ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପନିପରିବା ଚାଷ ତାଲିମ
ବୌଦ୍ଧ : ବୌଦ୍ଧ ଜିଲା ଲାଣ୍ଡିବନ୍ଧ ସ୍ଥିତ ଏସବିଆଇ ଆରସେଟି ତରଫରୁ କଣ୍ଟାମାଳ ବ୍ଲକ ସ୍ତିତ ଦପଲା ଗ୍ରାମରେ ୨୨ ଜଣ ମହିଳା ମାନଙ୍କୁ ନେଇ ଏକ ଦଶ ଦିନିଆ ପନିପରିବା ଚାଷ ତାଲିମ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ସହକାରୀ ପ୍ରକଳ୍ପ ନିର୍ଦ୍ଧେଶକ (ଜୀବିକା ) ଜ୍ୟୋତ୍ସ୍ନା ରାଣୀ ପୁରୋହିତ ଦୀପ ପ୍ରଜ୍ୱଳନ କରି କାର୍ୟ୍ୟକ୍ରମ ଟିକୁ ଆରମ୍ଭ କରିଥିଲେ। ତାଲିମ କାର୍ୟ୍ୟକ୍ରମରେ ଜ୍ଞାନ କିଶୋର ପାଣିଗ୍ରାହୀ ମୁଖ୍ୟ ପ୍ରଶିକ୍ଷକ ଭାବରେ ଯୋଗ ଦେଇ ପନିପରିବା ଚାଷର ଲାଭ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଆରସେଟି ନିର୍ଦେଶକ ବିଚିତ୍ର ମହାପାତ୍ର ପ୍ରଶିକ୍ଷାର୍ଥୀ ମାନକୁ ବ୍ୟାଙ୍କ ର ବୀମା , ରୃଣ ଏବଂ ବିଭିନ୍ନ ସରକାରୀ ଯୋଜନା ବିଷୟରେ ବୁଝାଇଥିଲେ ଏବଂ ଉଦଯାପନ ଦିବସରେ ଜିଲା ପ୍ରକଳ୍ପ ଅଧିକାରୀ (ଓଡିଶା ଜୀବିକା ମିଶନ ) ଫ୍ରାନସିସ ଵାଲା ସମସ୍ତ ପ୍ରଶିକ୍ଷାର୍ଥୀ ମାନଙ୍କୁ ତାଲିମ ପ୍ରମାଣ ପତ୍ର ଦେଇ ଉତ୍ସାହିତ କରିଥିଲେ। ଅନୁଷ୍ଠାନର ତାଲିମ ସଂଯୋଜକ କାନନ ଖମାରୀ କାର୍ୟ୍ୟକ୍ରମ ଟିକୁ ପରିଚାଳନା କରିବା ସହିତ ଅନୁଷ୍ଠାନର ସମସ୍ତ କର୍ମଚାରୀମାନେ ତାଙ୍କୁ ସହଯୋଗ କରିଥିଲେ।
Comments are closed.