www.samajalive.in
Monday, December 15, 2025
14.1 C
Bhubaneswar

ଗୋପବନ୍ଧୁ ଚିକିତ୍ସାଳୟରୁ ଚୋରି, ସିସିଟିଭି ତଥ୍ୟ ପ୍ରଦାନ ପରେ ବି ପଦକ୍ଷେପ ନେଉନି ପୁଲିସ

ଗୁରୁଡିଝାଟିଆ: ଲୋକ ସେବକ ମଣ୍ଡଳ ଓ ସମାଜ ଦ୍ୱାରା ମାଧବପୁରଠାରେ ପ୍ରତିଷ୍ଠିତ ଗୋପବନ୍ଧୁ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନରେ ସପ୍ତାହକ ମଧ୍ୟରେ ୨ଥର ଚୋରି ହୋଇଛି। ଗତକାଲି ବିଳମ୍ବିତ ରାତିରେ ଚୋରମାନେ ପ୍ରତିଷ୍ଠାନ ଭିତରେ ପଶି ଆଲମୁନିୟମ ଆଙ୍ଗେଲ ଓ ବିଦ୍ୟୁତକେବୁଲ ଚୋରି କରିନେଇଛନ୍ତି। ୬ଦିନ ତଳେ ମଧ୍ୟ ଚୋରମାନେ ତାର ଓ ଆଲମୁନିୟମ ଆଙ୍ଗେଲ ଚୋରି କରିନେଇଥିବା ସଂପର୍କରେ ପ୍ରତିଷ୍ଠାନ ପକ୍ଷରୁ ଖୁଣ୍ଟୁଣୀ ଥାନାରେ ଲିଖିତ ଅଭିଯୋଗ କରାଯିବା ସହିତ ସିସିଟିଭିରେ ଉତ୍ତୋଳିତ ଭିଡିଓକୁ ମଧ୍ୟ ପ୍ରଦାନ କରାଯାଇଥିଲା। ଖୁଣ୍ଟୁଣୀ ପୁଲିସ ଜଣେ ସହକାରୀ ଉପନୀରିକ୍ଷକ ଅନୁଧ୍ୟାନ ପାଇଁ ପଠାଇଦେଇ ହାତବାନ୍ଧି ବସିଥିବାରୁ ଗତକାଲି ବିଳମ୍ବିତ ରାତିରେ ଚୋରମାନେ ପ୍ରତିଷ୍ଠାନ ପରିସରରେ ପଶି ମୂଲ୍ୟବାନ ଆଲମୁନିୟମ ଆଙ୍ଗେଲ ଓ ବିଦ୍ୟୁତ୍ କେବୁଲ ଲୁଟିନେବାକୁ ସକ୍ଷମ ହୋଇଛନ୍ତି। ଖୁଣ୍ଟୁଣୀ ପୋଲିସର ନିଷ୍କ୍ରିୟତା ପାଇଁ ଗୋପବନ୍ଧୁ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନରେ ବାରମ୍ବାର ଚୋରି ହେଉଛି। ପୂର୍ବରୁ ମଧ୍ୟ ଏକାଧିକବାର ଦୁର୍ବୁତ୍ତମାନେ ସମରସେବୁଲ ମଟର ମେସିନ ଓ ବିଦ୍ୟୁତକେବୁଲ ସହିତ ଅନ୍ୟାନ୍ୟ ସାମଗ୍ରୀ ଚୋରି କରିନେଇଛନ୍ତି। ଆଠଗଡ ଉପଖଣ୍ଡ ତଥା ପାଶ୍ୱର୍ବର୍ତ୍ତି ଜିଲ୍ଲାର ଜନସାଧାରଣଙ୍କୁ ଉତ୍ତମ ମାନର ଚିକିତ୍ସାସେବା ଯୋଗାଇଦେଇବା ସହିତ ଅସହାୟ ରୋଗୀକୁ ମାଗଣାରେ ମଧ୍ୟ ଚିକିତ୍ସାସେବା ଯୋଗାଇଦେଇ ଆସୁଅଛି ଗୋପବନ୍ଧୁ ଆୟୁର୍ବିଜ୍ଞାନ ଗବେଷଣା ପ୍ରତିଷ୍ଠାନ। ଅନୁଷ୍ଠାନଟି ଚାରିଟେବୁଲ ଟ୍ରଷ୍ଟ ହିସାବରେ ବହୁ ଅଭାବୀ ରୋଗୀଙ୍କୁ ସହଯୋଗର ହାତ ମଧ୍ୟ ବଢାଇଛି। ହାତ ପାହାନ୍ତାରେ ରୋଗୀମାନଙ୍କୁ ଏମଆରଆଇ, ସିଟିସ୍କାନ, ଅଲଟ୍ରାସାଉଣ୍ଡ, ଆଇସିୟୁ ଭଳି ଉନ୍ନତମାନର ଚିକିତ୍ସାସେବା ପ୍ରଦାନ କରୁଅଛି।

ଗତ କରୋନା ମହାମାରୀ ସମୟରେ ପ୍ରତିଷ୍ଠାନ ଉତ୍ତମ ମାନର ସେବା ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀ କଟକ ଶାରଳାଭବନ ଠାରେ ଅନୁଷ୍ଠିତ ସଭାରେ ଗୋପବନ୍ଧୁ ଚିକିତ୍ସାଳୟର ସେବାକୁ ଭୂୟସୀ ପ୍ରଶଂସା କରିଥିଲେ।ଏଠାରେ ଗ୍ରାମାଞ୍ଚଳ ବିଦ୍ୟାର୍ଥୀମାନେ ଚିକିତ୍ସା ଶିକ୍ଷା ପାଠ୍ୟକ୍ରମ (ନର୍ସିଂ) ରେ ଅଧ୍ୟୟନ କରୁଛନ୍ତି। ସାଧାରଣ ଜନତାଙ୍କୁ ସେବା ଯୋଗାଇଦେଉଥିବା ପ୍ରତିଷ୍ଠାନର ବାରମ୍ବାର ଚୋରି ହେଉଥିଲେ ମଧ୍ୟ ଖୁଣ୍ଟୁଣୀ ପୋଲିସକୁ ଲିଖିତ ଅଭିଯୋଗ ଓ ସିସିଟିଭି ଉତ୍ତୋଳିତ ଚିତ୍ର ପ୍ରଦାନ କଲେ ମଧ୍ୟ କୌଣସି ପଦକ୍ଷେପ ନନେବା ପଛରେ କି ରହସ୍ୟ ରହିଛି ତାହା ବୁଝାପଡୁନାହିଁ। ସ୍ଥାନୀୟ ପୋଲିସର ଉଦାସୀନତା ଚୋରମାନଙ୍କ ପାଇଁ ଆଣିଦେଇଛି ପୁଷମାସ। ସ୍ଥାନୀୟ ଥାନା ଅଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆ ଚୋରିରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ ପାଇଁ କହୁଥିଲେ ମଧ୍ୟ ତ୍ୱରିତ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ପୁନର୍ବାର ଗତକାଳି ରାତିରେ ଦୁର୍ବୁତ୍ତମାନେ ଚୋରି କରିବାକୁ ସକ୍ଷମ ହେଲେ। ସ୍ଥାନୀୟ ପୁଲିସର ନିଷ୍କ୍ରିୟତା ସଂପର୍କରେ ଜିଳ୍ଲା ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦେବଦତ୍ତ ବରାଳ ଓ ଚୌଦ୍ୱାର ଏସଡିପିଓ ଉମାକାନ୍ତ ନାୟକ ଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ତ୍ୱରିତ ପଦକ୍ଷେପ ନେବା ପାଇଁ କହିଛନ୍ତି। ପୁଲିସ ବିଭାଗ ମହାନିର୍ଦ୍ଦେଶକ ଓ କେନ୍ଦ୍ରାଞ୍ଚଳ ଆଇଜି ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟିଦେଲେ ସାଧାରଣ ଲୋକଙ୍କ ଚିକିତ୍ସାସେବା ପାଇଁ ପ୍ରତିଶୃତିବଦ୍ଧ ଗୋପବନ୍ଧୁ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ ଚୋରି ବନ୍ଦ ହୋଇପାରିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories