www.samajalive.in
Wednesday, December 10, 2025
26.1 C
Bhubaneswar

ରଞ୍ଜିତ ରାମଚନ୍ଦ୍ରନ୍‌ : ରାତି ଜଗୁଆଳରୁ ଆଇଆଇଏମ୍‌ ପ୍ରଫେସର

ରାଞ୍ଚି : ଦିନେ ବିଏସ୍‌ଏନ୍‌ଏଲ୍‌ ଟେଲିଫୋନ୍‌ ଏକ୍ସଚେଞ୍ଜରେ ରାତି ଜଗୁଆଳ କାମ କରୁଥିବା ୨୮ ବର୍ଷୀୟ ରଞ୍ଜିତ ରାମଚନ୍ଦ୍ରନ ଏବେ ଆଇଏମ୍‌ଏମ୍‌ ଆସିଷ୍ଟାଣ୍ଟ ପ୍ରଫେସର। ବିଶ୍ବାସ ନ ହେଉଥିଲେ ମଧ୍ୟ ନିଜ ଇଚ୍ଛାଶକ୍ତି ବଳରେ ଏହାକୁ ସତ୍ୟ ପ୍ରତିପାଦିତ କରିଛନ୍ତି ରଞ୍ଜିତ। ରାତି ଜଗୁଆଳ କାମ କରୁଥିବାବେଳେ ଉପାର୍ଜିତ ଅର୍ଥରେ ସେ ଅଧ୍ୟୟନ ଜାରି ରଖିଥିଲେ। ଆଇଆଇଟିରୁ ସ୍ନାତକ ଶିକ୍ଷା ଲାଭ ପରେ ଏବେ ରାଞ୍ଚିସ୍ଥିତ ଆଇଆଇଏମରେ

Image Source : Hindustan Times

ଆସିଷ୍ଟାଣ୍ଟ ପ୍ରଫେସର ଭାବେ ଯୋଗ ଦେଇଛନ୍ତି। ତାଙ୍କ ସଂଘର୍ଷମୟ ଜୀବନ କାହାଣୀ ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛି। ରଞ୍ଜିତ ସମ୍ପ୍ରତି ନିଜ ଫେସବୁକ ପେଜ୍‌ରେ ଏକ ଫଟା ତାର୍ପୋଲିନ୍‌ ଆଚ୍ଛାଦିତ ଭଙ୍ଗା କୁଡ଼ିଆର ଫଟୋ ପୋଷ୍ଟ କରି ଲେଖିଛନ୍ତି ଯେ ‘ଏ ହେଉଛି ସେଇ ଘର; ଯେଉଁଠି ଜନ୍ମ ନେଇଥିଲେ ଜଣେ ଆଇଆଇଏମ୍‌ ପ୍ରଫେସର।’ ଏହି ଫଟୋ ଦେଖିବା ପରେ ଯେ କେହି ରଞ୍ଜିତଙ୍କୁ ଭେଟିବା ପାଇଁ ନିଶ୍ଚୟ ଇଚ୍ଛା କରିବ।

- Advertisement -

ଅର୍ଥାଭାବ କାହାପାଇଁ ବିଫଳତାର ବାହାନା ହୋଇପାରେ; କିନ୍ତୁ ରଞ୍ଜିତଙ୍କ ପାଇଁ ସଫଳତାର ଅସ୍ତ୍ର। ରଞ୍ଜିତଙ୍କ ବାପା ଜଣେ ଦର୍ଜୀ ଓ ମା’ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା (ମନରେଗା)ରେ ଦିନ ମଜୁରିଆ। ଅର୍ଥାଭାବ ଯୋଗୁଁ ଏକଦା ସେ ସ୍କୁଲରୁ ଶିକ୍ଷା ଛାଡ଼ିଦେବାକୁ ଚିନ୍ତା କରିଥିଲେ; କିନ୍ତୁ ସ୍ବପ୍ନ କିଛି ଭିନ୍ନ ଥିଲା। କେରଳର କାସରଗଡ଼ ଅନ୍ତର୍ଗତ ପାନଥୁରସ୍ଥିତ ବିଏସଏନଏଲ ଟେଲିଫୋନ୍‌ ଏକ୍ସଚେଞ୍ଜରେ ରାତି ଜଗୁଆଳି ଭାବେ କାମ କଲାବେଳେ ସେ ପିଆନ୍‌ ଏକ୍ସ କଲେଜରୁ ଅର୍ଥନୀତିରେ ଡିଗ୍ରି ହାସଲ କରିଥିଲେ। ଦିନରେ କଲେଜରେ ପଢ଼ୁଥିଲେ ଓ ରାତିରେ ଟେଲିଫୋନ୍‌ ଏକ୍ସଚେଞ୍ଜ ଜଗୁଥିଲେ। ସେ ସମ୍ମାନ (ଅନର୍ସ) ସହିତ ସ୍ନାତକ ଶିକ୍ଷାଲାଭ ସହିତ ଆଇଆଇଟି, ମାଡ୍ରାସରେ ପିଏଚ୍‌.ଡି ପାଇଁ ନାମ ଲେଖାଇଥିଲେ। ଭାଷାଗତ ସମସ୍ୟା ଯୋଗୁଁ ଏକଦା ସେ ପିଏଚ.ଡି କାର୍ଯ୍ୟକ୍ରମ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ; କିନ୍ତୁ ତାଙ୍କ ଗାଇଡ୍‌ ଏଥିରୁ ରଞ୍ଜିତଙ୍କୁ ନିବୃତ୍ତ କରିଥିଲେ। ‘ମୁଁ ଯୁଦ୍ଧ କରିବା ସହ ମୋର ସ୍ୱପ୍ନକୁ ସାକାର କରିବାକୁ ସ୍ଥିର କଲି। ମୁଁ ସଂଗ୍ରାମ ଜାର ରଖିଲି ଏବଂ ଗତ ବର୍ଷ ସଫଳତାର ସହ ପିଏଚ୍‌.ଡି ଶେଷକରି ଡକ୍ଟରେଟ୍‌ ଉପାଧି ଅର୍ଜନ କଲି’ ବୋଲି କହନ୍ତି ରଞ୍ଜିତ। ପିଏଚ୍‌.ଡି ପରେ ସେ ବେଙ୍ଗାଲୁରୁର ଖ୍ରୀଷ୍ଟ ବିଶ୍ୱବିଦ୍ୟାଳୟ​ରେ  ସହକାରୀ ପ୍ରଫେସର ଭାବେ କାର୍ଯ୍ୟ କରିଥିଲେ। ଏବେ ଆଇଆଇଏମ୍‌ରେ ଯୋଗ ଦେଇଛନ୍ତି।
‘ମୁଁ କେବେ ଭାବି ନ ଥିଲି ଯେ ମୋର ଫେସ୍‌ବୁକ୍‌ ପୋଷ୍ଟ ଭାଇରାଲ ହୋଇଯିବ; ଯେଉଁଥିରେ ମୁଁ ମୋର ଜୀବନ କାହାଣୀ ପୋଷ୍ଟ କରିଥିଲି। ଏବେ ଆଶା କରୁଛି ଯେ ଏହି କାହାଣୀ ଅନ୍ୟମାନଙ୍କୁ ପ୍ରେରଣା ଦେବ। ସମସ୍ତେ ଭଲ ସ୍ୱପ୍ନ ଦେଖନ୍ତୁ ଓ ନିଜ ସ୍ୱପ୍ନ ସାକାର ପାଇଁ ଲଢେଇ କରନ୍ତୁ। ନିଶ୍ଚୟ ସଫଳତା ମିଳିବ ମୋର ଆଶା’ ବୋଲି ସେ ଲେଖିଛନ୍ତି। ଗତ ୯ ତାରିଖର ଏହି ପୋଷ୍ଟକୁ ଏବେ ସୁଦ୍ଧା ୩୭ହଜାରରୁ ଅଧିକ ‘ଲାଇକ୍‌’ ମିଳିଛି।

Hot this week

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

Related Articles

Popular Categories