www.samajalive.in
Monday, December 15, 2025
15.1 C
Bhubaneswar

ସମାଜସେବୀ ବ୍ରହ୍ମାନନ୍ଦ ଧଳଙ୍କ ସ୍ମୃତିସଭା

ଗୁରୁଡ଼ିଝାଟିଆ : ନଦୀକୂଳ ପଞ୍ଚାୟତ ତଥା ଆଠଗଡ଼ ନିର୍ବାଚନମଣ୍ଡଳୀରେ ସ୍ୱର୍ଗତ ବ୍ରହ୍ମାନନ୍ଦ ଧଳ ନିସ୍କପଟ ସରଳ ଓ ନିର୍ଲିପ୍ତ ବ୍ୟକ୍ତି ସତ୍ତାର ନିଦର୍ଶନ ଥିଲେ। ଅନେକ ଶିକ୍ଷାନୁଷ୍ଠାନ ଗଠନର ପୁରୋଧା ଓ ଅବିଭକ୍ତ ମହାକାଳ ପଞ୍ଚାୟତର ସରପଞ୍ଚ ଥିଲେ ମଧ୍ୟ କ୍ଷମତା ଠାରୁ ସଂପୂର୍ଣ୍ଣ ଦୂରରେ ଥିଲେ। ୯୦ ଦଶକରେ ଆଠଗଡ଼ରେ ରାଜନୀତି କ୍ଷେତ୍ରରେ ସହଯୋଗୀ ଭାବେ ଯେଉଁ ସହଯୋଗର ହାତ ମୋ ପାଇଁ ବଢ଼ାଇଥିଲେ ତାହା ଚିର ଦିନ ପାଇଁ ଅଭୂଲା ଓ ଅପାସୋରା ବୋଲି ସ୍ୱର୍ଗତ ଧଳଙ୍କ ନିଜଗାଁ ଘଣ୍ଟିଖାଲ ଠାରେ ଆୟୋଜିତ ସ୍ମୃତିସଭାରେ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉପରୋକ୍ତ ମତପ୍ରକାଶ କରି ଶ୍ରଦ୍ଧାଞ୍ଜଳି ବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବା ନିମନ୍ତେ କହିଥିଲେ।

ଆଠଗଡ଼ ବ୍ଲକ ବିଜୁ ଜନତା ଦଳର ସଭାପତି ରବୀନ୍ଦ୍ରନାଥ ରାଉତ, ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ପ୍ରତିନିଧି ତଥା ଜିଲ୍ଲା ବିଜେଡି ସଂପାଦକ ରଞ୍ଜନ କୁମାର ଆଚାର୍ଯ୍ୟ, ଜିଲ୍ଲା ପରିଷଦ ସଦସ୍ୟ ବଳଭଦ୍ର ବାଘ, ସରପଞ୍ଚଙ୍କ ପ୍ରତିନିଧି ସୁବାସ ବିଶ୍ୱାଳ, ପୂର୍ବତନ ସରପଞ୍ଚ ଲକ୍ଷ୍ମୀଧର ମହାନ୍ତି, ପୂର୍ବତନ ସରପଞ୍ଚ ଶ୍ରୀକର ଜେନା, ପୂର୍ବତନ ସମିତିସଭ୍ୟ ନରେନ୍ଦ୍ର କୁମାର ସାହୁ, ରବୀନ୍ଦ୍ର ବରାଳ, ଶ୍ରମିକନେତା ସନ୍ତୋଷ କୁମାର ବେହେରା ଓ ଗାଁର ମୁରବୀ ,ଦଳୀୟ କର୍ମୀ ପ୍ରମୁଖ ସ୍ମୃତିସଭାରେ ଯୋଗଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ଘଣ୍ଟିଖାଲ ପଞ୍ଚାୟତ ଓ ବିଦ୍ୟାଳୟ ପ୍ରତିଷ୍ଠାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ବୋଲି କହିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories