www.samajalive.in
Monday, December 15, 2025
14.1 C
Bhubaneswar

ଧବଳେଶ୍ୱର ପୂଜକ ପରମାନନ୍ଦ ପତ୍ରୀଙ୍କ ଅକାଳ ବିୟୋଗ

ଗୁରୁଡିଝାଟିଆ: ପ୍ରଭୂ ଧବଳେଶ୍ୱରଙ୍କ ପୂଜକ ତଥା ଧବଳେଶ୍ୱର ପୂଜକ ସମିତି ଆଗଧାଡିର କର୍ମକର୍ତ୍ତା ପରମାନନ୍ଦ ପତ୍ରୀ (୫୪)ଙ୍କ ଗତକାଲି ବିଳମ୍ବିତ ରାତ୍ରିରେ ହୃଦଘାତରେ ପରଲୋକ ଘଟିଛି। ଗତକାଲି ରାତିରେ ହଠାତ୍‍ ଅସୁସ୍ଥତା ଅନୁଭବ କରିବାରୁ ନିଜ ବାସଭବନ ମଞ୍ଚେଶ୍ୱରରୁ କଟକର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ସେ ଗୁରୁତର ହୋଇଥିବାରୁ ଚିକିତ୍ସାଳୟରେ ପହଞ୍ଚୁ ପହଞ୍ଚୁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା। ସ୍ୱର୍ଗତ ପତ୍ରୀ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମହଲରେ ଅମୂଲି ନନା ଭାବରେ ପରିଚିତ। ଧବଳେଶ୍ୱର ବଡଓଷା ଓ ପଞ୍ଚକଯାତ୍ରା, ଶ୍ରାବଣମେଳା, ମକର ସଂକ୍ରାନ୍ତି ଆଦି ପ୍ରଭୂଙ୍କ ବଡବଡ ପର୍ବ ଓ ଉତ୍ସବରେ ପୂଜକ ସମିତି ତରଫରୁ ସ୍ୱର୍ଗତ ପତ୍ରୀ ଆଠଗଡ ଉପଖଣ୍ଡ ଦେବୋତ୍ତର ପ୍ରଶାସନ ସହିତ ସମନ୍ୱୟ ରଖି ଭକ୍ତଙ୍କୁ ଶାନ୍ତି ଶୃଙ୍ଖଳାରେ ଦର୍ଶନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ଏପରିକି ଧବଳେଶ୍ୱର ପୀଠର ଉନ୍ନତି ପାଇଁ ସବୁବେଳେ ପ୍ରଶାସନ ଓ ରାଜନେତାଙ୍କ ପାଖରେ ଅଡିବସିଥାନ୍ତି।

ତାଙ୍କର ବିୟୋଗରେ ଶୋକର ଛାୟା ଖେଳିଯାଇଛି। ସ୍ଥାନୀୟ ବିଧାୟକ ତଥା ଖାଦ୍ୟ ଯୋଗାଣମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସ୍ୱର୍ଗତ ପତ୍ରୀଙ୍କ ବିୟୋଗ ପୂଜକ ସମାଜ ପାଇଁ ଅପୁରଣୀୟ କ୍ଷତି। ପୀଠ ଓ ମନ୍ଦିରର ବିକାଶ ସହିତ ସ୍ଥାନୀୟ ଅଞ୍ଚଳରେ ଜଣେ ନୀତିନିଷ୍ଠ ପୂଜକ ଭାବରେ ତାଙ୍କର ଅବଦାନ ଅନ୍ୟମାନଙ୍କପାଇଁ ଉଦାହରଣ ହୋଇ ରହିବ ବୋଲି କହିବା ସହିତ ଶୋକ ସନ୍ତପ୍ତ ପରିବାରକୁ ପ୍ରଭୂୁ ଏହି ଦୁସ୍ଥିତି ସମୟରେ ସହାୟକ ହେବା ପାଇଁ ପ୍ରାର୍ଥନା କରିଥିଲେ। ଧବଳେଶ୍ୱର ସେବା ସଂସ୍ଥା ସଭାପତି କିରଣ ବିହାରୀ ଖଟୁଆ, ସରପଞ୍ଚ ପ୍ରିୟବ୍ରତ ସାହୁ, ସମିତିସଭ୍ୟ ଅଶୋକ କୁମାର ଖଟୁଆ, ଧବଳେଶ୍ୱର ପୂଜକ ସମିତି ସଭାପତି ବିଷ୍ଣୁ ଚରଣ ପତ୍ରୀ ସ୍ୱର୍ଗତ ପତ୍ରୀଙ୍କ ଅକାଳ ବିୟୋଗରେ ଗଭୀର ମର୍ମାହତ ହେବା ସହିତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories