www.samajalive.in
Sunday, December 14, 2025
23.1 C
Bhubaneswar

ହଳଦିଆ ପଦର ରେ‌‌ ଟ୍ରକ ଡ୍ରାଇଭରକୁ ଆକ୍ରମଣ ମାମଲା-୪ ଅଭିଯୁକ୍ତ କୋର୍ଟ ଚାଲାଣ

ଗୋପାଳପୁର -ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆ ପଦର ଜାତୀୟ ରାଜପଥ କଡ଼ରେ ଟ୍ରକ କୁ ସଜାଡୁଥିବା ଟ୍ରକ ଡ୍ରାଇଭର ସାଜନ ଗୈାଡକୁ ଆକ୍ରମଣ ମାମଲାରେ ପୁଲିସ ୪ ଅଭିଯୁକ୍ତ କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨ ଟି ମୋଟରସାଇକେଲ,୨ ଟି ଖଣ୍ଡା,୪ ଟି ଅଫୁଟା ବୋମା ଓ ସାଜନଙ୍କ ଠାରୁ ଲୁଟ ହୋଇଥିବା ମନିପର୍ସ ସହ ୧ ହଜାର ଟଙ୍କା ଜବତ କରାଯାଇଛି। କୋର୍ଟ ଚାଲାଣ ହୋଇଥିବା ଅଭିଯୁକ୍ତ ମାନେ‌ ହେଲେ ଲାଞିପଲ୍ଲୀର ୨ ଭାଇ ଦିପୁନା ନାୟକ ଓ ସୁମନ ନାୟକ,ତେରପେଣ୍ଠର ରୁଦ୍ର ବେହେରା ଏବଂ ଚିକିଟିର ଲେଗୁ ସାହୁ ବୋଲି ପୁଲିସ ସୂଚନା ଦେଇଛି। ସୁଚନା ପ୍ରକାରେ ଗତ ୨୬ ତାରିଖ ସନ୍ଧ୍ୟା ରେ ସାଜନ ନିଜ ଟ୍ରକର ମରାମତି କରୁଥିବା ବେଳେ ଚାରି ଅଭିଯୁକ୍ତ ସେଠାରେ ପହଞ୍ଚି ସାଜନକୁ ଗାଳିଗୁଲଜ କରିବା ସହ ଖଣ୍ଡା ରେ‌ ଆକ୍ରମଣ କରିଥିଲେ।ଏହା ସହ ସେଠାରେ ଉପସ୍ଥିତ ଅନ୍ୟ ଲୋକ ମାନଙ୍କୁ ମଧ୍ୟ ବୋମା ଦେଖାଇ ଭୟଭୀତ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ।ଘଟଣା ନେଇ ସାଜନ ଙ୍କ ଭାଇ ଶ୍ରୀବତ୍ସ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ପୁଲିସ ପକ୍ଷରୁ ୩୯୨/୨୨ ରେ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ଉପରୋକ୍ତ ୪ ଅଭିଯୁକ୍ତ ଧରା ପଡିବା ସହ ସେମାନଙ୍କ ଠାରେ ଘଟଣାରେ ବ୍ୟବହୃତ ୨ ଟି ମୋଟରସାଇକେଲ (ଓଡି ୦୭ ଏଏଚ ୨୩୪୨ ଏବଂ ଓଡି ୦୭ ଏ ଜି୩୨୪୭) କୁ ଜବତ କରିଥିଲେ।ଗତ ୨ ବର୍ଷ ତଳେ ସାଜନ,ଦିପୁନା କୁ ଗାଳିଗୁଲଜ କରିଥିଲେ।ଏହାର ପ୍ରତିଶୋଧ ନେବା ପାଇଁ ଦିପୁନା ଓ ତାଙ ଭାଇ ସୁମନ ମସୁଧା କରିବା ସହ ଅନ୍ୟ ଦୁଇ ଜଣ ସାଙ୍ଗ କୁ ନେଇ ଆକ୍ରମଣ କରିଥିଲେ ବୋଲି ପୁଲିସ ଆଗରେ ସ୍ବିକାର କରିଥିଲେ ବୋଲି ଆଇଆଇସି ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories