www.samajalive.in
Monday, December 15, 2025
15.1 C
Bhubaneswar

ହରିଆଣାର ସୁରଜକୁଣ୍ଡରେ ଅନୁଷ୍ଠିତ ଗୃହମନ୍ତ୍ରୀ ସମ୍ମିଳନୀରେ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଯୋଗଦାନ

ଭୁବନେଶ୍ୱର: ହରିଆଣାର ସୁରଜକୁଣ୍ଡଠାରେ କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଆନୁକୂଲ୍ୟରେ ସମସ୍ତ ରାଜ୍ୟ ଗୃହମନ୍ତ୍ରୀମାନଙ୍କୁ ନେଇ ଚିନ୍ତନ ଶିବିର ଆରମ୍ଭ ହୋଇଛି। ଏହି ସମ୍ମିଳନୀରେ ଓଡ଼ିଶାର ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦାନ କରି ଜାତୀୟ ସଂହତି ଦୃଢ଼ୀଭୂତ କରିବାରେ ଓଡ଼ିଶାର ଅବଦାନ ତଥା ଆଭ୍ୟନ୍ତରୀଣ ନିରାପତ୍ତା ଓ ଆଇନଶୃଙ୍ଖଳା, ପୋଲିସ ବ୍ୟବସ୍ଥା, ବେସାମରିକ ପ୍ରତିରକ୍ଷା ଓ ହୋମ୍‌ଗାର୍ଡ ବ୍ୟବସ୍ଥା ସଂପର୍କରେ ସମସ୍ତ ତଥ୍ୟ ଉପସ୍ଥାପିତ କରିଥିଲେ। ଓଡ଼ିଶା ବାମପନ୍ଥୀ ଉଗ୍ରବାଦୀ ଦମନରେ ବିଶେଷ ସଫଳତା ହାସଲ କରିବା ସହ ମାଓବାଦୀ ହିଂସା କମ୍‌ ଥିବା ପ୍ରକାଶ କରିଥିଲେ। ପୁଲିସ୍‌ ଗୁପ୍ତଚର ବ୍ୟବସ୍ଥା ଓ ନିରାପତ୍ତା ଦୃଢ଼ୀକରଣ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ବର୍ତ୍ତମାନ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟା ଯୋଗୁଁ ମାଲକାନଗିରିର ସ୍ୱାଭିମାନ ଅଞ୍ଚଳ ‘ସ୍ୱାଭିମାନ’ରେ ପରିଣତ ହୋଇଛି। ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ନୂଆପଡ଼ା ଜିଲ୍ଲାରେ ଜଏଣ୍ଟ ଟାସ୍କ ପୋର୍ସ ମୁତୟନ ହୋଇଛନ୍ତି। ଆଦିବାସୀ ଅଧ୍ୟୁଷିତ ଜିଲାମାନଙ୍କରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଥମିକତା ପ୍ରଦାନ କରାଯାଇଥିବା ଶ୍ରୀ ବେହେରା କହିଥିଲେ ।

ଅନ୍ୟପକ୍ଷରେ ଅପରାଧ ଦମନ ଉପରେ ଓଡ଼ିଶା ସରକାର ଗୁରୁତ୍ୱାରୋପ କରୁଛନ୍ତି । ଓଡ଼ିଶାରେ ଅଗ୍ନିଶମ ସଂସ୍ଥା ଦେଶରେ ତାହାର ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିଥିବାବେଳେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଦ୍ଧାର ଓ ଅଗ୍ନିନିରାପତ୍ତା ସମ୍ବନ୍ଧରେ ମନ୍ତ୍ରୀ ଶ୍ରୀ ବେହେରା ବିଭିନ୍ନ ତଥ୍ୟ ରଖିଥିଲେ। ସେ ଓଡ଼ିଶାର ପୋଲିସ ଆଧୁନିକୀକରଣ, ସମୁଦ୍ରତଟ ସୁରକ୍ଷା, ଆଭ୍ୟନ୍ତରୀଣ ଆଇନଶୃଙ୍ଖଳାର ସ୍ଥିତି ଓ ମହତ୍ୱ ସମ୍ବନ୍ଧରେ କହିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରଚେଷ୍ଟା ଉପରେ ଗୁରୁତ୍ୱାରୋପ କରିଥିଲେ।
ଏହି ସମ୍ମିଳନୀରେ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ, ସ୍ୱତନ୍ତ୍ର ଶାସନ ସଚିବ(ଗୃହ ବିଭାଗ) ସନ୍ତୋଷ ବାଲା ଯୋଗଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories