www.samajalive.in
Saturday, December 6, 2025
15.1 C
Bhubaneswar

ବୌଦ୍ଧରେ ଦାନ ମାଝୀ ଘଟଣାର ପୁନରାବୃତ୍ତି; ମୃତ ପୁଅକୁ କାନ୍ଧରେ ବୋହିଲେ ବାପା

ହରଭଙ୍ଗା : ବୌଦ୍ଧ ଜିଲାରେ ପୁଣି ଦାନ ମାଝୀ ଘଟଣାର ପୁନରାବୃତ୍ତି ଦୃଶ୍ୟ ନଜରକୁ ଆସିଛି। ମହାପ୍ରୟାଣ ଗାଡି ନ ମିଳିବାରୁ ୭ବର୍ଷର ମୃତ ପୁଅକୁ ଜଣେ ବୃଦ୍ଧ ବାପା କାନ୍ଧରେ ଧରି ଚାଲି ଚାଲି ଫେରୁଥିବା ଭଳି ଆଉ ଏକ ଦୃଶ୍ୟ ସରକାରୀ ଯୋଜନାର ସଫଳତା ଏବଂ ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ଲଗାଇଛି। ଏଭଳି ଏକ ହୃଦୟସ୍ପର୍ଶୀ ଘଟଣା ଜିଲାର ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି।
ସୂଚନା ଅନୁସାରେ ବ୍ଲକର ତିଲେଶ୍ୱର ପଞ୍ଚାୟତ ମୂଷାଢ ଗ୍ରାମର ଶେଷଦେବ ପ୍ରଧାନଙ୍କ ସାନ ପୁଅ ରାଜେନ୍ଦ୍ର(୭)ର ପେଟଯନ୍ତ୍ରଣା ଯୋଗୁଁ ମେଡିକାଲ ନେବା ପାଇଁ ଆମ୍ବୁଲାନ୍ସକୁ ପରିବାର ଲୋକେ ଫୋନ କରିଥିଲେ। ମାତ୍ର ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ହେବାରୁ ଏକ ଅଟୋ ଭଡା କରି ମଙ୍ଗଳବାର ସକାଳେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ପୁଅକୁ ଭର୍ତ୍ତି କରିଥିଲେ। ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପୁଅର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପଇସାପତ୍ର ଅଭାବରୁ ଗାଡି କରି ପୁଅର ମୃତଦେହ ନେବାକୁ ପରିବାର ଅସର୍ମଥ ଯୋଗୁଁ ଶେଷରେ ବୃଦ୍ଧ ବାପା ମୃତ ପୁଅକୁ କାନ୍ଧେଇ ଚାଲି ଚାଲି ନିଜ ଘର ମୂଷାଢ ଫେରୁଥିଲେ। ମୃତ ପୁଅକୁ ବୃଦ୍ଧ ବାପା କାନ୍ଧେଇ ମାଆ ଏବଂ ଭଉଣୀ ତାଙ୍କ ସହିତ ଚାଲି ଚାଲି ଘରକୁ ଫେରୁଥିବା ବେଳେ ଏହି ଦୃଶ୍ୟ ପୁରୁଣାକଟକ ବଜାରର ପ୍ରଦୀପ ଛତ୍ରୀଆ ନାମକ ଜନୈକ ସମାଜସେବୀଙ୍କ ନଜରରେ ପଡ଼ିଥିଲା। ପ୍ରଦୀପ ସେମାନଙ୍କୁ ନିଜ କାରରେ ନେଇ ମୂଷାଢ ଗାଁରେ ପହଞ୍ଚାଇ ଥିଲେ। ତେବେ ଶେଷଦେବ ଭଳି ଜଣେ ଗରିବ ବୃଦ୍ଧ ବାପା ପୁଅର ମୃତଦେହ କାନ୍ଧେଇ ଚାଲି ଚାଲି ବଜାର ମଧ୍ୟ ଦେଇ ଘରକୁ ଫେରିବା ଘଟଣା ସରକାରୀ ବ୍ୟବସ୍ଥାର ତ୍ରୁଟି ଏବଂ ସରକାରଙ୍କ ମାଳ ମାଳ ଜନକଲ୍ୟାଣୀ ଯୋଜନାର ଉପରେ ପ୍ରଶ୍ନଚିହ୍ନ ଲଗାଇଛି। ଏଭଳି ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଶେଷଦେବ ପରିବାରଙ୍କୁ ନ୍ୟାୟ ଦେବାପାଇଁ ସାଧାରଣରେ ଦାବି ହେଉଛି।
ଏ ସଂର୍ପକରେ ବୌଦ୍ଧ ସିଡିଏମଓ ତ୍ରିଲୋଚନ ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଏଭଳି ଘଟଣା ସଂର୍ପକରେ ମୋ ପାଖରେ କିଛି ଖବର ନାହିଁ ବୋଲି କହିଥିଲେ। ଅପରପକ୍ଷରେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ଆଦିତ୍ୟ ପ୍ରସାଦଙ୍କୁ ପଚାରିବାରୁ ପିଲାଟି ମେଡିକାଲ ପହଞ୍ଚିବାର ଘଣ୍ଟାଏ ଆଗରୁ ମୃତ୍ୟୁ ଘଟିଥିଲା। ଆମେ ତାକୁ ମୃତ ଘୋଷଣା କଲାପରେ ପରିବାର ଲୋକଙ୍କୁ ଶବ ବ୍ୟବଚ୍ଛେଦ କରାଯିବ ଅପେକ୍ଷା କର କହିଲୁ; ମାତ୍ର କିଛି ସମୟ ପରେ ପିଲାର ମୃତଦେହ ଧରି ସେମାନେ ମାର୍କେଟରେ ବୁଲୁଥିବା ଖବର ପାଇଲୁ। ଷ୍ଟାଫଙ୍କୁ ପଠାଇ ଡକାଇଥିଲୁ। ମାତ୍ର ସେମାନେ ଶୁଣିଲେନି। ଆମେ ଏ ସଂର୍ପକରେ ପୁଲିସକୁ ଜଣାଇଥିବା କହିଛନ୍ତି। ସୂଚନା ଥାଉ କି ଶେଷଦେବ ପ୍ରଧାନ ଅତ୍ୟନ୍ତ ଗରିବ ଦିନ ମଜୁରୀଆ। ବର୍ତ୍ତମାନ ସାନ ପୁଅକୁ ହରାଇପରେ ମର୍ମାହତ ଅବସ୍ଥାରେ ପତ୍ନୀ ସୁକାନ୍ତି ଦୁଇ ଝିଅ ରଶ୍ମିତା, ସଶ୍ମିତା ଏବଂ ବଡପୁଅ ରିଙ୍କୁ ପାଖରେ ଅଛନ୍ତି। ଏଭଳି ଅସହାୟ ପରିବାରକୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ ପାଇଁ ସମାଜସେବୀ ସୁକାନ୍ତ ପଟ୍ଟନାୟକ, ସୁରେଶ ସେଠୀ ଦାବି କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories