www.samajalive.in
Tuesday, December 9, 2025
16.1 C
Bhubaneswar

ସାମାଜିକ, ଆର୍ଥିକ ବିକାଶ ସହ ମଣିଷର ଆଧ୍ୟାତ୍ମିକ ବିକାଶର ଆବଶ୍ୟକତା ରହିଛି: ରାଷ୍ଟ୍ରପତି

ଭୁବନେଶ୍ୱର:ଆଜି ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ସାମାଜିକ, ଆର୍ଥିକ ବିକାଶ ସହ ମଣିଷର ଆଧ୍ୟାତ୍ମିକ ବିକାଣ ଆବଶ୍ୟକତା ରହିଛି ବୋଲି ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସର ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କ ଉଦ୍‌ବୋଧନରେ କହିଛନ୍ତି । ଭାରତ ନାରୀଙ୍କୁ ସମ୍ମାନ ଦିଏ, ଏହା ଆମର ପରମ୍ପରା ଏବଂ ବହୁ ଦିନରୁ ଏହି ସଂସ୍କୃତି ରହିଆସିଛି । ନାରୀମାନେ ଶକ୍ତିରୂପିଣୀ । ତାଙ୍କ ନିକଟରେ ସୃଷ୍ଟି କରିବାର ଅପାର ଶକ୍ତି ରହିଛି । ନାରୀ ଜାଗ୍ରତ ହେଲେ ଆଗକୁ ବଢ଼ିଲେ ରାଷ୍ଟ୍ର ବିକଶିତ ହେବ । ଜ୍ଞାନପ୍ରଭା ମିଶନ ନାରୀ ଜାଗରଣ ଦିଗରେ କାମ କରୁଥିବା ଏକ ଅଭିନନ୍ଦନୀୟ କାର୍ଯ୍ୟ ବୋଲି ସେ ତାଙ୍କ ଅଭିଭାଷଣରେ ଉତ୍‌ଥାପନ କରିଥିଲେ । ସ୍ଥାନୀୟ ଉତ୍କଳ ମଣ୍ଡପଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଭାରତୀୟ ଆଧ୍ୟାତ୍ମିକ ଚେତନା ସମଗ୍ର ବିଶ୍ୱ ପାଇଁ ବନ୍ଦନୀୟ ଏବଂ ଏହା ବିଶ୍ୱର ମଙ୍ଗଳ ସକାଶେ ଉଦ୍ଦିଷ୍ଟ ବୋଲି କହିବା ସହ ଜ୍ଞାନପ୍ରଭା ମିଶନର କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ ।

କାର୍ଯ୍ୟକ୍ରମର ସମ୍ମାନୀୟ ଅତିଥି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଧୁସନ୍ଥଙ୍କ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିବାରୁ ରାଷ୍ଟ୍ରପତିଙ୍କୁ କୃତଜ୍ଞତା ଜଣାଇବା ସହ ଭାରତ ବୃହତ୍ତମ ଗଣତନ୍ତ୍ର କେବଳ ନୁହେଁ ଏହା ଗଣତନ୍ତ୍ରର ଜନ୍ମଦାତା ବୋଲି ଉଲ୍ଲେଖ କରିଥିଲେ । ଏହା ସହିତ ଓଡ଼ିଆ କବି ଭୀମଭୋଇଙ୍କ ପଂକ୍ତିକୁ ମହାମହିମ ରାଷ୍ଟ୍ରପତି ସଂସଦରେ ତାଙ୍କର ପ୍ରଥମ ଅଭିଭାଷଣରେ ଉଦ୍ଧୃତ କରି ଓଡ଼ିଆ ଜାତିକୁ ଗରୀୟାନ କରିଛନ୍ତି ବୋଲି କହିଥିଲେ । ଏହି ଅବସରରେ ବିଜ୍ଞାନ ଓ କାରିଗରୀ, ସରକାରୀ ଉଦ୍ୟୋଗ, ସାମାଜିକ ନିରାପତ୍ତା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ ପ୍ରମୁଖ ତାଙ୍କ ବକ୍ତବ୍ୟ ରଖିଥିଲେ । ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠାତା ପରମହଂସ ସ୍ୱାମୀ ଗୁରୁକୃପାନନ୍ଦ ଗିରି ଓ ଶ୍ରୀମତୀ ଜ୍ୟୋତିର୍ମୟୀ ମିଶ୍ର ଅତିଥିମାନଙ୍କୁ ଉପଢୌକନ ପ୍ରଦାନ କରି ସ୍ୱାଗତ କରିଥିଲେ । ସ୍ୱାମୀ ଗୁରୁକୃପାନନ୍ଦ ଗିରି ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ତାଙ୍କର ଏକ ପ୍ରତିକୃତି ଭେଟି ଦେଇଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories