www.samajalive.in
Monday, December 15, 2025
15.1 C
Bhubaneswar

ଜେକେଲକ୍ଷ୍ମୀ ସିମେଣ୍ଟ କାରଖାନା ପକ୍ଷରୁ ଫଳଚାରା, କମ୍ପ୍ୟୁଟର ବଣ୍ଟନ

ଗୁରୁଡିଝାଟିଆ: ଘଣ୍ଟିଖାଲ ପଞ୍ଚାୟତର ରାଧାଶ୍ୟାମପୁର ମୌଜାରେ ଗଢି ଉଠିଥିବା ଜେକେ ଲକ୍ଷ୍ମୀ ସିମେଣ୍ଟ କାରଖାନା ପକ୍ଷରୁ ଫଳଚାରା , ଆଲମାରୀ, କମ୍ପ୍ୟୁଟର ଓ ବିଭିନ୍ନ ପାଠ୍ୟ ଉପକରଣ ବଣ୍ଟନ କରାଯାଇଛି। କାରାଖାନା ପରିସରରେ ଆୟୋଜିତ ଏକ ଉତ୍ସବରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆଭାସୀ ଜରିଆରେ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ଜୀବନ ଜୀବିକା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକ ଅଟେ। ଅର୍ଥନୈତିକ କ୍ଷେତ୍ରରେ ସୁଦୃଢ କରିବା ଦିଗରେ କାରଖାନା କର୍ତ୍ତୃପକ୍ଷ ଆଗେଇ ଆସିବା ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିବା ସହିତ ସ୍ଥାନୀୟ ଜନସାଧାରଣଙ୍କୁ ଫଳଚାରା ବଣ୍ଟନ ଓ କମ୍ପ୍ୟୁଟର ପ୍ରଦାନ ସର୍ବୋପରି କୋମଳମତି ଅଙ୍ଗନୱାର୍ଡି ବିଦ୍ୟାର୍ଥୀଙ୍କ ପାଇଁ ପାଠ୍ୟ ଉପକରଣ, ସ୍ୱଚ୍ଛ ପାନୀୟ ଜଳ ପାଇଁ ପାନୀୟଜଳ ପରିଷ୍କରଣ ଯନ୍ତ୍ର ପ୍ରଦାନ କରିବା ସଂଗେ ସଂଗେ ଆଲମାରୀ ପ୍ରଦାନ କରିବା ଅନ୍ୟ କାରଖାନା ପାଇଁ ଉଦାହରଣୀୟ ବୋଲି କହିଥିଲେ।

କାରଖାନାର ବରିଷ୍ଠ ପ୍ରବନ୍ଧକ ଗିରିଶ ଚନ୍ଦ୍ର ତିୱାରୀ କାରଖାନା କର୍ତ୍ତୃପକ୍ଷ ଆଗାମୀ ଦିନରେ ବିଭିନ୍ନ ଗାଁ ଓ ଗୋଷ୍ଠୀଗୁଡିକର ଆବଶ୍ୟକତାକୁ ପୂରଣ କରିବା ପାଇଁ ସଂକଳ୍ପବଦ୍ଧ ବୋଲି କହିବା ସହିତ ଜୈବ ବିଭିଧତା ଓ ସବୁଜ ବନାନୀ ସୃଷ୍ଟି ପାଇଁ ବ୍ୟାପକ ବୃକ୍ଷରୋପଣ କରାଯାଇ କାରଖାନା ପରିସରକୁ ସବୁଜିମାମୟ କରି ଗଢିତୋଳିଥିବା ସଂପର୍କରେ ଆଲୋକପାତ କରିଥିଲେ। ଶ୍ରମିକନେତା ସନ୍ତୋଷକୁମାର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ଜିଲ୍ଲାପରିଷଦ ସଦସ୍ୟା ଜାନକୀଲତା ନାଏକ ,ସରପଞ୍ଚ ଲକ୍ଷ୍ମୀଧର ମହାନ୍ତି,ସମିତିସଭ୍ୟ ପ୍ରଣବାନନ୍ଦ ପ୍ରଧାନ ପ୍ରମୁଖ ଅତିଥି ଭାବରେ ଯୋଗଦେଇ କାରଖାନା କର୍ତ୍ତୃପକ୍ଷଙ୍କ ପାରିପାର୍ଶ୍ବିକ ଉନ୍ନୟନ କ୍ଷେତ୍ରରେ ଯୋଗଦାନ ବେଶ ଉଚ୍ଚକୋଟୀର ବୋଲି କହିବା ସଂଗେ ସଂଗେ କାରଖାନା ପରିସରରେ ଚାରା ରୋପଣ କରିଥିଲେ। କାରଖାନାର ପାରିପାର୍ଶ୍ବିକ ଉନ୍ନୟନ ଅଧିକାରୀ ଶୁସିଲ କୁମାର ରାଉତରାୟ ଓ ଅନ୍ୟ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories