www.samajalive.in
Saturday, December 6, 2025
16.1 C
Bhubaneswar

ସମାଜ ପାଠକ ମଞ୍ଚର ବରିଷ୍ଠ ସଦସ୍ୟ ତଥା ସର୍ବଭାରତୀୟ ଶିକ୍ଷକ ନେତାଙ୍କ ପରଲୋକ

ଗୁରୁଡିଝାଟିଆ: ସର୍ବଭାରତୀୟ ଶିକ୍ଷକ ନେତା ତଥା ଗୁରୁଡିଝାଟିଆ ସମାଜ ପାଠକ ମଞ୍ଚର ବରିଷ୍ଠ ସଦସ୍ୟ ବିଶିଷ୍ଟ ଶିକ୍ଷାବିତ୍‌ ରାଜକିଶୋର ଖଟୁଆଙ୍କ ୮୯ବର୍ଷ ବୟସରେ ନିଜ ନାରଙ୍ଗବସ୍ତ ବାସଭବନରେ ପରଲୋକ ଘଟିଛି। ସ୍ୱର୍ଗତ ଖଟୁଆ କଖଡି ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାତା ସଦସ୍ୟ, ଗୁରୁଡିଝାଟିଆ ସ୍ଥିତ କବିଚନ୍ଦ୍ର ଭୂବନେଶ୍ୱର ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ, ଧବଳେଶ୍ୱର ସଂକୀର୍ତ୍ତନ ମହାମଣ୍ଡଳର କାର୍ଯ୍ୟକାରୀ ସଭାପତି ,ଓସ୍ତାର ପ୍ରାକ୍ତନ ଉପସଭାପତି, ଜିମସାର ସ୍ଥାନୀୟ ପରିଚାଳନା ମଣ୍ଡଳୀର ପ୍ରାକ୍ତନ ସଦସ୍ୟ, ବରିଷ୍ଠ ନାଗରିକ ମଞ୍ଚ ନବେଢା, ଆଠଗଡର ଉପଦେଷ୍ଟା, ଶ୍ରୀରାମ ବରିଷ୍ଠ ନାଗରିକ ସଂଘ, ନଦୀକୂଳର ଉପଦେଷ୍ଟା ସହିତ ବିଭିନ୍ନ ଅନୁଷ୍ଠାନର ସଦସ୍ୟ ଭାବେ ଉଲ୍ଲେଖନୀୟ କାର୍ଯ୍ୟ କରି ବେଶ ପ୍ରଂଶସିତ ହୋଇ ଥିଲେ। ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ ଘନିଷ୍ଠ ସହଯୋଗୀ ଭାବେ ନଦୀକୂଳ ଅଞ୍ଚଳରେ ଶିକ୍ଷାର ବିକାଶ ଦିଗରେ ଅନେକ କାର୍ଯ୍ୟ କରିଥିଲେ। ଶିକ୍ଷା ଓ ଶିକ୍ଷକମାନଙ୍କ ସମାସ୍ୟାର ସମାଧାନ କରିବା ପାଇଁ ସର୍ବଭାରତୀୟ ଶିକ୍ଷକ ନେତା ଭାବେ ଦେଶର ବିଭିନ୍ନ ପ୍ରାନ୍ତ ଭ୍ରମଣ କରିଥିଲେ। ଶିକ୍ଷକ ନେତା ବିବେକାନନ୍ଦ ଦାସଙ୍କ ଘନିଷ୍ଠ ସହଯୋଗୀ ଥିଲେ। ସ୍ୱର୍ଗତ ଖଟୁଆ କିଛିଦିନ ଧରି ଅସୁସ୍ଥ ରହିଥିଲେ। ପରଲୋକ ଖବର ଶୁଣି ବହୁ ବିଶିଷ୍ଟ ବ୍ୟକ୍ତି, ରାଜନେତା, ଶିକ୍ଷାବିତ୍‌ ଓ ମୁରବୀମାନେ ଶେଷ ଦର୍ଶନ କରିଥିଲେ। ଗାଁ ଶ୍ମଶାନରେ ଅନ୍ତ୍ୟୋଷ୍ଟି କ୍ରିୟା ସମାପନ ହୋଇଥିବା ବେଳେ ଏକମାତ୍ର ପୁତ୍ର ଦୀପକ ଖଟୁଆ ମୁଖାଗ୍ନି ପ୍ରଦାନ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories