www.samajalive.in
Friday, December 12, 2025
16.1 C
Bhubaneswar

ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ହକି : ଭାରତ ୪ର୍ଥ ସ୍ଥାନକୁ ଉନ୍ନୀତ

ବ୍ୟୁନସ୍‌ ଐରିସ୍ : ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ପୁରୁଷ ହକି ଟୁର୍ଣ୍ଣାମେଣ୍ଟରେ ଭାରତ ତା’ର ପ୍ରଭାବଶାଳୀ ପ୍ରଦର୍ଶନ ଅବ୍ୟାହତ ରଖିଛି। ଅଲିମ୍ପିକ୍‌ସ ଚମ୍ପିଆନ୍ ଆଜେଣ୍ଟିନା ବିପକ୍ଷ ୨ ମ୍ୟାଚ୍‌ର ମୁକାବିଲାକୁ ଭାରତ ୨-୦ରେ ଜିତିବାକୁ ସଫଳ ହୋଇଛି। ଶନିବାର ଖେଳା ଯାଇଥିବା ପ୍ରଥମ ମ୍ୟାଚ୍‌ରେ ଭାରତ ଟ୍ରାଇବ୍ରେକରରେ ଆର୍ଜେଣ୍ଟିନାକୁ ପରାସ୍ତକରି ବୋନସ୍ ସହ ୨ ପଏଣ୍ଟ ପାଇଥିଲା। ରବିବାର ମଧ୍ୟରାତ୍ରରେ ଖେଳା ଯାଇଥିବା ୨ୟ ମ୍ୟାଚ୍‌ରେ ଘରୋଇ ଆର୍ଜେଣ୍ଟିନାକୁ ସହଜରେ ୩-୦ରେ ଭାରତ ପରାସ୍ତ କରିଛି। ଏହି ବିଜୟରୁ ଭାରତକୁ ୩ ପଏଣ୍ଟ ମିଳିଛି। ଫଳରେ ଆର୍ଜେଣ୍ଟିନା ବିପକ୍ଷ ମୁକାବିଲାରୁ ୫ ପଏଣ୍ଟ ପାଇ ଭାରତ ୮ଟି ମ୍ୟାଚ୍‌ ପରେ ତା’ର ପଏଣ୍ଟ ସଂଖ୍ୟା ୧୫କୁ ବୃଦ୍ଧିକରିଛି। ବେଲ୍‌ଜିୟମ୍ (୩୨), ଜର୍ମାନୀ (୧୯) ଓ ନେଦରଲାଣ୍ଡ୍‌ସ ପରେ ଭାରତ ୪ର୍ଥ ସ୍ଥାନକୁ ଉନ୍ନୀତ ହୋଇଛି। ଭାରତଠାରୁ ଗୋଟିଏ ପଏଣ୍ଟ କମ୍ ପାଇଥିବା ଅଷ୍ଟ୍ରେଲିଆ ୫ମ ସ୍ଥାନକୁ ଖସିଆସିଛି। ୧୨ଟି ମ୍ୟାଚ୍‌ରୁ ୧୧ ପଏଣ୍ଟ ସହ ଆର୍ଜେଣ୍ଟିନା ୬ଷ୍ଠ ସ୍ଥାନରେ ରହିଛି।
ରବିବାର ୨ୟ ମ୍ୟାଚ୍‌ରେ ଭାରତୀୟ ଦଳ ଅଧିକାଂଶ ସମୟ ପ୍ରାଧାନ୍ୟ ବିସ୍ତାରକରି ଖେଳିଥିଲା। ହେଲେ ମ୍ୟାଚ୍‌ ଆରମ୍ଭରୁ ଘରୋଇ ଆର୍ଜେଣ୍ଟିନା ଆକ୍ରମଣାତ୍ମକ ହକି ଖେଳିଥିଲା। ତେବେ ଭାରତୀୟ ଗୋଲ୍‌ରକ୍ଷକ କ୍ରିଷନ୍ ବାହାଦୁର ପାଠକଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ଆର୍ଜେଣ୍ଟିନା ଗୋଲ୍‌ ଦେଇ ପାରିନଥିଲା। ଆର୍ଜେଣ୍ଟିନାର ମାର୍ଟିନ୍ ଫେରେଇରୋ ଅଳ୍ପ ବ୍ୟବଧାନରେ ଭାରତୀୟ ଗୋଲ୍‌କୁ ହିଟ୍‌ ମାରିଥିଲେ ହେଁ ଉଭୟ ଥର ପାଠକ ଗୋଲ୍‌ ବଞ୍ଚାଇଥିଲେ। ୧୧ ମିନିଟରେ ଭାରତକୁ ପ୍ରଥମ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ହରମନପ୍ରୀତ ସିଂହ ଏହି ସୁଯୋଗ ଛାଡ଼ିନଥିଲେ। ସେ ଭାରତକୁ ୧-୦ରେ ଆଗୁଆ କରିଥିଲେ। ୨୫ ମିନିଟରେ ଭାରତୀୟ ଷ୍ଟ୍ରାଇକର ମାରିଥିବା ସଟ୍‌କୁ ଆର୍ଜେଣ୍ଟିନା ଗୋଲ୍‌ରକ୍ଷକ ୟୁଆନ୍ ଭିଭାଲ୍‌ଡି ରୋକି ଦେଇଥିଲେ ହେଁ ଚମତ୍କାର ଚପଳତା ଦେଖାଇ ଲଳିତ କୁମାର ଉପାଧ୍ୟାୟ ଭାରତ ପାଇଁ ୨ୟ ଗୋଲ୍‌ ଦେଇଥିଲେ। ପ୍ରଥମାର୍ଦ୍ଧରେ ଭାରତ ୨-୦ ଗୋଲ୍‌ରେ ଆଗୁଆ ଥିଲା। ଦ୍ବିତୀୟାର୍ଦ୍ଧରେ ଉଭୟ ଦଳଙ୍କ ମଧ୍ୟରେ ଛକାପଞ୍ଝା ଚାଲିଥିଲା। ଆର୍ଜେଣ୍ଟିନାର ଖେଳାଳି ଗୋଲ୍‌ ସୁଝାଇବାର ପ୍ରୟାସ କରିଥିବା ବେଳେ ଭାରତୀୟ ଡିଫେଣ୍ଡର ସେମାନଙ୍କୁ କୌଣସି ସୁଯୋଗ ଦେଇନଥିଲେ। ମ୍ୟାଚ୍ ସରିବାକୁ ୨ ମିନିଟ ବାକିଥିବା ବେଳେ ଭାରତ ୩ୟ ଗୋଲ୍‌ଦେଇ ଆର୍ଜେଣ୍ଟିନାକୁ ମ୍ୟାଚ୍‌କୁ ଫେରିବାର ସୁଯୋଗ ଦେଇନଥିଲେ। ଯୁବ ଷ୍ଟ୍ରାଇକର ମନଦୀପ ସିଂହ ୫୮ ମିନିଟରେ ଏହି ଫିଲ୍‌ଡ ଗୋଲ୍‌ ଦେଇଥିଲେ। ଗୋଲ୍‌ରକ୍ଷକ କ୍ରିଷନ୍ ବାହାଦୁର ପାଠକ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ। ଭାରତୀୟ ଦଳ ଗ୍ରେଟ୍‌ ବ୍ରିଟେନ୍‌ ବିପକ୍ଷରେ ମେ’ ୮ ଓ ୯ରେ ଖେଳିବ। ଗ୍ରେଟ୍‌ ବ୍ରିଟେନ୍‌ ୮ଟି ମାଚ୍‌ରୁ ୫ ପଏଣ୍ଟ ପାଇ ପଏଣ୍ଟ ଟେବୁଲ୍‌ର ଅନ୍ତିମ ସ୍ଥାନରେ ରହିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories