www.samajalive.in
Sunday, December 14, 2025
17.1 C
Bhubaneswar

ପୁରୁଣାକଟକ ସହରକୁ ଅଧିକ ବିକଶିତ କରିବା ପାଇଁ ଜିଲ୍ଲାପାଳଙ୍କ ସହ ଆଲୋଚନା

ହରଭଙ୍ଗା: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଗମନାଗମନ ଓ ବ୍ୟବସାୟିକ ଦୃଷ୍ଟିକୋଣରୁ ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ ସ୍ଥାନ ଅଟେ।ଏଠାରେ ଚାଲୁଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଥା ସହରର ବିକାଶ ପାଇଁ ଆଗାମୀ ଦିନରେ କିଛି ପ୍ରକଳ୍ପ ନିମନ୍ତେ ଶନିବାର ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ସହ ଜିଲ୍ଲା ପରିଷଦ ଉପାଧକ୍ଷ ଅକ୍ରୁର ସେଠି ଓ ପୁରୁଣାକଟକ ନାଗରିକ କମିଟି ସଦସ୍ୟ ଆଲୋଚନା କରିଥିଲେ। ଭୈରବୀ ମନ୍ଦିରରେ ଚାଲୁଥିବା ଗାର୍ଡ ୱାଲ ଓ ପାର୍କ, ନବ ନିର୍ମିତ ହାଇସ୍କୁଲର କାର୍ୟ୍ୟ ଜିଲ୍ଲାପାଳ ବୁଲି ଦେଖିଥିଲେ। ସେହିପରି ଆଦର୍ଶ ହସ୍ପିଟାଲ ପାଇଁ ପୁରୁଣାକଟକ ଉପକଣ୍ଠରେ ସ୍ଥାନ ଦେଖିଥିଲେ। ପୁରୁଣାକଟକରେ ସ୍ଥାୟୀ ବସଷ୍ଟାଣ୍ଡ, ପାର୍କ, ସ୍ମଶାନ ଓ ସହରାଞ୍ଚଳ ଫାଣ୍ଡି ସ୍ଥାପନ ନିମନ୍ତେ ଆଲୋଚନା ହୋଇଥିଲା। ଏଥିସହ ପ୍ରସ୍ତାବିତ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନକୁ ଅଧିକ କ୍ରିୟାଶୀଳ କରାଯିବା ନେଇ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଥିଲା।

ଜିଲ୍ଲାପାଳଙ୍କ ସହ ଉପଜିଲ୍ଲାପାଳ ଅଶ୍ୱିନୀ ମେହେର ହରଭଙ୍ଗା ବିଡ଼ିଓ ସୁବାସ ଯାନୀ ଓ ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ। ପୁରୁଣାକଟକ ନାଗରିକ କମିଟି ଆବାହକ ସୁକାନ୍ତ ପଟନାୟକ, ଉପଦେଷ୍ଟା ବିଜୟ କୁମାର କହଁର, ସତୀଶ ବେହେରା, ଜଗଦାନନ୍ଦ ସାହୁ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories