www.samajalive.in
Monday, December 15, 2025
14.1 C
Bhubaneswar

ଲଗାଣ ବର୍ଷା ଯୋଗୁଁ ଉତ୍କଳମଣି ବିଦ୍ୟାପୀଠ ଛଅଗାଁ ଜଳାର୍ଣ୍ଣବ

ଗୁରୁଡ଼ିଝାଟିଆ: ଲଘୁଚାପ ଜନିତ ଲଗାଣବର୍ଷା ଯୋଗୁଁ ଛଅଗାଁସ୍ଥିତ ଉତ୍କଳମଣି ଉଚ୍ଚ ବିଦ୍ୟାପୀଠ ପରିସର ଜଳାର୍ଣ୍ଣବ ହୋଇଛି। ବିଦ୍ୟାର୍ଥୀମାନେ ପୁଟିଆଏ ପାଣିରେ ପ୍ରବେଶ କରି ବିଦ୍ୟାଳୟକୁ ଯାଉଛନ୍ତି। ବିଦ୍ୟାଳୟ ପରିସରରେ ଏଭଳି ପାଣି ଜମି ରହିବା ଦେଖି ଶିକ୍ଷକ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ। ସରୀସୃପଙ୍କ ପ୍ରାଦୃଭାବ ରହିଥିବାରୁ ସତର୍କତାର ସ୍ୱରୂପ ପ୍ରଧାନଶିକ୍ଷକ ଗୋପବନ୍ଧୁ ଭୂୟାଁ ଓ ଅନ୍ୟ ଶିକ୍ଷୟିତ୍ରୀମାନେ ବିଦ୍ୟାଳୟକୁ ପ୍ରବେଶ ଓ ପ୍ରସ୍ଥାନ ସମୟରେ ଫାଟକ ସମ୍ମୁଖରେ ଉପସ୍ଥିତ ରହୁଛନ୍ତି। ଯେହେତୁ ବିଦ୍ୟାଳୟଟି ଚାଷଜମିକୁ ଲାଗିରହିଛି ଜଳନିସ୍କାସନ ବ୍ୟବସ୍ଥା ହୋଇପାରୁନାହିଁ। ଏହା ସହିତ ପ୍ରଥମକୁ ଅଷ୍ଟମ ଶ୍ରେଣୀ ପିଲାମାନେ ମଧ୍ୟ ପାଣିରେ ଯାତାୟାତ କରୁଥିବାରୁ ଥଣ୍ଡା ଓ କାଶ,ଜ୍ୱରରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି। ବ୍ଲକ ଶିକ୍ଷାଧିକାରୀ ଏହି ବିଦ୍ୟାଳୟକୁ ତୁରନ୍ତ ଅନୁଧ୍ୟାନ କରି ଲଗାଣବର୍ଷା ସମୟରେ ଯେପରି ବିଦ୍ୟାଳୟ ପରିସରରେ ପାଣି ଜମିବ ନାହିଁ ସେଥିପାଇଁ ନିସ୍କାସନ ବ୍ୟବସ୍ଥା କରିବା ନିମନ୍ତେ ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଦାବି କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories