ହାପି କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ, କାଳିଆଷଣ୍ଢ ଚମ୍ପିୟାନ 

ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ପଞ୍ଚାୟତ ଟିକିରା ଟିକିରା ହାପି କ୍ଲବ ପକ୍ଷରୁ ଚାଲିଥିବା କ୍ରିକେଟ ପ୍ରତିଯୋଗିତା ଗତ ସନ୍ଧ୍ୟାରେ ଉଦଯାପିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ସାଂସଦ ଅନନ୍ତ ନାୟକଙ୍କ ପତ୍ନୀ ତଥା ବିଜେପି ଜିଲ୍ଲା କାର୍ଯକାରିଣୀ ସଦସ୍ୟ ଲବଙ୍ଗଲତା ନାୟକ, ମୁଖ୍ୟବକ୍ତା ଭାବେ ବିଜେପି ଜିଲ୍ଲା ମହିଳା ମୋର୍ଚ୍ଚାର ସଭାନେତ୍ରୀ ମମତା ସିଂ, ସମ୍ମାନିତ ଅତିଥି ଭାବେ ବିଜେପି ରାଜ୍ୟ କାର୍ଯକାରିଣୀ ସଦସ୍ୟ ଅମର ସିଂ, ପଇଦାପାଟଣା ସରପଞ୍ଚ ମୁକୁନ୍ଦ ମୁଣ୍ଡା, ରବୀନ୍ଦ୍ର କୁମାର ମାଝୀ, ଜିତେନ୍ଦ୍ର ପଲେଇ, ଜଗବନ୍ଧୁ ସାମଲ, ମହୁର ନାଏକ ଏବଂ କୈଳାଶ ନାଏକ ପ୍ରମୁଖ ଯୋଗ ଦେଇ ବିଜୟୀ ଦଳ ଓ କୃତି ଖେଳାଳିଙ୍କୁ ପୁରସ୍କାର ଓ ଟ୍ରଫି ପ୍ରଦାନ କରିଥିଲେ । ସଞ୍ଜୟ କୁମାର ସାହୁ ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ହାପି କ୍ଲବର ଉପଦେଷ୍ଟା ରବୀନ୍ଦ୍ର କୁମାର ମାଝୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ପ୍ରତିଯୋଗିତା ଅନୁଷ୍ଟିତ ହୋଇଥିଲା । ଫାଇନାଲ ମ୍ୟାଚ୍ ଡିମ୍ୱୋର କାଳିଆ ଷଣ୍ଢ ଦଳ ସହିତ ଲଙ୍ଗଳକଣ୍ଟିର ଅଣ୍ଡର ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥଲା । ୧୨ ଓଭରରେ କାଳିଆ ଷଣ୍ଢ ଦଳ ୧୨୭ ରନ ସଂଗ୍ରହ କରିଥିଲା । ଜବାବରେ ଅଣ୍ଡର ଏକାଦଶ ସମସ୍ତ ୱିକେଟ ହରାଇ ୭୩ ରନ ସଂଗ୍ରହ କରି ପରାଜୟ ବରଣ କରିଥିଲା । ଚମ୍ପିୟାନ ଦଳକୁ ୧୫ ହଜାର ଟଙ୍କା ଓ ଟ୍ରଫି ଏବଂ ରନର୍ସ ଅପ୍ ଦଳକୁ ୧୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରଯାଇଛି ।

Comments are closed.