www.samajalive.in
Monday, December 15, 2025
16.1 C
Bhubaneswar

ଗୋପବନ୍ଧୁ ଚିକିତ୍ସାଳୟ,ସେବିକା ମହାବିଦ୍ୟାଳୟରେ ଗଣେଶପୂଜା

ଗୁରୁଡିଝାଟିଆ: ଲୋକ ସେବକ ମଣ୍ଡଳ ଓ ସମାଜ ଦ୍ୱାରା ମାଧବପୁର ଠାରେ ପ୍ରତିଷ୍ଠିତ ଗୋପବନ୍ଧୁ ଚିକିତ୍ସାଳୟ ଓ ସେବିକା ମହାବିଦ୍ୟାଳୟରେ ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜାଉତ୍ସବ ଶାସ୍ତ୍ରୀୟ ବିଧିମୁତାବକ ସଂପନ୍ନ ହୋଇଛି। ଚିକିତ୍ସାଳୟ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପଦ୍ମଚରଣ ଦାଶ ପୂଜା ଉତ୍ସବରେ କର୍ତ୍ତା ଭାବେ ଆସୀନ ହୋଇ ପୂଜାକାର୍ଯ୍ୟ ନିର୍ବାହ କରିଥିଲେ । ସେବିକା ମହାବିଦ୍ୟାଳୟର ସମସ୍ତ ବିଦ୍ୟାର୍ଥୀ,ଚିକିତ୍ସାଳୟର ଚିକିତ୍ସକ ଓ କର୍ମଚାରୀମାନେ ଉପସ୍ଥିତ ରହି ସିଦ୍ଧିଦାତା ଶ୍ରୀ ଗଣେଷଙ୍କୁ ପୂଜାର୍ଚ୍ଚନା କରିବା ସହିତ ପୁଷ୍ପାଞ୍ଜଳୀ ପ୍ରଦାନ କରିଥିଲେ। ସେବିକା ମହାବିଦ୍ୟାଳୟ ଅଧ୍ୟକ୍ଷ ଏଡଉଇନ ଆନନ୍ଦ,ଉପାଧ୍ୟକ୍ଷ ବାବି ଏଡଉଇନ, ପ୍ରିନ୍ସପାଲ ଟ୍ୟୁଟର ରାଜଶ୍ରୀ ସାମନ୍ତରାୟ, ଡାକ୍ତର ରୋହିତ କୁମାରଙ୍କ ସହିତ ଅନୁଷ୍ଠାନର ଶିକ୍ଷକ,ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ଗୋପବନ୍ଧୁ ସେବିକା ମହାବିଦ୍ୟାଳୟ ଛାତ୍ରୀଙ୍କ ଦ୍ୱାରା ସିଦ୍ଧଦାତା ଶ୍ରୀ ଗଣେଶଙ୍କ ଆକର୍ଷଣୀୟ ଝୋଟି ପ୍ରସ୍ତୁତ ହୋଇଥିଲା, ଯାହା ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା।

Hot this week

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

Related Articles

Popular Categories