www.samajalive.in
Monday, December 15, 2025
14.1 C
Bhubaneswar

ହାଇଦର ଫେରାର ପଛରେ ପରିବାର

କଟକ : ସାମନାକୁ ଆସିଲା କୁଖ୍ୟାତ ଅପରାଧୀ ସେକ୍‌ ହାଇଦର ଫେରାର ପଛର ଘଟଣା। ଗତ ଶନିବାର ଏସ୍‌ସିବି ମେଡିକାଲ ସର୍ଜରୀ ୱାର୍ଡର କ୍ୟାବିନ ନମ୍ବର ୫ରୁ କେମିତି ଫେରାର ହୋଇଥିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ସେକ୍ ହାଇଦର ? ଗତ ଶନିବାର କଟକ ବଡ ମେଡିକାଲରେ ହାଇଦର ଥିବା କ୍ୟାବିନରେ ପହରା ଦେଉଥିବା ପୁଲିସ କନଷ୍ଟେବଳ ମହମ୍ମଦ ମୌସିମ ମଙ୍ଗଳାବାଗ ଥାନାରେ ଏତଲା ଦେଇଛି। ଏଥିରେ ସେ ଘଟଣା ନେଇ ବିସ୍ତୃତ ଭାବେ ଉଲ୍ଲେଖ କରିଛନ୍ତି। ହାଇଦର ଫେରାର ପଛରେ ତାର ପୁଅ ସମେତ ନିକଟ ସମ୍ପର୍କୀୟଙ୍କର ଷଡଯନ୍ତ୍ର ଥିବା ସେ ସ୍ପଷ୍ଟ କରିଛନ୍ତି। ଏହାପଛରେ ତା’ର ପୁଅ ସମେତ ନିକଟ ସମ୍ପର୍କୀୟଙ୍କର ଷଡଯନ୍ତ୍ର ଥିବା ସେ ଏତଲାରେ ଉଲ୍ଲେଖ କରିଛନ୍ତି। ନିଲମ୍ବିତ କନଷ୍ଟେବଲ ମୌସିମ ଏତଲାରେ ଉଲ୍ଲେଖ କରିଛନ୍ତି ଯେ, ମାର୍ଚ୍ଚ ୨୩ ତାରିଖରେ ଚିକିତ୍ସା ପାଇଁ ହାଇଦରକୁ ସମ୍ବଲପୁରରୁ ପୋଲିସ ଫୋର୍ସ ଏସକର୍ଟ କରି ଆଣି କଟକ ବଡ ମେଡିକାଲରେ ଭର୍ତ୍ତି କରିଥିଲା। ଚିକିତ୍ସା ସମୟରେ ହାଇଦର ପାଖକୁ ତା ପୁଅ, ଭାଇ କାଳିଆ, ପୁତୁରା କାଲା, ତାର ଶଳା ଓ ଜ୍ୱାଇଁ ଆସି କ୍ୟାବିନ୍‌ରେ ଦେଖା କରିବା ସହ କଥା ହେଉଥିଲେ। ଶନିବାର ଦିନ ଅପରାହ୍ନ ପ୍ରାୟ ସାଢେ ୪ଟା ବେଳେ କନଷ୍ଟେବଳ ମୌସିମ ପହରା ଡ୍ୟୁଟି କରୁଥିବା ବେଳେ ଏହି ଲୋକମାନେ ସମସ୍ତେ ହାଇଦର ପାଖକୁ ଆସିବା ସହ ମୋ ଉପରକୁ କୌଣସି ଏକ ବିଷାକ୍ତ ପଦାର୍ଥ ପକାଇ ଅଚେତ କରି ଦେଇଥିବା ମୌସିମ ଅଭିଯୋଗ କରିଛନ୍ତି। ତାଙ୍କ ଅଚେତର ସୁଯୋଗ ନେଇ ହାଇଦର ଖସି ପଳାଇଥିବା ସେ ଏତଲାରେ ଉଲ୍ଲେଖ କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଜଣାଇଛନ୍ତି।
