BJD Bijuli 480×75 Mob

ହଫିଜ୍‌ର ସଂଗଠନକୁ ଆତଙ୍କବାଦୀ ତାଲିକାଭୁକ୍ତ କଲା ଆମେରିକା

BJD Bijuli 480×75 Mob
0

ନ୍ୟୁୟର୍କ : ପାକିସ୍ତାନରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବା (ଏଲ୍‌ଇଟି)ର ପ୍ରତିଷ୍ଠାତା ହଫିଜ ସଇଦ ଦ୍ୱାରା ପରିଚାଳିତ ମିଲି ମୁସଲିମ୍‌ ଲିଗ୍‌ (ଏମ୍‌ଏମ୍‌ଏଲ୍‌) ସମେତ ଏହାର କେତେକ ସହଯୋଗୀ ସଂଗଠନକୁ ଆମେରିକା ଆତଙ୍କବାଦୀ ଦଳ ଭାବେ ତାଲିକାଭୁକ୍ତ କରିଛି। ଏଥିସହ ଏମ୍‌ଏମ୍‌ଏଲ୍‌ ଉପାଧ୍ୟକ୍ଷ ମୁଜାମିଲ ଇକ୍‌ବାଲ ହାସିମି, ଯୁଗ୍ମ ସଚିବ ମହମ୍ମଦ ହରିସ ଦାର, ସୂଚନା ସଚିବ ତାବିଶ କ୍ୱାୟୁମ, ଅର୍ଥ ସଚିବ ମହମ୍ମଦ ଇସାନ ଏବଂ ଫୈଜଲ୍‌ ନଦିମ୍‌ଙ୍କ ବିରୋଧରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି। ଆମେରିକାର ଏଭଳି ପଦକ୍ଷେପକୁ ଭାରତ ସ୍ୱାଗତ କରିଛି। ଆତଙ୍କବାଦୀ ଦମନ ଦିଗରେ ପାକିସ୍ତାନ ଉଚିତ୍‌ ପଦକ୍ଷେପ ଗ୍ରହଣ କରି ନ ଥିବା ନେଇ ଭାରତ ଦୀର୍ଘ ଦିନ ଧରି ଯେଉଁ ଅଭିଯୋଗ କରିଆସୁଥିଲା ତାହା ସତ୍ୟ ବୋଲି ଆମେରିକାର ଏହି ପଦକ୍ଷେପରୁ ସ୍ପଷ୍ଟ ହୋଇଥିବା ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ଆମେରିକା ବିଦେଶ ବିଭାଗର ସୂଚନା ଅନୁଯାୟୀ ଏମ୍‌ଏମ୍‌ଏଲ୍‌କୁ ବିଦେଶୀ ଆତଙ୍କବାଦୀ ସଂସ୍ଥା (ଏଫ୍‌ଟିଓ) ଏବଂ ଦୁଇଟି ଭିନ୍ନ ଭିନ୍ନ ଆଇନ ଅନୁଯାୟୀ ସ୍ୱତନ୍ତ୍ର ମାନ୍ୟତାପ୍ରାପ୍ତ ବିଶ୍ୱସ୍ତରୀୟ ଆତଙ୍କବାଦୀ (ଏସ୍‌ଡିଜିଟି) ସଂସ୍ଥା ଭାବେ ଘୋଷଣା କରାଯାଇଛି। ଏଲ୍‌ଇଟିର ଅନ୍ୟ ଏକ ଶାଖା ତେହରିକ୍‌-ଇ-ଆଜାଦି-ଇ-କାଶ୍ମୀର (ଟିଏଜେକେ)କୁ ମଧ୍ୟ ଆମେରିକା ଆତଙ୍କବାଦୀ ତାଲିକାଭୁକ୍ତ କରିଛି। ଏଲ୍‌ଇଟିକୁ ଆମେରିକା ପୂର୍ବରୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଦଳ ଘୋଷଣା କରିଥିଲା। ୨୦୧୭ ଅଗଷ୍ଟରେ ଜମାତ ଉଦ୍‌-ଦାୱା ମୁଖ୍ୟ ହାଫିଜ୍‌ ସୟିଦ ଏଲ୍‌ଇଟିର ରାଜନୈତିକ ଶାଖା ଭାବେ ଏମ୍‌ଏମ୍‌ଏଲ୍‌ ପ୍ରତିଷ୍ଠା କରିଥିଲେ। ଏଲ୍‌ଇଟିର ବହୁ ସଦସ୍ୟଙ୍କୁ ଏହାର ନେତା ନିଯୁକ୍ତ କରାଯାଇଥିଲା। ଏମ୍‌ଏମ୍‌ଏଲ୍‌ ସୟିଦଙ୍କ ଫଟୋ ଚିତ୍ର ଏହାର ନିର୍ବାଚନୀ ବ୍ୟାନର ଏବଂ ପୁସ୍ତିକାରେ ପ୍ରଦର୍ଶନ କରିଥିଲା। କିନ୍ତୁ ଏକ ରାଜନୈତିକ ଦଳର ମାନ୍ୟତା ପ୍ରଦାନ ଲାଗି ଏମ୍‌ଏମ୍‌ଏଲ୍‌ର ଆବେଦନକୁ ପାକିସ୍ତାନ ନିର୍ବାଚନ କମିସନ ରଦ୍ଦ କରିଦେଇଛନ୍ତି। ଏମ୍‌ଏମ୍‌ଏଲ୍‌ର ଅଧ୍ୟକ୍ଷ ସୈଫୁଲ୍ଲା ଖାଲିଦ, ସାଧାରଣ ସଚିବ ଫୟାଜ ଅହମ୍ମଦ ଏବଂ ଅନ୍ୟ ୫ ଜଣଙ୍କ ଉପରେ ଆମେରିକା କଡ଼ା ଦୃଷ୍ଟି ରଖିଛି। ଏମ୍‌ଏମ୍‌ଏଲ୍‌ ସହିତ କାର୍ଯ୍ୟ କରିବା ତଥା ଏହାକୁ ପାଣ୍ଠି ଯୋଗାଇବା ପୂର୍ବରୁ ଚିନ୍ତା କରିବା ଲାଗି ମଧ୍ୟ ଆମେରିକା ପାଣ୍ଠି ଯୋଗାଣକାରୀଙ୍କୁ ସତର୍କ କରାଇ ଦେଇଛି। ପାକିସ୍ତାନର ରାଜନୈତିକ ପ୍ରକ୍ରିୟାକୁ ପ୍ରଭାବିତ କରିବା ଲାଗି ଏଲ୍‌ଇଟିକୁ ସହଯୋଗ କରୁଥିବା ଏମ୍‌ଏମ୍‌ଏଲ୍‌ ଏବଂ ଅନ୍ୟ ୭ଟି ବିଶ୍ୱସ୍ତରୀୟ ଅତଙ୍କବାଦୀ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଆମେରିକାର ବରିଷ୍ଠ ସଚିବ ସିଗାଲ ମାଣ୍ଡେଲକର କହିଛନ୍ତି।

Leave A Reply