www.samajalive.in
Sunday, December 7, 2025
23.1 C
Bhubaneswar

ଖୁଣ୍ଟଣୀ ରାଧାନାଥ ବିଦ୍ୟାପୀଠର ବିକଳ ଚିତ୍ର ; ବିଦ୍ୟାର୍ଥୀ ହେଉଛନ୍ତି ହୀନସ୍ତା

ଗୁରୁଡିଝାଟିଆ : ମାସ କେଇଟା ପୂର୍ବରୁ ମୋ ସ୍କୁଲ ଅଭିଯାନ ମାଧ୍ୟମରେ ବିଦ୍ୟାଳୟର ଭିତ୍ତିଭୂମିର ଉନ୍ନତି ଓ ସ୍ମାର୍ଟ ଶ୍ରେଣୀ ପାଇଁ ବ୍ୟୟ ହୋଇଥିଲା ଲକ୍ଷଲକ୍ଷ ଟଙ୍କା। ରାଜ୍ୟ ରାଜକୋଷରୁ ଶିକ୍ଷାର ଭିତ୍ତିଭୂମି ଓ ଉନ୍ନତି ପାଇଁ ରାଜ୍ୟ ସରକାର ଆଖି ବୁଜି ଖର୍ଚ୍ଚ କରିଥିଲେ ଖୁଣ୍ଟୁଣୀ ସ୍ଥିତ ରାଧାନାଥ ସରକାରୀ ନୋଡାଲ ବିଦ୍ୟାପୀଠରେ।୧୯୬୨ ମସିହାରୁ ସ୍ଥାପିତ ଏହି ସ୍ଥାପିତ ବିଦ୍ୟାପୀଠ ସ୍ଥାନୀୟ ଅଞ୍ଚଳରେ ଶିକ୍ଷାର ଜ୍ୟୋତି ପ୍ରଜ୍ୱଳିତ କରୁଛି। ଅଧୁନା ପ୍ରଥମରୁ ଦଶମ ପର୍ଯ୍ୟନ୍ତ ୫୦୬ ଜଣ ବିଦ୍ୟାର୍ଥୀ ପଢୁଥିଲେ ମଧ୍ୟ ବର୍ଷାଦିନ ସେମାନଙ୍କ ପାଇଁ କାଳ ସାଜିଛି। ବିଦ୍ୟାଳୟର ସମ୍ମୁଖ ଅଗଣାରେ ୨ଫୁଟ ଲେଖାଏଁ ବର୍ଷାଜଳ ଜମି ରହିଛି। ବିଦ୍ୟାର୍ଥୀ ଆଣ୍ଠୁଏ ପାଣିରେ ପଶି ବିଦ୍ୟାଳୟକୁ ଯାଇ ଥଣ୍ଡା ଜ୍ୱରରେ ପିଡୀତ ହେଉଛନ୍ତି। ଅଗଣାରୁ ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ଏଭଳି ଅବସ୍ଥା ଦେଖାଦେଇଛି।ଏ କ୍ଷେତ୍ରରେ ଅଭିଭାବକ ଓ ବୁଦ୍ଧିଜୀବିମାନେ କଣ ପାଇଁ ସ୍ୱର ଉଠାଉନାହାନ୍ତି ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବା ନିମନ୍ତେ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

ଅଧିକ ଘୁଙ୍ଗୁଡି ମାରୁଥିଲେ ହୋଇପାରେ ଗଳା କର୍କଟ; ଜାଣନ୍ତୁ କେମିତି ଦୂର ହେବ ସମସ୍ୟା..

Hot this week

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories