ଫେରାର ଅଭିଯୁକ୍ତ ଗିରଫ

ଗୁରୁଡିଝାଟିଆ: ନାବାଳିକାକୁ ବଳାତ୍କାର କରିବା ଅଭିଯୋଗରେ ଦୀର୍ଘଦିନ ଧରି ଫେରାର ଥିବା ଅଭିଯୁକ୍ତକୁ ଗୁରୁଡିଝାଟିଆ ପୁଲିସ ଗିରଫ କରି ହାଜାତ ଚାଲାଣ କରିଛି। ଅଭିଯୁକ୍ତର ଘର ଗୋବରା ପଞ୍ଚାୟତ ଅନ୍ତର୍ଗତ ମହୁରିଆରେ ହୋଇଥିବା ବେଳେ ତାର ନାମ କାଳନ୍ଦି ସିଦ୍ଧୁ(୩୫) ବୋଲି ଜଣାପଡ଼ିଛି। ୨୦୨୧ ମସିହାରେ ଗୁରୁଡିଝାଟିଆ ଥାନା ମୋକଦ୍ଦମା ନଂ-୫୪ରେ ଅଭିଯୁକ୍ତ ଥାଇ କାଳନ୍ଦି ଫେରାର ଥିଲା ବୋଲି  ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Comments are closed.