ଆନ୍ତଃ ବିଶ୍ୱବିଦ୍ୟାଳୟସ୍ତରୀୟ ଫୁଟୁବଲ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ ଖୁଣ୍ଟୁଣୀ ଡିଗ୍ରୀ ମହାବିଦ୍ୟାଳୟ ଛାତ୍ରୀ

ଗୁରୁଡିଝାଟିଆ: ଆନ୍ତବିଶ୍ୱବିଦ୍ୟାଳୟ ଫୁଟୁବଲ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ଖୁଣ୍ଟୁଣୀ ରାଧାନାଥ ରଥ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟର +୩ ୧ମବର୍ଷ ଛାତ୍ରୀ ଗାୟତ୍ରୀ ଦାସ ମନୋନୀତ ହୋଇଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୦ଜଣିଆ ମହିଳା ଫୁଟୁବଲ ଟିମ ମନୋନୟନ କରାଯାଇଥିବା ବେଳେ ଖୁଣ୍ଟୁଣୀ ରାଧାନାଥ ରଥ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟ ଛାତ୍ରୀ ଗାୟତ୍ରୀ ଦାସ ୮ମ ସ୍ଥାନରେ ରହିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ମନୋନୀତ ହୋଇ ଆନ୍ତବିଶ୍ୱବିଦ୍ୟାଳୟ ଫୁଟୁବଲ ଟୁର୍ଣ୍ଣାମେଣ୍ଟ ଅଂଶଗ୍ରହଣ କରିବା ପାଇଁ ମନୋନୀନ ହୋଇ ମହାବିଦ୍ୟାଳୟକୁ ଗୌରବାନ୍ୱିତ କରିଥିବାରୁ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଡ.ଶଶିଭୂଷଣ ମିଶ୍ର ,ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା ଆଠଗଡ ଉପଜିଲାପାଳ ହେମନ୍ତ କୁମାର ସ୍ୱାଇଁ ଓ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗାୟତ୍ରୀର ଉଜ୍ୱଳ ଭବିଷ୍ୟତ କାମନା କରିବା ସହ ମହିଳା ଫୁଟୁବଲ ଖେଳରେ ଗାୟତ୍ରୀ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରି ଅନ୍ୟପାଇଁ ପ୍ରେରଣାର ଉତ୍ସ ପାଲଟିବା ନିମନ୍ତେ ଆଶାବ୍ୟକ୍ତ କରିଥିଲେ।

kalyan agarbati

Comments are closed.