ଗୁରୁଡ଼ିଝାଟିଆ: ଗୁରୁଡ଼ିଝାଟିଆ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଶିକ୍ଷାବିତ୍ ମିହିର କୁମାର ପରିଡ଼ା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉପସ୍ଥିତ ଛାତ୍ରୀମାନଙ୍କୁ ସୁସ୍ଥ, ସବୁଜ ଓ ସନ୍ତୁଳିତ ପରିବେଶ ପାଇଁ ଆମଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ବିଦ୍ୟାଳୟସ୍ତରରେ ନିଜକୁ ପରିବେଶ ଭାବାପର୍ଣ୍ଣ ହୋଇ ଗଢିତୋଳିବାର ଆବଶ୍ୟକତା ରହିଛି। ଏହାଦ୍ୱାରା ପୃଥିବୀ ମାଆକୁ ଆମେ ସବୁଜତାର ବଳୟ ଭିତରେ ରଖିବା ସହିତ ଭବିଷ୍ୟତ ବଂଶଧରଙ୍କ ପାଇଁ ନୂଆ ଆଶା ଓ ସମ୍ଭାବନା ସୃଷ୍ଟିକରିପାରିବା ବୋଲି କହିଥିଲେ। ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଇତିଶ୍ରୀ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀମାନେ ଅତ୍ୟନ୍ତ ଉତ୍ସାହର ସହିତ ବୃକ୍ଷରୋପଣ କରିବା ସଂଗେ ଏହାକୁ ବଢ଼ାଇବା ପାଇଁ ସଂକଳ୍ପ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ନବକିଶୋର ସାହୁ, ଶିକ୍ଷୟିତ୍ରୀ ଭକ୍ତଲତା ବେହେରା, ସାଗରିକା ନାଥ, ଗଗନ ବିହାରୀ ସାହାଣୀ, ଦମୟନ୍ତି ଜେନା ପ୍ରମୁଖ ଉପସ୍ଥିତ ରହି ଚାରାରୋପଣ କରିଥିଲେ।
Popular Categories



