BJD Bijuli 480×75 Mob

ଗୁରୁପ୍ରିୟା ଉଦ୍‌ଘାଟନ ଲାଗି ପ୍ରସ୍ତୁତି ଆରମ୍ଭ

BJD Bijuli 480×75 Mob
0

ମାଲକାନଗିରି: ଉଦ୍‌ଘାଟନ ଲାଗି ପ୍ରସ୍ତୁତ ହେଉଛି ଗୁରୁପ୍ରିୟା। ଆଉ ଦିନ କେଇଟା ପରେ ସେତୁକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜୁଲାଇ ପହିଲାରେ ଗୁରୁପ୍ରିୟା ସେତୁ ଉଦ୍‌ଘାଟନ ଲାଗି ଭିତିରିଆ ନିର୍ଦେଶ ପାଇବା ପରେ ପ୍ରସ୍ତୁତି ଜୋର ଧରିଛି। ସେପଟେ କେନ୍ଦ୍ର ସିଆରଆରଆଇର ରିପୋର୍ଟକୁ ଅପେକ୍ଷା କରାଯାଇଥିବା ବେଳେ ସି.ଆର.ଆର.ଆଇର ସୁପାରିଶ ମୁତାବକ ଏକ ଷ୍ଟିଲ ଗାଡାର ଉପରେ ଶେଷ ଲୋଡ ଟେଷ୍ଟ ଜାରି ରଖିଛି ପୂର୍ତ୍ତ ବିଭାଗ। ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଗୁରୁପ୍ରିୟା ସେତୁ ଉପରେ ସୁରକ୍ଷା ବ୍ୟବସ୍ଥା କୁ ମଧ୍ୟ ଦ୍ୱିଗୁଣିତ କରାଯାଇଛି। ଜୁଲାଇ ପହିଲାରେ ଗୁରୁପ୍ରିୟା ସେତୁ ଉଦ୍‌ଘାଟନ ଲାଗି ଭିତିରିଆ ନିର୍ଦେଶ ପାଇ ଚଳଚଞ୍ଚଳ ହୋଇ ଉଠିଛି ଗୁରୁପ୍ରିୟା ସେତୁ। ଜଳ ଓ ସ୍ଥଳ ପଥରେ ସେତୁକୁ ସୁରକ୍ଷା ଯୋଗାଉଛନ୍ତି ବିଏସଏଫ ଯବାନ। ପୂର୍ତ୍ତବିଭାଗ ର ନିର୍ବାହୀ ଯନ୍ତ୍ରୀ ଏନ.ସି ପାଲଙ୍କ ନେତୃତ୍ୱରେ ଏହି ଟେଷ୍ଟ ଜାରି ରହିଛି। ସେପଟେ ସେତୁ ନିର୍ମାଣ କାମ ଶତପ୍ରତିଶତ ଶେଷ ହୋଇଥିବା କହିଛନ୍ତି ରୋୟାଲ ଇନଫ୍ରା କମ୍ପାନୀ କର୍ତ୍ତୃପକ୍ଷ।

Leave A Reply