www.samajalive.in
Saturday, December 6, 2025
14.1 C
Bhubaneswar

ପୁରୁଣା କଟକ-ସମ୍ବଲପୁର ରାସ୍ତା ସଂପ୍ରସାରଣ କାର୍ଯ୍ୟ ଅଧାପନ୍ତରା

ଗୁରୁଡିଝାଟିଆ : ସପ୍ତାହକ ମଧ୍ୟରେ ୪ ଦୁର୍ଘଟଣା । କାହାର ହାତ ଅଚଳ ହୋଇଛି ତ କାହାର ଗୋଡ। ଏଥିରୁ ବାଦ ପଡିନାହାନ୍ତି ମହିଳା ଓ ଶିଶୁ । ଗତ ଦୁଇଦିନ ତଳେ ଢେଙ୍କାନାଳରୁ ସିଡିଏ ଅଭିମୁଖେ ଆସୁଥିବା ଏକ ବାଇକ ଆରୋହୀ ପୁରୁଣା କଟକ-ସମ୍ବଲପୁର ରାସ୍ତାର ନାରଙ୍ଗବସ୍ତ ବିଦ୍ୟାଳୟ ସାମ୍ନାରେ ଅଧାପନ୍ତରା ହୋଇ ପଡିଥିବା ରାସ୍ତାରେ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ନିଜେ ଆହତ ହେବା ସହିତ ତାଙ୍କର ପତ୍ନୀ ଗୁରୁତର ହୋଇ ପଡିଥିଲେ। ଘଟଣାସ୍ଥଳରେ ନାରଙ୍ଗବସ୍ତ ଗ୍ରାମରେ କିଛି ଯୁବକ ସେମାନଙ୍କୁ ନେଇ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଇବା ସହ ଆହତଙ୍କ ସିଡିଏ ସ୍ଥିତ ବାସଭବନରେ ଛାଡିଥିଲେ। ସପ୍ତାହକ ମଧ୍ୟରେ ଏଭଳି ୪ ଦୁର୍ଘଟଣା ଘଟିଛି ।

ଚାକିରି ଠାରୁ ଆରମ୍ଭ କରି ଚମକିବ ଭାଗ୍ୟ, ଶ୍ରାବଣରେ ଆପଣାନ୍ତୁ ସରଳ ଉପାୟ..


ଉଲ୍ଲେଖଯୋଗ୍ୟ ରାସ୍ତାର ଉଭୟପାଶ୍ୱର୍ ସଂପ୍ରସାରଣ ଓ ପିଚୁ ହୋଇଯାଇଥିଲେ ମଧ୍ୟ ମଝିରେ ୫୦ ରୁ ୬୦ ଫୁଟ ଖାଲଖମା ହୋଇ ପଡି ରହିଛି। ଯାହା ଫଳରେ କି ଗାଡି ଚାଳକ ହଠାତ୍‌ ଜାଣି ନପାରି ନିଜ ଉପରୁ ନିୟନ୍ତ୍ରଣ ହରାଇ ଖାଲରେ ପଡିବା ଫଳରେ ଦୁର୍ଘଟଣାର ଶିକାର ହେଉଛନ୍ତି। ରାସ୍ତା ଓ କୋଠାବାଡି ବିଭାଗର ବରିଷ୍ଠ ଅଧିକାରୀ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ନଦେବା, ରାସ୍ତା ସଂପ୍ରସାରଣ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିବା ଯୋଗୁଁ ଦୁର୍ଘଟଣା ବୃଦ୍ଧି ପାଇଛି ।ରାସ୍ତା ସଂପ୍ରସାରଣ ଓ ମରାମତି ନହେବା ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ସେଠାରେ ଖାଲଖମାକୁ ପୋତି ସମତଳ କରାଗଲେ ଦୁର୍ଘଟଣା ହ୍ରାସ ପାଆନ୍ତା। ସେହିଭଳି ନୁଆଡିହ ହନୁମାନ ମନ୍ଦିର ,ବିଦ୍ୟାଧରପୁର ଗାଁ ଇଟା କାରଖାନା ସମ୍ମୁଖ, କଖଡି ପ୍ରାଥମିକ ବିଦ୍ୟାଳୟ ସାମ୍ନା ଆଦି ସ୍ଥାନ ମାନଙ୍କରେ ରାସ୍ତା କାର୍ଯ୍ୟ କିଛି କିଛି ଅଂଶ ପିଚୁ ନହୋଇ ପଡି ରହିଥିବାରୁ ଏହା ଗାଡି ଚାଳକ ବିଶେତଃ ଦୁଇ ଚକିଆ ଆରୋହୀଙ୍କ ପାଇଁ ମୃତ୍ୟୁର ଯନ୍ତା ପାଲଟିଛି। ଏଥିପ୍ରତି ତୁରନ୍ତ ବ୍ୟବସ୍ଥା କରିବା ନିମନ୍ତେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବି ମାନେ ଦାବି କରିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories