କଲ୍ୟାଣସିଂହପୁର: ରାୟଗଡା ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତ ମାଓ ପ୍ରବଣ ଅଞ୍ଚଳ ହୋଇଥିବା ଯୋଗୁଁ ରାୟଗଡା ସିଆରପିଏଫ ୪ର୍ଥ ବାଟାଲିୟନ ଦ୍ୱାରା ପରିଚାଳିତ ତ୍ରିଲୋଚନପୁରଠାରେ ଥିବା ଡି୪ର୍ଥ ବାଟାଲିୟନ ପକ୍ଷରୁ ହର ଘର ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ହର ଘର ତ୍ରିରଙ୍ଗା ଅଭିଯାନ ଆହ୍ଵାନରେ ମାଓପ୍ରବଣ ଅଞ୍ଚଳର ଖେମଣ୍ଡିପଦର ଓ କିଡ଼ିନଭଟ୍ଟା ଗାଁର ୩୦୦ ଲୋକମାନେ ମଧ୍ୟ ସାମିଲ ହୋଇଛନ୍ତି । ତ୍ରିଲୋଚନପୁର ସିଆରପିଏଫ ଡି୪ର୍ଥ ବାଟାଲିୟନର ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ପ୍ରବୀଣ କୁମାର ନୈନବାଳାଙ୍କ ନେତୃତ୍ୱରେ ଯବାନମାନେ ତ୍ରିରଙ୍ଗା ପତାକା ଧରି ବିଭିନ୍ନ ଗ୍ରାମ ବୁଲି ବୁଲି ଚଳିତ ମାସ ୧୩ ରୁ ୧୫ ପର୍ଯ୍ୟନ୍ତ ପ୍ରତ୍ୟେକ ଘରେ ଜାତୀୟ ପତାକା ଲଗାଇବା ସହ ଗାଁରେ ପତାକା ବଣ୍ଟନ କରିଥିବା ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମ ଦ୍ବାରା ଚଳିତ ମାସ ୨ ତାରିଖଠାରୁ ୧୨ପର୍ଯ୍ୟନ୍ତ ସଚେତନତା କରାଯାଇଛି। ଏଥିରେ ତ୍ରିଲୋଚନପୁର ସିଆରପିଏଫ ଯବାନ ଉପସ୍ଥିତ ରହିଥିଲେ ।
Popular Categories



