ଗୁରୁଡ଼ିଝାଟିଆ: ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ରାଧାଦାମୋଦରପୁର ନିକଟରେ ଆଜି ମଧ୍ୟାନ୍ନରେ ହଠାତ୍ ଟ୍ରକରେ ନିଆଁ ଲାଗିଯିବାରୁ ହୁତହୁତ ହୋଇ ଜଳିଥିଲା। ସୌଭାଗ୍ୟବଶତଃ ଟ୍ରକରେ ଥିବା ଚାଳକ ଓ ସହାୟକ ବର୍ତ୍ତୀ ଯାଇଛନ୍ତି। ନିଆଁଲାଗିଥିବା ଟ୍ରକ ନିକଟରୁ ଅନ୍ୟ ଟ୍ରକଗୁଡିକୁ ଚାଳକମାନେ ନେଇଯାଇଥିବାରୁ ଅଘଟଣ କମିଯାଇଥିଲା। ଆଠଗଡ଼ରୁ ଦମକଳ ବାହିନୀ ଯାଇ ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନୀକାଣ୍ଡର ପ୍ରକୃତ କାରଣ କ’ଣ ତାହା ଅନୁସନ୍ଧାନ ପରେ ଜଣାପଡ଼ିବ।
Popular Categories



