ଭୁବନେଶ୍ୱର: ଆଜି ରାଜ୍ୟରେ ୧୮୬୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୯୪୩୦୬୯କୁ ବୃଦ୍ଧି ପାଇଛି। ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୩୯୮ ଜଣ ସୁସ୍ଥ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଆଜି କଟକ ୩୦୨, ଯାଜପୁର ୧୪୭, ବାଲେଶ୍ୱର ୧୧୫, ପୁରୀ ୯୯, ଜଗତସିଂହପୁର ୯୪, ଷ୍ଟେଟପୁଲ ୮୫, ଅନୁଗୁଳ ୮୧, ଭଦ୍ରକ ୭୬, ମୟୂରଭଞ୍ଜ ୭୬, ସୁନ୍ଦରଗଡ଼ ୬୨, କେନ୍ଦ୍ରାପଡ଼ା ୫୫, ନୟାଗଡ଼ ୫୧, ଢେଙ୍କାନାଳ ୪୮, କୋରାପୁଟ ୨୪, ମାଲକାନଗିରି ୨୪, ସମ୍ବଲପୁରରୁ ୨୪, ରାୟଗଡ଼ା ୨୦, ବୌଦ୍ଧ ୧୪ ଏବଂ କନ୍ଧମାଳ ୧୪, କେନ୍ଦୁଝର ୮, ବଲାଙ୍ଗୀର ୭, ଗଞ୍ଜାମ ୭, କଳାହାଣ୍ଡି, ନବରଙ୍ଗପୁରରୁ ୭, ଗଜପତି ୫, ସୁବର୍ଣ୍ଣପୁର ୫, ଝାରସୁଗୁଡ଼ା ୪, ବୌଦ୍ଧ ୩, ଦେବଗଡ଼ରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।