ସେପଟେ ଜେଲ୍ ବିଭାଗ ଡିଆଇଜି ଓଟିଭିକୁ ପ୍ରତିକ୍ରିୟାରେ କହିଛନ୍ତି ଯେ, ହାଇଦର ଫେରାର ପଛରେ ଷଡ଼ଯନ୍ତ୍ର ଅଭିଯୋଗ ଆସିଛି। ଏନେଇ କଠୋର କାର୍ଯ୍ୟାନୁଷ୍ଠାନ ହେବ। ପୁଲିସ ଏବେ ହାଇଦର ପରିବାରର ଗୋଟିଏ ଗୋଟିଏ ସଦସ୍ୟଙ୍କୁ ପଚରା ଉଚୁରା କରିବା ଆରମ୍ଭ କରିଛି। ଅନ୍ୟପକ୍ଷରେ କଟକ ଚାଉଳିଆଗଞ୍ଜ ପୁଲିସ ନିକଟରେ ହାଇଦରର ପୁରୁଣା ସହଯୋଗୀ ସଲ୍ଲୁ ଓରଫ ୟାକୁବ ସଲ୍ଲୁ ସୋମବାର ଆତ୍ମସମର୍ପଣ କରିଛି। ସଲ୍ଲୁ, ହାଇଦରର ବହୁ ପୁରୁଣା ସହଯୋଗୀ। ସେ ଏସସିବିରେ ହାଇଦରକୁ ବିରିୟାନୀ ଯୋଗାଇଥିବା ଅଭିଯୋଗ ହୋଇଛି। ହାଇଦର ଫେରାର ମାମଲାରେ ସେ ପୋଲିସକୁ ସହଯୋଗ କରିବ ବୋଲି କହିଛି। ଗତ ଶନିବାର ଏସିସିବିରେ ଚିକିତ୍ସାଧୀନ ଅବସ୍ଥାରେ ହାଇଦର ଫେରାର ହୋଇଯାଇଥିଲା। ତାକୁ ଧରିବାକୁ ଓଡିଶା ପୋଲିସର ୬ଟି ଟିମ୍‌ ଗଠନ କରି ‘ଅପରେସନ ହାଇଦର’ ଚଳାଇଛି। ବିଭିନ୍ନ ସିସିଟିଭି ଫୁଜେଟ୍‌ ଆଧାରରେ ଅନୁସନ୍ଧାନ ଆରମ୍ଭ ହୋଇଛି। ହାଇଦର ରାଜ୍ୟ ବାହାରକୁ ଚାଲିଯାଇଥିବା ପୁଲିସ ସନ୍ଦେହ କରୁଛି। ହାଇଦର ଫେରାର ହେବା ବେଳେ ଏକ ଗାଡି ସର୍ଜରୀ ୱାର୍ଡ ବାହାରେ ଲାଗିଥିଲା। ସେଥିରୁ ଦୁଇ ତିନି ଜଣ ବ୍ୟକ୍ତି ଓହ୍ଲାଇଥିଲେ। ସେମାନେ ୱାର୍ଡରୁ ଫେରୁଥିବାବେଳେ ହସ୍ପିଟାଲ କର୍ମଚାରୀ ଭଳି ରୋଗୀ କାଗଜପତ୍ର ଓ ଫାଇଲ ଧରି ଗାଡି ପାଖକୁ ଯାଉଥିବା କିଛି ସିସିଟିଭି ଫୁଟେଜରୁ ପୁଲିସ ଜାଣିବାକୁ ପାଇଛି। ଏହା ଉପରେ ପୁଲିସ ଏବେ ହାଇଦର ପରିବାର ସଦସ୍ୟ ଓ ସହଯୋଗୀଙ୍କୁ ଗୋଟି ଗୋଟି କରି ଜେରା କରିବା ଆରମ୍ଭ କରିଛି।
ଅପରପକ୍ଷରେ ହାଇଦରର ପତ୍ନୀ ହସିନା ବିବି କହିଛନ୍ତି, ହାଇଦର ଫେରାର୍ ଘଟଣାରେ ତାଙ୍କ ପରିବାର କି ସମ୍ପର୍କୀୟଙ୍କର କୌଣସି ହାତ ନାହିଁ। ଯାହା ଅଭିଯୋଗ କରାଯାଉଛି ତାହା ମିଛ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories