www.samajalive.in
Monday, December 15, 2025
15.1 C
Bhubaneswar

କାହିଁକି ବଦଳିଲେ ଯୋଗାଣ ନିରୀକ୍ଷକ ?

ହରଭଙ୍ଗା: ହରଭଙ୍ଗା ବ୍ଲକ ଲୁଣିବାହାଲ ପଞ୍ଚାୟତରେ ମୃତ ହିତାଧିକାରୀଙ୍କ ନାଁରେ ପିଡିଏସ ଚାଉଳ ହରିଲୁଟ୍‌ ଦୁର୍ନୀତି ପର୍ଦ୍ଦାଫାସ ପରେ ବୌଦ୍ଧ ଜିଲ୍ଲାପ୍ରଶାସନ ତତ୍ପରତା ଦେଖାଇଛି । ଦୁର୍ନୀତିରେ ଲିପ୍ତଥିବା ସଂପୃକ୍ତ ଯୋଗାଣ ସହାୟକ, ପଞ୍ଚାୟତ ପିଇଓଙ୍କ ଉପରେ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପରିବର୍ତ୍ତେ ୬ମାସ ହେଲା ନୂତନ ଭାବେ ଚାକିରିରେ ଯୋଗଦାନ କରିଥିବା ଜଣେ ଆଦିବାସୀ ବର୍ଗର ମହିଳା ଯୋଗାଣ ନିରୀକ୍ଷକଙ୍କୁ ବେନିୟମ ଭାବେ ବୌଦ୍ଧ ଜିଲ୍ଲା ଯୋଗାଣଅଧିକାରୀଙ୍କ କାର୍ଯ୍ୟାଳୟକୁ ବଦଳି କରି ଜିଲ୍ଲାପ୍ରଶାସନ ବାହା ବାହା ନେଉଛି । ସୂଚନା ଥାଉ କି ବ୍ଲକର ଲୁଣିବାହାଲ ପଂଚାୟତ ମଧୁସୂଦନପୁର ଗ୍ରାମର ଉପେନ୍ଦ୍ର ପ୍ରଧାନଙ୍କ ବଡପୁଅ ଅଶୋକ ପ୍ରଧାନ ଗତ ୨୦୧୭ ମସିହାରେ ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ମାତ୍ର ମୃତ ଅଶୋକଙ୍କ ନାଁରେ ଥିବା ରାସନକାର୍ଡରେ ଦୀର୍ଘ ୫ବର୍ଷ ହେଲା ପିଡିଏସ ସାମଗ୍ରୀ ହରିଲୁଟ ଘଟଣା ସାମନାକୁ ଆସିଥିଲା । ଏହା ପରେ ବୌଦ୍ଧ ଉପଜିଲ୍ଲାପାଳ ଜିଲ୍ଲା ଯୋଗାଣ ବିଭାଗକୁ ଏକ କମିଟି ଦ୍ୱାରା ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ତଦନ୍ତ ପରେ ମୃତ ହିତାଧିକରୀଙ୍କ ନାଁରେ ପିଡିଏସ ସାମଗ୍ରୀ ଉଠାଣ ହେଉଥିବା ପ୍ରମାଣିତ ହୋଇଥିଲା । ମାତ୍ର ୨୦୧୭ରେ ଏହି ପଞ୍ଚାୟତ ଦାୟିତ୍ୱରେ ଥିବା ତତ୍କାଳୀନ ପିଇଓ ଓ   ଯୋଗାଣ ନିରୀକ୍ଷକ ଏବଂ ପଞ୍ଚାୟତ ଯୋଗାଣ ସହାୟକ ସହିତ ବର୍ତ୍ତମାନର ପିଇଓଙ୍କ ବିରୁଦ୍ଧରେ ପ୍ରଥମେ କାର୍ଯ୍ୟାନୁଷ୍ଠାନ ନିଆଯିବା ପରିବର୍ତ୍ତେ ସାବତପୁଅ ନ୍ୟାୟରେ ଜଣେ ସଚୋଟ୍‌ ନୀରିହ ଯୋଗାଣ ନୀରିକ୍ଷକ ନିବେଦିତା ଯାନୀଙ୍କୁ ତରବରିଆ ଭାବେ ବଦଳି କରିବା ଘଟଣା ସାଧାରଣରେ ନାପସନ୍ଦ କରାଯାଇଛି । ଅନ୍ୟପଟେ ୨୦୧୭ ମସିହାରୁ ୨୦୨୨ ମସିହା ପର୍ଯ୍ୟନ୍ତ ଦୀର୍ଘ ୫ବର୍ଷ ଧରି ଜଣେ ମୃତ ହିତାଧିକାରୀ ନାମରେ ପିଡିଏସ ସାମଗ୍ରୀ ଉଠୁଥିବା ବେଳେ ଏ ବାବଦରେ ପଞ୍ଚାୟତ ପିଇଓ ଏବଂ ଯୋଗାଣ ସହାୟକ ମନ୍ଦ ଉଦ୍ଦେଶ୍ୟ ରଖି ସଂପୃକ୍ତ ବିଭାଗକୁ ଏ ନେଇ କୌଣସି ସୂଚନା ଦେଇନଥିବା  ତଦନ୍ତକାରୀ ଦଳ ମଧ୍ୟ ଜାଣିପାରିଥିଲେ । ମାତ୍ର କେଉଁ ନିୟମରେ କୌଣସି କାରଣ ନଥାଇ ହରଭଙ୍ଗା ବ୍ଲକ ଯୋଗାଣ ନୀରିକ୍ଷକ ସୁଶ୍ରୀ ଯାନୀଙ୍କୁ ବୌଦ୍ଧ ବଦଳି କରାଗଲା ତାକୁ ନେଇ ସବୁମହଲରେ ଚର୍ଚ୍ଚା ଜୋରଧରିଛି ।

- Advertisement -

ଅନ୍ୟପଟେ ହରଭଙ୍ଗା ବ୍ଲକ ଯୋଗାଣ ବିଭାଗରେ ଦୀର୍ଘଦୀନଧରି ଦୁର୍ନୀତିର କାୟାବିସ୍ତାର କରିଥିବା କିଛି ତଳିଆ କର୍ମଚାରୀ ନିଜର ଦୁର୍ନୀତିମୁଖା ଖୋଲିଯିବା ଭୟରେ ବଡବଡିଆଙ୍କୁ ଧରି ଯୋଗାଣ ନିରୀକ୍ଷକଙ୍କୁ ବଦଳି କରିଥିବା ମଧ୍ୟ ଆଲୋଚନା ଜୋରଧରିଛି । ହେଲେ ଆଗକୁ ଏହି ଦୁର୍ନୀତିରେ ଲିପ୍ତଥିବା କର୍ମଚାରୀଙ୍କ ବିରୁଦ୍ଧରେ ଜିଲ୍ଲାପ୍ରଶାସନ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହାକୁ ନେଇ ସବୁମହଲରେ ଚର୍ଚ୍ଚା ଚାଲିଛି । ଅନ୍ୟପଟେ ଗତ ଜିଲ୍ଲାପରିଷଦ ବୈଠକରେ ୭ନଂ ଜିଲ୍ଲାପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର ହରଭଙ୍ଗା ବ୍ଲକରେ ବେନିୟମ ଅନ୍ତଦୋୟ କାର୍ଡ ହାତେଇଥିବା ପ୍ରସଙ୍ଗ ଉଠାଇବା ସହିତ ସବୁ ପଞ୍ଚାୟତରେ ଏହାର ଯାଞ୍ଚ ପାଇଁ ଦାବି କରିଥିବା ଜଣାପଡିଛି । ଆଗକୁ ଯୋଗାଣ ବିଭାଗରେ ଚାଲିଥିବା ଆଖିବୁଜା ଦୁର୍ନୀତି ଉପରେ ଯୋଗାଣ ନୀରିକ୍ଷକଙ୍କ ବଦଳି କେତେଦୂର ପ୍ରଭାବ ପକାଉଛି ତାହାକୁ କେବଳ ଦେଖିବା ବାକି ରହିଛି । ତୁରନ୍ତ ଏ ଦିଗରେ ଖାଉଟି କଲ୍ୟାଣ ,ଖାଦ୍ୟ ଯୋଗାଣ ବିଭାଗ ସଚିବ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି ।

 

 

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories