www.samajalive.in
Saturday, December 13, 2025
21.1 C
Bhubaneswar

ପାଇପ ବିଛା ଆଳରେ ରାସ୍ତା ପାଲଟିଛି ମରଣଯନ୍ତା,ପଳାଶପଙ୍ଗାବାସୀଙ୍କ ଆନ୍ଦୋଳନ ଚେତାବନୀ 

କେନ୍ଦୁଝରଗଡ଼: କେନ୍ଦୁଝର ଜିଲାର ପ୍ରତି ଘରକୁ ପାଇପ ଯୋଗେ ପାନୀୟଜଳ ଯୋଗାଣ ନେଇ ମେଗା ପାନୀୟଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଆସୁଛି। ଏଥିନିମନ୍ତେ କାର୍ଯ୍ୟାଦେଶ ଲାଭ କରିଥିବା ଠିକାଦାର ସଂସ୍ଥା ପକ୍ଷରୁ ରାସ୍ତାକୁ ଖୋଳାଯାଇ ପାଇପବିଛା କାର୍ଯ୍ୟ ଜାରି ରହିଛି। ଚମ୍ପୁଆ, ଝୁମ୍ପୁରା ଓ ସଦର ବ୍ଲକର ପ୍ରତି ଘରକୁ ପାଇପ ଯୋଗେ ପାନୀୟଜଳ ଯୋଗାଣ ପାଇଁ କାର୍ଯ୍ୟାଦେଶ ହାସଲ କରିଥିବା ଠିକାଦାରୀ ସଂସ୍ଥା ପକ୍ଷରୁ ନିକଟରେ ଗତ ସପ୍ତାହେ ପୂର୍ବରୁ ପଳାଶପଙ୍ଗା ମୁଖ୍ୟ ବଜାରକୁ ଲାଗିଥିବା ରାସ୍ତାକୁ ଖୋଳି ପାଇପ ବିଛା କାର୍ଯ୍ୟ ଆରମ୍ଭ ହୋଇଛି। ପାନୀୟଜଳ ଯୋଗାଣ ବ୍ୟତୀତ ପାଇପ ଯୋଗେ ଲୁହାପଥର ପରିବହନ ଉଦ୍ଦେଶ୍ୟରେ ମଧ୍ୟ ଏକ ପ୍ରମୁଖ ଖଣି କମ୍ପାନୀ ପକ୍ଷରୁ ରାସ୍ତା ଖୋଳାଯାଇ ପାଇପ ବିଛା ଯାଇଛି। ତେବେ ପାଇପ ବିଛା ଯିବା ପରେ ରାସ୍ତାର ଉନ୍ନତିକରଣ କରାଯାଉନଥିବାରୁ ରାସ୍ତା ଆଣ୍ଠୁଏ ଲେଖାଏଁ ଖାଲ ସୃଷ୍ଟି ହୋଇ ଯାତାୟାତ ଯୋଗ୍ୟ ହୋଇ ରହିନଥିବା ବେଳେ ଅନେକ ସମୟରେ ଛୋଟବଡ ଦୁର୍ଘଟଣା ଘଟି ବ୍ୟାପକ ଧନଜୀବନ ହାନୀ ଘଟୁଥିବା ନେଇ ପଳାଶପଙ୍ଗାବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଉକ୍ତ ରାସ୍ତାଦେଇ ରାଇକଳା, ହାଣ୍ଡିଭଙ୍ଗା, କାଉଁରିକଳା ଆଦି ପଞ୍ଚାୟତର ୩୦ରୁ ଉଦ୍ଧ୍ୱର୍ ଗ୍ରାମର ଲୋକେ ଦୈନିକ ଯାତାୟାତ କରୁଥିବା ବେଳେ ରାସ୍ତା ମରଣଯନ୍ତା ପାଲଟିଥିବାରୁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଆନ୍ଦୋଳନର ରୂପ ନେବାକୁ ବସିଛି। ସ୍ଥାନୀୟ ଲୋକଙ୍କ ଯାତାୟାତ ସମସ୍ୟାକୁ ଦୃଷ୍ଟିରେ ରଖି ତୁରନ୍ତ ରାସ୍ତାର ଉନ୍ନତିକରଣ କାର୍ଯ୍ୟ କରାନଗଲେ ଖୁବ୍‍ ଶିଘ୍ର ପଳାଶପଙ୍ଗା ଠାରେ ୨୦ନଂ ଜାତୀୟ ରାଜପଥ ଅବରୋଧ କରାଯାଇ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ପଳାଶପଙ୍ଗା ସରପଞ୍ଚ ବାସନ୍ତୀ ନାଏକ ଚେତାବନୀ ଦେଇଛନ୍ତି।

Hot this week

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories