣ୍ଡପାଟ ଆହତ ହୋଇ ଠାକୁରମୁଣ୍ଡା ସ୍ଵାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଅନ୍ୟମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଥିଲା ବେଳେ ଠାକୁରମୁଣ୍ଡା ପୁଲିସ ଖବର ପାଇ ଦୁର୍ଘଟଣା ତଦନ୍ତ କରୁଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories