ଦରଦାମ ବୃଦ୍ଧି ପ୍ରତିବାଦରେ ନର୍ଲା କଂଗ୍ରେସ ପକ୍ଷରୁ ହାଲ୍ଲାବୋଲ କାର୍ଯ୍ୟକ୍ରମ

ନର୍ଲା: ଦରଦାମ ବୃଦ୍ଧିକୁ ନେଇ ନର୍ଲା କଂଗ୍ରେସ ଦଳର ହାଲ୍ଲାବୋଲ କାର୍ଯ୍ୟକ୍ରମ ନର୍ଲା ବଜାରଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ କଳାହାଣ୍ଡି ପର୍ଯ୍ୟବେକ୍ଷକ ଡମ୍ବରୁ ଛତ୍ରିଆ, ଜିଲ୍ଲା ସଭାପତି ଭାରତ ବେମାଲ, ରାଜୀବ ଗାନ୍ଧୀ ପଂଚାୟତିରାଜ ସଂଗଠନ କଳାହାଣ୍ଡି ସଂଯୋଜକ ସରୋଜ ବାଗ, ଜିଲ୍ଲା ଛାତ୍ର କଂଗ୍ରେସ ଉପସଭାପତି ଦେବାଶିଷ କୁମାର, ଯୁବ କଂଗ୍ରେସ ବ୍ଲକ ସଭାପତି ଦିପୁ ପାତ୍ର, ବ୍ଲକ ଉପସଭାପତି ସୁଦାମ ପଧାନ ଓ ଅନେକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ। ବ୍ଲକ କଂଗ୍ରେସ ସଭାପତି ସମୀର ଚାନ୍ଦଙ୍କ ଦ୍ବାରା ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ର ସରକାରଙ୍କ ଅହେତୁକ ଦରଦାମ ବୃଦ୍ଧି ଗରିବ ମଧ୍ୟବିତ୍ତଙ୍କ ମୁଣ୍ଡବ୍ୟଥାର କାରଣ ସାଜିଲାଣି। ସେହିପରି ଗ୍ୟାସ, ପେଟ୍ରୋଲ, ଡିଜେଲ, ଖାଉଟି ସାମଗ୍ରୀ ଯଥା ତେଲ, ଲୁଣ, ଡାଲି, ଚାଉଳ, ବିସ୍କୁଟ,ଭଳି ସାମଗ୍ରୀ ପନିପରିବା ଇତ୍ୟାଦି ର ଦରଦାମ ବୃଦ୍ଧି ସାଧାରଣ ଲୋକଙ୍କୁ ଅଡୁଆରେ ପକାଇଲାଣି । ଚୂଡ଼ା, ମୁଢି, ଅଟା, ଗୁଡ଼, ଉଖୁଡା, ଦହି, ପନିର ଓ ସ୍କୁଲ ପିଲାଙ୍କ ପେନସିଲ, କଟର, ଖାତା ଉପରେ ସରକାର ଟ୍ୟାକ୍ସ ଲଗାଇବା ବୋଝ ଉପରେ ନଳିତାବିଡା ସଦୃଶ। ଏଣୁ କେନ୍ଦ୍ର ସରକାରଙ୍କ ଉପରେ କଂଗ୍ରେସ ନେତାମାନେ ଗର୍ଜିଥିଲେ। କେନ୍ଦ୍ର ସରକାରଙ୍କ ଏହା ଜନତା ମାରଣ ନୀତି ବୋଲି ନେତାମାନେ ମତ ପ୍ରକାଶ କରିଥିଲେ । ନିରୀହ ସାଧାରଣ ଜନତା ଆଜି ଦରଦାମ ବୃଦ୍ଧି କାରଣରୁ ଅତିଷ୍ଠ ହୋଇପଡିଲେଣି ବୋଲି ନେତୃବର୍ଗ ସମାଲୋଚନା କରିଥିଲେ।

kalyan agarbati

Comments are closed.