www.samajalive.in
Sunday, December 7, 2025
23.1 C
Bhubaneswar

କେଶ ଓ ତ୍ୱଚା ପାଇଁ ପ୍ରାକୃତିକ ଉପାୟ

ସୁସ୍ଥ, ଘନ ଓ ଲମ୍ବା କେଶ ସଭିଁଙ୍କୁ ବେଶ ପସନ୍ଦ। ଏହି କାରଣରୁ ବଜାରରେ ମିଳୁଥିବା କେଶ ପାଇଁ ବହୁ ଦ୍ରବ୍ୟ ଝିଅମାନେ ବ୍ୟବହାର କରିଥାଆନ୍ତି। ମାତ୍ର ବଜାରରେ ମିଳୁଥିବା ବିଭିନ୍ନ ଦ୍ରବ୍ୟ କେମିକାଲ ଯୁକ୍ତ ହୋଇଥିବାରୁ ଏହା କେଶ ପାଇଁ ବହୁ ସମସ୍ୟା ସୃଷ୍ଟି କରିଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଘରୋଇ ଉପାୟରେ ପ୍ରସ୍ତୁତ କଣ୍ଡିସନର ବ୍ୟବହାର କରିପାରିବେ। ଏହି କଣ୍ଡିସନର ପ୍ରାକୃତିକ ହୋଇଥିବାରୁ କେଶ ପାଇଁ କ୍ଷତିକାରକ ହୋଇନଥାଏ। କେଶକୁ କୋମଳ, ରେଶମୀ କରିବା ସହ କେଶ ସମ୍ବନ୍ଧୀୟ ବହୁ ସମସ୍ୟା ଦୂର କରିଥାଏ। ଆସନ୍ତୁ ଜାଣିବା ଘରୋଇ ଉପାୟରେ କେଶ ପାଇଁ କିଭଳି କଣ୍ଡିସନର ପ୍ରସ୍ତୁତ କରିବା
ଆବଶ୍ୟକ ସାମଗ୍ରୀ-
କଦଳୀ -୧ଟି
ମହୁ – ୨ ଚାମଚ
ଅମୃତଭଣ୍ଡା – ୪ ରୁ ୫ ଖଣ୍ଡ
ପ୍ରସ୍ତୁତ ପ୍ରଣାଳୀ – କଦଳୀ, ଅମୃତଭଣ୍ଡା ଓ ମହୁକୁ ଭଲ ଭାବେ ପେଷି ଦିଅନ୍ତୁ। ପେଷିବା ପରେ ଏହାକୁ ଏକ ପାତ୍ରକୁ କାଢି କେଶ ମୂଳରେ ଭଲ ଭାବେ ମାଲିସ କରି ଏହାକୁ କେଶରେ ଲଗାଇ ୨ ଘଣ୍ଟା ରଖନ୍ତୁ। ୨ ଘଣ୍ଟାପରେ ପ୍ରଥମେ ପାଣିରେ ଧୋଇ ୫ମିନିଟ ପରେ ସାମ୍ପୁ କରି ଦିଅନ୍ତୁୁ। ଏଭଳି ସପ୍ତାହକୁ ୨ଥର ଲଗାଇଲେ ଆପଣ ଏହାର ଚମତ୍କାରିତା ନିଜେ ଅନୁଭବ କରିପ।ରିବେ।
କଦଳୀରେ ଫୋଲିକ ଏସିଡ଼ ଥିବାରୁ ଏହା ଧୂଳିମାଟି, ପ୍ରଦୂଷଣରୁ କେଶକୁ ରକ୍ଷା କରିଥାଏ।
କଦଳୀରେ ପୋଟାସିୟମ ଥିବାରୁ ଏହା କେଶକୁ ଆବଶ୍ୟକ ପରିମାଣରେ ପୋଷଣ ପ୍ରଦାନ କରିଥାଏ। ଯାଦ୍ୱାରା କେଶର ବହୁ ସମସ୍ୟା ଦୂର ହୋଇଥାଏ।
ଏତଦ୍‍ ବ୍ୟତୀତ କଦଳୀରେ ବହୁ ଭିଟାମିନ, ମିନେରାଲ୍ସ ଥିବାରୁ ଏହାର କେଶ ମୂଳକୁ ମଜଭୂତ କରିବା ସହ ରକ୍ତ ସଞ୍ଚାଳନ ସଠିକ ଭାବେ ହେବାରେ ସାହାଯ୍ୟ କରିଥାଏ। ରୂପି ସମସ୍ୟାକୁ ମଧ୍ୟ ଦୂର କରେ।
ପୁଦିନାରେ ଥିବା ପୋଷକ ତତ୍ତ୍ୱ ଆଖି ତଳର କଳା ଦାଗକୁ ଦୂର କରିଥାଏ। ଏଥିରେ ଥିବା ପ୍ରାକୃତିକ ପୋଷକ ଗୁଣ ହେତୁ ଆଖି ତଳେ ରକ୍ତପ୍ରବାହ ସୂଚାରୁ ରୂପେ ହୋଇଥାଏ। ଚର୍ମକୁ ପୁର୍ନଃଜୀବିତ କରିଥାଏ। ପୁଦିନାରେ ଥିବା ଆଣ୍ଟିସେଫ୍ଟିକ, ଆଣ୍ଟିବ୍ୟାକ୍ଟେରିଅଲ ଗୁଣ ଆଖିତଳକୁ କଳା ହେବାରୁ ରକ୍ଷା କରିଥାଏ।
ପ୍ରସ୍ତୁତି କରିବାର ଉପାୟ – ପୁଦିନା ଓ ଟମାଟୋକୁ ଭଲ ଭାବେ ପେଷି ଦିଅନ୍ତୁ। ଏବେ ଏଥିରେ ୧ଚାମଚ ଲେମ୍ବୁରସ ମିଶାନ୍ତୁ। ମିଶାଇବା ପରେ ଏହାକୁ ଆଖି ତଳେ ଲଗାଇ ୧୦ରୁ ୧୫ ମିନିଟ ରଖନ୍ତୁ। ଏହା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏପରି ସପ୍ତାହକୁ ୩ ରୁ ୪ ଥର ଲଗାଇଲେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories