www.samajalive.in
Monday, December 15, 2025
14.1 C
Bhubaneswar

ଆରମ୍ଭ ହେଲା ବିଘ୍ନବିନାଶକଙ୍କ ପୂଜାତ୍ସୋବ, ଦର୍ଶକଙ୍କୁ ଆକୃଷ୍ଟ କରିିଛି ହାୱଡା ବ୍ରିଜ୍‍ ବୈଦ୍ୟୁତିକ ତୋରଣ

କେନ୍ଦୁଝରଗଡ଼: ବିଘ୍ନ ବିନାଶକ ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜାତ୍ସୋବ ମଙ୍ଗଳବାର ଠାରୁ କେନ୍ଦୁଝର ଜିଲାରେ ଧୂମଧାମରେ ଆରମ୍ଭ ହୋଇଛି। ଏଥିପାଇଁ ବିଶେଷକରି କେନ୍ଦୁଝର ସହର ବେଶ୍‍ ଚଳଚଞ୍ଚଳ ହୋଇପଡିଛି। ଗତ କିଛିବର୍ଷ ଧରି ଗଣେଶ ପୂଜା କେନ୍ଦୁଝର ସହରରେ ଏକ ପ୍ରମୁଖ ପର୍ବ ଭାବେ ପାଳିତ ହୋଇ ଆସୁଥିବା ବେଳେ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ଘରୋଇ ଅନୁଷ୍ଠାନ ମାନଙ୍କରେ ଏହି ପୂଜାତ୍ସୋବ ବେଶ୍‍ ଜାକଜମକରେ ଆରମ୍ଭ ହୋଇଛି। କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ, ଡିଏଫ୍‍ଓ କାର୍ଯ୍ୟାଳୟ, ଡ଼େଲି ମାର୍କେଟ, ଶ୍ରୀଗଣେଶ କ୍ଲବ ମାଧପୁର, ବଣିଆପାଟ, ଫରେଷ୍ଟ କଲୋନୀ, ମାଇନିଂରୋଡ, କାଶୀପୁର, ମଣ୍ଡୁଆ, ଆଟୋପୁର, ପୁରୁଣାବଜାର, ଜିଲା ଯୁବ କଂଗ୍ରେସ କାର୍ଯ୍ୟାଳୟ ଆଦି ସ୍ଥାନ ମାନଙ୍କରେ ସୁଦୃଶ୍ୟ ତୋରଣ ସାଙ୍ଗକୁ ପ୍ରତିମୂର୍ତ୍ତି ଏବଂ ରଙ୍ଗୀନ ଆଲୋକ ସାଜସଜ୍ଜା ସହରକୁ ବେଶ୍‍ ଚଳଚଞ୍ଚଳ କରିଦେଇଛି।

ବିଶେଷକରି ବସ୍‍ଷ୍ଟାଣ୍ଡ ଠାରେ ରେକ୍ସ କ୍ଲବ ପକ୍ଷରୁ ଆୟୋଜିତ ସୁସଜ୍ଜିତ ତୋରଣ ସାଙ୍ଗକୁ ପ୍ରଭୁ ଗଣେଶଙ୍କ ସୁଦୃଶ୍ୟ ପ୍ରତିମୂର୍ତ୍ତି ଏବଂ ଜିଲାପାଳଙ୍କ ଛକଠାରୁ ଲାବଣ୍ୟଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବ ଆଲୋକମାଳରେ ଝଲସୁଥିବା ବେଳେ ହାୱଡା ବ୍ରିଜ୍‍ର ବୈଦ୍ୟୁତିକ ତୋରଣ ଦର୍ଶକଙ୍କୁ ବେଶ୍‍ ଆକୃଷ୍ଟ କରିଛି। ସହରର ସମସ୍ତ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ମାନଙ୍କରେ ମଧ୍ୟ ପୂଜାତ୍ସୋବ ବେଶ୍‍ ଆଡମ୍ବର ସହ ପାଳିତ ହେଉଛି। ଏତଦ୍‍ବ୍ୟତୀତ ସହର ଉପକଣ୍ଠରେ ଥିବା ଗ୍ରାମାଞ୍ଚଳ ଶିକ୍ଷାନୁଷ୍ଠାନ ଏବଂ ବିଭିନ୍ନ ସଂଘ ପକ୍ଷରୁ ଏହି ପୂଜା ଚଳିତବର୍ଷ ବେଶ୍‍ ଧୂମ୍‍ଧାମରେ ପାଳିତ ହୋଇଆସୁଛି । ଏହି ପୂଜା କେନ୍ଦୁଝର ସହରରେ ୭ଦିନବ୍ୟାପୀ ମହାଡ଼ମ୍ବରରେ ପାଳନ ହେବାକୁ ଥିବାବେଳେ ବିଭିନ୍ନ ପୂଜାମଣ୍ଡପ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ପ୍ରମୁଖ ପୂଜାମଣ୍ଡପ ନିକଟରେ ଫୋର୍ସ ମୁତୟନ କରାଯାଇ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories