ଅବସରପ୍ରାପ୍ତ ରେଳ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ବେଲପାହାଡ଼ରେ ଜଣେ ଅବସରପ୍ରାପ୍ତ ରେଳ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ବୁଧବାର ତାଙ୍କ ନିଜ ଘରୁ ଉଦ୍ଧାର ହୋଇଛି। ମୃତକଙ୍କ ନାଁ ନଗେନ୍ଦ୍ର କୁମାର ଦାଶ (୬୨)। ନଗେନ୍ଦ୍ର ପଙ୍ଖାରେ ଗାମୁଛାରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ପୁଲିସ କହିଛି। ଆଜି ସକାଳୁ ତାଙ୍କ ସ୍ତ୍ରୀ ଛତିଶଗଡ଼ ରାୟଗଡ଼ା ସ୍ଥିତ ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିବାବେଳେ ପୁଅ ନିଜ କାମରେ ଯାଇଥିଲେ। ଉପରମହଲାରେ ଭଡ଼ାରେ ରହୁଥିବା ଲୋକେ ନଗେନ୍ଦ୍ରଙ୍କ ଝୁଲନ୍ତା ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ।

prayash

Comments are closed.