www.samajalive.in
Saturday, December 6, 2025
14.1 C
Bhubaneswar

ଜାଣନ୍ତୁ, ସକାଳୁ ଉଠି ପାପୁଲି ଦେଖିବାର ମାନ୍ୟତା

କୁହାଯାଇଛି ଯେ, ସକାଳୁ ଉଠି ନିଜ ଦୁଇ ହାତର ପାପୁଲି ଦେଖିବା ଉଚିତ। ଏହାଦ୍ବାରା ଭାଗ୍ୟ ଉଜ୍ବଳ ହୋଇଥାଏ ଏବଂ ସୌଭାଗ୍ୟ ମଧ୍ୟ ପ୍ରାପ୍ତି ହୋଇଥାଏ। ମନୁଷ୍ୟ ସର୍ବଦା ଚାହିଁଥାଏ ଯେ, ସେ ସକାଳୁ ଉଠିବା ମାତ୍ରେ ଏକ ନୂତନ ଦିନର ଆରମ୍ଭ ଭଲ ଭାବେ ହେଉ। ମନରେ ନୂତନ ଆଶା ଓ ଉତ୍ସାହ ମଧ୍ୟ ଜାତ ହୋଇଥାଏ। ଶାସ୍ତ୍ରରେ କୁହାଯାଇଛି ଯେ, ହାତର ପାପୁଲିରେ ବ୍ରହ୍ମା/ଗୋବିନ୍ଦ, ଲକ୍ଷ୍ମୀ ଓ ସରସ୍ବତୀ ବାସ କରିଥାନ୍ତି।

“କରାଗ୍ରେ ବସତେ ଲକ୍ଷ୍ମୀ କରମଧ୍ୟେ ସରସ୍ବତୀ,
କରମୂଳେ ସ୍ଥିତ ବ୍ରହ୍ମା ପ୍ରଭାତେ କରଦର୍ଶନମ୍।”“କରାଗ୍ରେ ବସତେ ଲକ୍ଷ୍ମୀ କରମଧ୍ୟେ ସରସ୍ବତୀ,
କରମୂଳେ ସ୍ଥିତ ଗୋବିନ୍ଦ ପ୍ରଭାତେ କରଦର୍ଶନମ୍।”

- Advertisement -

ଏହି ଶ୍ଲୋକଟିର ଅର୍ଥ ହେଲା ହାତ ପାପୁଲିର ଅଗ୍ରଭାଗରେ ମାଆ ଲକ୍ଷ୍ମୀ, ମଧ୍ୟଭାଗରେ ମାଆ ସରସ୍ବତୀ ଓ ଶେଷ ଭାଗରେ ବ୍ରହ୍ମା/ଗୋବିନ୍ଦ ବାସ କରିଛନ୍ତି। ତେଣୁ ପ୍ରତ୍ୟେକ ଦିନ ସକାଳୁ ଉଠି ନିଜ ହାତର ପାପୁଲିକୁ ଦେଖିବା ଉଚିତ।

ଯେତେବେଳେ ବ୍ୟକ୍ତି ବିଶ୍ବାସର ସହ ନିଜ ହାତର ପାପୁଲିକୁ ଦେଖିଥାନ୍ତି, ସେତେବେଳେ ନିଜ ଭିତରେ ଆତ୍ମବିଶ୍ବାସ ବଢି ଯାଇଥାଏ। ହାତର ପାପୁଲିକୁ ଦେଖିବା ଦ୍ବାରା ଦେବତାଙ୍କ ଦର୍ଶନ ହୋଇଥାଏ। ଏହାଦ୍ବାରା ଆମର ସମସ୍ତ କାମ ଶୁଭ ହୋଇଥାଏ। ସକାରାତ୍ମକ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories