www.samajalive.in
Sunday, December 7, 2025
26.1 C
Bhubaneswar

କଳକାରଖାନା ଥିବା ଅଞ୍ଚଳରେ ରାସ୍ତାରେ ଉଡୁଛି ଧୁଳି, ସାଧାରଣ ଜନତା ଅଣନିଶ୍ୱାସୀ

ଗୁରୁଡିଝାଟିଆ: କୃଷି ସହିତ ଶିଳ୍ପ ଦେଶକୁ ପ୍ରଗତି ପଥରେ ଆଗେଇ ନିଏ। ସେଥିପାଇଁ ତ ଅନେକ ଶିଳ୍ପସଂସ୍ଥା ଗଢିଉଠିବା ସହିତ ଆତ୍ମନିଯୁକ୍ତି ଦେଇଛି ଯୁବକମାନଙ୍କୁ। ହେଲେ ପରିବେଶ ପ୍ରତି ଯେଉଁ ପ୍ରକାର ଆଭିମୁଖ୍ୟ ଶିଳ୍ପ ପ୍ରତିଷ୍ଠାନର ରହିବା କଥା ତାହା ପାଳନ ହୋଇପାରୁନାହିଁ। ପ୍ରଦୂଷଣ କରି ଜନଜୀବନକୁ ଅଣ ନିଶ୍ୱାସୀ କରୁଛନ୍ତି। ଯାହାର ଉଦାହରଣ ହେଉଛି ଗୁରୁଡିଝାଟିଆ ଅଞ୍ଚଳରେ ଗଢି ଉଠିଥିବା ଶିଳ୍ପସଂସ୍ଥାକୁ ଭାରୀଯାନ ବୋଝେଇ ଟ୍ରକ ଚଳାଚଳ ସମୟରେ ରାସ୍ତାରେ ହେଉଛି ବ୍ୟାପକ ପ୍ରଦୂଷଣ।

ଯାନବାହାନର ଧୂଆଁ ସାଙ୍ଗକୁ ଧୁଳି ଯାତାୟାତ କରୁଥିବା ଲୋକମାନଙ୍କ ପାଇଁ ଆଣିଛି ମହାବିପଦ। ଶ୍ୱାସକ୍ରିୟା ଜନିତ ରୋଗରେ ଘାଣ୍ଟି ହେଉଛନ୍ତି ଲୋକମାନେ। ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଅନନ୍ତପୁର ଠାରେ ଏକାଧିକ ଶିଳ୍ପସଂସ୍ଥା ଗଢିଉଠିଥିବା ବେଳେ ଘଣ୍ଟିଖାଲ ନିକଟରେ ରହିଛି ଶିଳ୍ପ ପ୍ରତିଷ୍ଠାନ। ଗୁରୁଡିଝାଟିଆର ଖମାରନୂଆଗାଁ ଓ କୋଳଥପଙ୍ଗି ଠାରେ ରହିଛି ଅଲ୍ଟ୍ରାଟେକ ସିମେଣ୍ଟ କାରଖାନା। ଏହି ସବୁ ଶିଳ୍ପସଂସ୍ଥାମାନଙ୍କୁ ଦୈନିକ ଶତାଧିକ ଟ୍ରକ ଚଳାଚଳ କରୁଛି। ହେଲେ ଆବଶ୍ୟକମୁତାବକ ରାସ୍ତାରେ ଧୁଳି ଉଡିବାକୁ ବନ୍ଦ କରିବା ନିମନ୍ତେ ପାଣି ସିଞ୍ଚନ କରାଯାଉନାହିଁ। କାଁଭାଁ ଥରେ ଅଧେ କରିଦେଇ ନିଜର ଦାୟିତ୍ୱ ସଂପାଦନ କରୁଥିବାର ନାଗରା ପିଟୁଛନ୍ତି। ଅନନ୍ତପୁର ଠାରୁ କଖଡି ହାଇସ୍କୁଲ ଛକ ପର୍ଯ୍ୟନ୍ତ ପାଣି ସିଞ୍ଚନ କରାଯାଉଛି।

- Advertisement -

ହେଲେ କଣ ପାଇଁ ସଂପୂର୍ଣ୍ଣ ଗାଁ ଶେଷମୁଣ୍ଡ ପର୍ଯ୍ୟନ୍ତ କରାଯାଉନାହିଁ ତାହା ବୁଝାପଡୁନାହିଁ। ସେହିଭଳି ଘଣ୍ଟିଖାଲ,ନିଧିପୁର ଦେଇ ଖୁଣ୍ଟୁଣୀକୁ ସଂଯୋଗ କରୁଥିବା ରାସ୍ତା ମଧ୍ୟ ଆଦୌ ପାଣି ସିଞ୍ଚନ କରାଯାଉନାହିଁ। ଅନୁରୂପ ଭାବରେ ଖମାନୂଆଗାଁ କୋଥପଙ୍ଗି ଠାରୁ ରାଧାକିଶୋରପୁର ,ଛୋଟିଆମ୍ବ,ଗୁରୁଡିଝାଟିଆ, କୋତର, ପିଠାଖିଆ ଓ ଓରନ୍ଦା ପର୍ଯ୍ୟନ୍ତ ମଧ୍ୟ କାରଖାନା କର୍ତ୍ତୃପକ୍ଷ ପ୍ରଦୂଷଣକୁ ରୋକିବା ପାଇଁ ଜଳସିଞ୍ଚନ କରୁନଥିବାରୁ ରାସ୍ତାରେ ଯାଉଥିବା ଜନସାଧାରଣ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି।

ବିଶେଷତଃ ବିଦ୍ୟାର୍ଥୀ ବରିଷ୍ଠ ନାଗରିକ ଓ ଶିଶୁମାନେ ସ୍ୱାସ୍ଥ୍ୟଗତ ସମାସ୍ୟାରେ ରୁନ୍ଧି ହୋଇପଡିଲେଣି। ଏପରିକି ବିଦ୍ୟାର୍ଥୀମାନଙ୍କ ପୋଷାକ ମଧ୍ୟ ଧୁଳିଧୂଆଁରେ ଧୁଷରରେ ପରିଣତ ହୋଇପଡୁଛି। ସ୍ଥାନୀୟ ଜନସାଧାରଣ ମୁହଁ ଖୋଲିଲେ ମଧ୍ୟ କେହି ଶୁଣୁନାହାନ୍ତି। ଏଣୁ ଆଠଗଡ ଉପଖଣ୍ଡ ପ୍ରଶାସନ ଶିଳ୍ପ ପ୍ରତିଷ୍ଠାନ ଗଢି ଉଠିଥିବା ସ୍ଥାନ ନିକଟରେ ଭାରୀଯାନ ଚଳାଚଳ ରାସ୍ତାରେ ଆବଶ୍ୟକ ମୁତାବକ ଜଳ ସିଞ୍ଚନ କରି ପ୍ରଦୂଷଣକୁ ରୋକିବା ପାଇଁ ବ୍ୟବସ୍ଥା କରିବା ନିମନ୍ତେ ବୁଦ୍ଧିଜିବୀମାନେ ଦାବି କରିଛନ୍ତି।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories