www.samajalive.in
Sunday, December 14, 2025
17.1 C
Bhubaneswar

୮ ଗାଜାବାସୀଙ୍କୁ ମୃତ୍ୟୁଦଣ୍ଡ ଦେଲା ହମାସ

ଗାଜା: ଇସ୍ରାଏଲ ସହିତ ଅସ୍ତ୍ରବିରତି ଚୁକ୍ତି ପରେ ହମାସ ଆତଙ୍କବାଦୀ ସଂଗଠନ ଏବେ ବିଚଳିତ ହୋଇପଡିଛି। କାରଣ ଅସ୍ତ୍ରବିରତି ଚୁକ୍ତି ଅନୁଯାୟୀ ହମାସ ଗାଜାକୁ ନିଜ ନିୟନ୍ତ୍ରଣ ମୁକ୍ତ କରିବ। ଏହା ସହିତ ଅସ୍ତ୍ର ତ୍ୟାଗ କରିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ହମାସ ଏପରି ଚୁକ୍ତି ସ୍ବୀକାର କରିଥିବାରୁ ଏହାକୁ କାର୍ଯ୍ୟକାରୀ କରିବାକୁ ବିଚଳିତ ହୋଇଛି। ଏପରିସ୍ଥଳେ ହମାସ ସୋମବାର ସନ୍ଧ୍ୟାରେ ଗାଜାର ୮ଜଣ ନାଗରିକଙ୍କୁ ସର୍ବସାଧାରଣରେ ମୃତ୍ୟୁଦଣ୍ଡ ଦେଇଛି।

ଏହି ୮ ନାଗରିକଙ୍କ ଆଖିରେ କଳାପଟି ବନ୍ଧାଯାଇଥିଲା। ସେମାନଙ୍କୁ ଆଣ୍ଠେଇ ବସାଇବା ପୂର୍ବକ ଗୁଳିକରି ହତ୍ୟା କରାଯାଇଛି। ହତ୍ୟାର ଭିଡିଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରାଯାଇଥିବା ବେଳେ ଏହା ହମାସର ବର୍ବରତାକୁ ସୂଚିତ କରୁଛି। ହମାସ ଏମାନଙ୍କୁ ଇସ୍ରାଏଲର ସହଯୋଗୀ ତଥା ଅପରାଧୀ ବୋଲି ବିବେଚନା କରି ହତ୍ୟା କରିଛି। ଗାଜାକୁ ନିୟନ୍ତ୍ରଣ ମୁକ୍ତ ପୂର୍ବକ କ୍ଷମତା ଛାଡିବାକୁ ହମାସ ଏକପ୍ରକାର ନାରାଜ। କାରଣ ହମାସର ସୁରକ୍ଷାକର୍ମୀମାନେ ଏବେ ଗାଜାରେ ପଇଁତରା ମାରିବା ଆରମ୍ଭ କରିଛନ୍ତି। ପୂର୍ବପରି ଏମାନେ ଗାଜାର ସୁରକ୍ଷା ଦାୟିତ୍ବ ବହନ କରିବାକୁ ଯାଉଛନ୍ତି। ଇସ୍ରାଏଲ ଏହାର ସୈନ୍ୟ ପ୍ରତ୍ୟାହାର କରିନେବା ପରେ ହମାସ ସମର୍ଥିତ ବିଭିନ୍ନ ସଂଗଠନ ସକ୍ରିୟ ହୋଇ ଉଠିଛନ୍ତି। ହମାସ ଦୀର୍ଘ ୧୮ବର୍ଷ ହେଲା ଗାଜାକୁ ନିଜ ନିୟନ୍ତ୍ରଣରେ ରଖି ଆସଛି। ଅନ୍ୟପଟେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଚେତାବନୀ ପୂର୍ବକ କହିଛନ୍ତି ଯେ ହମାସକୁ ସମ୍ପୂର୍ଣ୍ଣ ବିନାଶ ନ କରିବା ପର୍ଯ୍ୟନ୍ତ ଯୁଦ୍ଧ ଶେଷ ହେବ ନାହିଁ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories