www.samajalive.in
Wednesday, December 10, 2025
26.1 C
Bhubaneswar

ଦ୍ବିତୀୟ ଲହରରେ କରୋନାର ନୂଆ ଲକ୍ଷଣ : ପାଟିରେ ଘା’, ପାକସ୍ଥଳୀରେ ସମସ୍ୟା, ଆଖିରେ ଯନ୍ତ୍ରଣା, ଚର୍ମରେ ସଂକ୍ରମଣ

ନୂଆଦିଲ୍ଲୀ : କରୋନା ଭୂତାଣୁ ଉତ୍ପତ୍ତି ପରଠାରୁ ଏହାର ରୂପାନ୍ତର ହୋଇଚାଲିଛି। ଭୂତାଣୁର ରୂପାନ୍ତର ଯୋଗୁଁ ଏହାର ସଂକ୍ରମଣ ଜନିତ ଲକ୍ଷଣରେ ମଧ୍ୟ ପରିବର୍ତ୍ତନ ଘଟୁଛି। ପ୍ରାଥମିକ ଅବସ୍ଥାରେ ଏହି ଭୂତାଣରୁ ସଂକ୍ରମଣରେ ଯେଉଁସବୁ ଲକ୍ଷଣ ଦେଖାଯାଉଥିଲା ଏବେ ଏହି ଲକ୍ଷଣରେ ପରିବର୍ତ୍ତନ ଦେଖାଯାଇଛି। ଭାରତରେ ଏବେ କରୋନା ଭୂତାଣୁ ସଂକ୍ରମଣର ଦ୍ବିତୀୟ ଲହର ଦେଖାଯାଇଥିବାବେଳେ ସଂକ୍ରମିତଙ୍କ ଠାରେ ନୂଆ ପ୍ରକାର ଲକ୍ଷଣ ଦେଖାଯାଉଛି। ପ୍ରାଥମିକ ଅବସ୍ଥାରେ ଏହି ଭୂତାଣୁର ସଂକ୍ରମଣ ଦ୍ବାରା ସଂକ୍ରମିତ ବ୍ୟକ୍ତି ଠାରେ ଜ୍ବର, କାଶ, ସ୍ବାଦ ବାରି ନ ପାରିବା, ଘ୍ରାଣ ଶକ୍ତି ହରାଇବା ଭଳି ସାଧାରଣ ଲକ୍ଷଣ ପ୍ରକାଶ ପାଉଥିଲା। ଏବେ ଦ୍ବିତୀୟ ଲହରରେ ଯେଉଁ ନୂଆ ପ୍ରକାର କରୋନା ଭୂତାଣୁ ସଂକ୍ରମଣ ହେଉଛି ସେଥିରେ ସଂକ୍ରମିତଙ୍କ ପାକସ୍ଥଳୀରେ ସମସ୍ୟା ଦେଖାଯାଉଛି। ଯଦ୍ଦ୍ବାରା ପେଟରେ ଯନ୍ତ୍ରଣା ଅନୁଭୂତ ହେଉଛି। ଏହା ସହିତ ଆଖି ସଂକ୍ରମିତ ହେଉଛି। ଆଖି ଫୁଲିବା ସହିତ ଯନ୍ତ୍ରଣା ଅନୁଭୂତ ହେଉଛି। ଏହି ଆଖି ସଂକ୍ରମଣକୁ ‘କଞ୍ଜଟିଭିଟିଜ୍’ କୁହାଯାଉଛି। ଏହି ଆଖି ସଂକ୍ରମଣ ଜଣଙ୍କଠାରୁ ଅନ୍ୟ ଜଣକୁ ଡେଇଁଥାଏ। ଏହି ନୂଆ ପ୍ରକାର ଭୂତାଣୁ ସଂକ୍ରମଣ ଯୋଗୁଁ ପାଟି ଓ ଜିଭରେ ଘା’ ହୋଇଥାଏ। ଯଦ୍ଦ୍ବାରା ସଂକ୍ରମିତ ବ୍ୟକ୍ତି ଖାଇପାରି ନଥାଏ କି ଠିକ୍‌ ଭାବେ କଥା କହି ପାରି ନଥାଏ। ଜିଭରୁ ଯେଉଁ ଲାଲ ସୃଷ୍ଟି ହୋଇଥାଏ ତାହା ବନ୍ଦ ହୋଇଯାଏ। ସଂକ୍ରମିତଙ୍କ ଚର୍ମ କୁଣ୍ଡେଇ ହେବା ସହିତ ସଂକ୍ରମଣ ହୋଇଥାଏ। ଉଜାଲା ସିଗନସ୍‌ ଗ୍ରୁପ୍‌ ଅଫ ହସ୍ପିଟାଲର ପ୍ରତିଷ୍ଠାତା ତଥା ନିର୍ଦେଶକ ଡାକ୍ତର ସୁଚିନ ବଜାଜ କହିଛନ୍ତି ଯେ ଆମେ କରୋନାର ନୂଆ ଷ୍ଟ୍ରେନ ସହିତ ନୂଆ ଲକ୍ଷଣ ଦେଖିବାକୁ ପାଉଛେ। ନୂଆ ଷ୍ଟ୍ରେନର ସଂକ୍ରମଣରେ ଉପରୋକ୍ତ ଲକ୍ଷଣ ସହିତ ହାତ ଓ ଗୋଡ ଆଙ୍ଗୁଠିର ରଙ୍ଗ ପରିବର୍ତ୍ତନ ହେଉଛି। ତେଣୁ ଏହିସବୁ ଲକ୍ଷଣ ପ୍ରତି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ଅନ୍ୟପଟେ ଏମ୍ସ ନିର୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି ଯେ ପ୍ରାଥମିକ ପର୍ଯ୍ୟାୟରେ ଜଣେ କରୋନା ସଂକ୍ରମିତ ଏହାର ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୩୦ରୁ ୪୦%ଙ୍କୁ ସଂକ୍ରମିତ କରିଥାଏ। ଏବେ ନୂଆ ଷ୍ଟ୍ରେନର ସଂକ୍ରମିତ ବ୍ୟକ୍ତି ଏହାର ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୮୦ରୁ ୯୦%ଙ୍କୁ ସଂକ୍ରମଣ କରୁଛି। ଦ୍ବିତୀୟତଃ ଏହି ନୂଆ ଷ୍ଟ୍ରେନ ସବୁ ବର୍ଗର ବ୍ୟକ୍ତିଙ୍କୁ ସଂକ୍ରମଣ କରୁଛି। ଅପରପକ୍ଷରେ ମଧ୍ୟବିତ୍ତ ଓ ଉଚ୍ଚ ମଧ୍ୟବିତ୍ତ ବର୍ଗର ଲୋକେ ଏହି ଭୂତାଣୁକୁ ଏବେ ବେଶି ଅବହେଳା କରୁଥିବାରୁ ଏହି ବର୍ଗର ଲୋକେ ଅଧିକ ସଂକ୍ରମିତ ହେଉଛନ୍ତି। କରୋନା ସଂକ୍ରମଣକୁ ଅବହେଳା ପୂର୍ବକ ଏହି ବର୍ଗର ଲୋକେ ସାମାଜିକ କାର୍ଯ୍ୟକ୍ରମ ଓ ଉତ୍ସବ ଆଦିରେ ବିନା ଦ୍ବିଧାରେ ସପରିବାର ସାମିଲ ହେଉଛନ୍ତି। ତେଲଙ୍ଗାନା ସ୍ବାସ୍ଥ୍ୟ ନିର୍ଦେଶକ ଡାକ୍ତର ଜି ଶ୍ରୀନିବାସ ରାଓ କହିଛନ୍ତି ଯେ ରାଜ୍ୟରେ ଏବେ ୫୦୦୦ ସଂକ୍ରମିତ ବିଭିନ୍ନ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ୨୦୦୦ ସଂକ୍ରମିତ ସରକାରୀ ହସ୍ପିଟାଲରେ ସଂକ୍ରମିତ ହେଉଛନ୍ତି। ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବ୍ୟକ୍ତିମାନେ ମଧ୍ୟବିତ୍ତ ଓ ଉଚ୍ଚ ମଧ୍ୟବିତ୍ତ ବର୍ଗର ଲୋକ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories