www.samajalive.in
Sunday, December 14, 2025
26.1 C
Bhubaneswar

ମମତାଙ୍କ ‘ଓଡ଼ିଶା ଜଳିବ’ ବୟାନକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କଡା ଜବାବ

ସମାଜ ଡିଜିଟାଲ ଡେସ୍କ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୟାନକୁ ନେଇ ତେଜୁଛି ବିବାଦ। ମୋଦୀଙ୍କ ଉଦ୍ଦେଶ୍ୟରେ ମମତା କହିଥିଲେ ଯେ ପଶ୍ଚିମବଙ୍ଗରେ ନିଆଁ ଜଳିଲେ ଏଥିରେ ଅନ୍ୟ ରାଜ୍ୟ ମଧ୍ୟ ପ୍ରଭାବିତ ହେବ। ବିଜେପି ଯଦି ଏପରି ଚେଷ୍ଟା କରେ ତେବେ ଆସାମ, ଉତ୍ତରପୂର୍ବାଞ୍ଚଳ, ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ, ଓଡ଼ିଶା ଓ ଦିଲ୍ଲୀରେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହେବ। ଓଡ଼ିଶାକୁ ନେଇ ଏଭଳି ମନ୍ତବ୍ୟକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିରୋଧ କରିଛନ୍ତି। ଟୁଇଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ‘ଓଡ଼ିଶା ସମ୍ପର୍କରେ ଏଭଳି ଆପତ୍ତିଜନକ ଟିପ୍ପଣୀ ଦେବା ପାଇଁ ଆପଣଙ୍କୁ ଏ ଅଧିକାର ଦେଲା କିଏ। ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ, ଓଡ଼ିଶାବାସୀ ମଧ୍ୟ ଦାୟିତ୍ୱବାନ ଏବଂ ସଚେତନ। ଆମ ରାଜ୍ୟ ଓଡ଼ିଶା ପ୍ରତି ଆପଣଙ୍କର ଏଭଳି ବିଦ୍ୱେଷ ଭାବ, ନକରାତ୍ମକ ମନ୍ତବ୍ୟ ଏବଂ ସମ୍ବେଦନହୀନ ମନୋଭାବକୁ ଆମ ଓଡ଼ିଶାବାସୀ କେବେବି ଗ୍ରହଣ କରିବେ ନାହିଁ। ଜଘନ୍ୟ ଅପରାଧର ଶିକାର ହୋଇଥିବା ଝିଅକୁ ନ୍ୟାୟ ନଦେଇ, ପ୍ରତିଶୋଧ ପରାୟଣ ଭାବ ନେଇ ଆପଣ ଯେଉଁ ମନ୍ତବ୍ୟ ଦେଉଛନ୍ତି ତାହା ଦେଶପାଇଁ ବିପଦ ଜନକ। ଆପଣଙ୍କୁ ଅନୁରୋଧ, ଏଥିରୁ କ୍ଷାନ୍ତ ରୁହନ୍ତୁ, ଶାନ୍ତ ରହନ୍ତୁ ବୋଲି ମୋହନ ମାଝୀ କହିଛନ୍ତି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories